Red Hat Enterprise Linux 6
ପ୍ରକାଶନ ଟିପ୍ପଣୀ
Red Hat Enterprise Linux 6.1 ପାଇଁ ପ୍ରକାଶନ ଟିପ୍ପଣୀ
ପ୍ରତୀକ
ବୈଧାନିକ ସୂଚନା
Copyright © 2011 Red Hat.
The text of and illustrations in this document are licensed by Red Hat under a Creative Commons Attribution–Share Alike 3.0 Unported license ("CC-BY-SA"). An explanation of CC-BY-SA is available at
http://creativecommons.org/licenses/by-sa/3.0/ . In accordance with CC-BY-SA, if you distribute this document or an adaptation of it, you must provide the URL for the original version.
Red Hat, as the licensor of this document, waives the right to enforce, and agrees not to assert, Section 4d of CC-BY-SA to the fullest extent permitted by applicable law.
Red Hat, Red Hat Enterprise Linux, the Shadowman logo, JBoss, MetaMatrix, Fedora, the Infinity Logo, and RHCE are trademarks of Red Hat, Inc., registered in the United States and other countries.
Linux ® is the registered trademark of Linus Torvalds in the United States and other countries.
Java ® is a registered trademark of Oracle and/or its affiliates.
XFS ® is a trademark of Silicon Graphics International Corp. or its subsidiaries in the United States and/or other countries.
All other trademarks are the property of their respective owners.
1801 Varsity Drive
Raleigh , NC 27606-2072 USA
Phone: +1 919 754 3700
Phone: 888 733 4281
Fax: +1 919 754 3701
ସାରାଂଶ
Red Hat Enterprise Linux ଗୌଣ ପ୍ରକାଶନଗୁଡ଼ିକ ହେଉଛି ବ୍ୟକ୍ତିଗତ ଉନ୍ନତି, ସୁରକ୍ଷା ଏବଂ ତ୍ରୁଟି ନିବାରଣ ଏରାଟାର ଗୋଟିଏ ଏକତ୍ରିକରଣ। Red Hat Enterprise Linux 6.1 ପ୍ରକାଶନ ଟିପ୍ପଣୀ Red Hat Enterprise Linux 6 ପ୍ରଚାଳନ ତନ୍ତ୍ରର ମୂଖ୍ୟ ପରିବର୍ତ୍ତନଗୁଡ଼ିକୁ ଏବଂ ଏହି ଗୌଣ ପ୍ରକାଶନ ପାଇଁ ଏହା ସହିତ ସଂଶ୍ଳିଷ୍ଟ ପ୍ରୟୋଗଗୁଡ଼ିକୁ ଏହି ଗୌଣ ପ୍ରକାଶନ ପାଇଁ ଦଲିଲିକରଣ କରିଥାଏ। ଏହି ଗୌଣ ପ୍ରକାଶନରେ ହୋଇଥିବା ପରିବର୍ତ୍ତନଗୁଡ଼ିକର ବିସ୍ତୃତ ବିବରଣୀ
ପାରିଭାଷିକ ଟିପ୍ପଣୀରେ ଉପଲବ୍ଧ।
ପାରମ୍ପରିକ ଭାବରେ, Linux ରେ ନେଟୱର୍କ ଅନ୍ତରାପୃଷ୍ଠମାନ eth[X]
ରେ ନାମିତ। ତଥାପି, ଅନେକ କ୍ଷେତ୍ରରେ, ଏହି ନାମଗୁଡ଼ିକ ଚେଚିସରେ ଥିବା ପ୍ରକୃତ ନାମପଟିକୁ ଦର୍ଶାଇନଥାଏ। ଆଧୁନିକ ସର୍ଭର ପ୍ଲାଟଫର୍ମମାନ ଏହି ନେଟୱର୍କ ପ୍ଲାଟଫର୍ମମାନଙ୍କରେ ଏକାଧିକ ନେଟୱର୍କ ଏଡପଟର ସହିତ ନିର୍ଦ୍ଧାରିତ ହୋଇନଥିବା ଏବଂ ଜଟିଳ ନାମକରଣକୁ ସମାଧାନ କରିଥାଏ।
Red Hat Enterprise Linux 6.1 introduces biosdevname , an optional convention for naming network interfaces. biosdevname assigns names to network interfaces based on their physical location. Note, however that biosdevname is disabled by default, except for a limited set of the latest Dell systems.
ୟୁନିଭର୍ସଲ କ୍ରମିକ ବସ (USB 3.0) ବିଶେଷତାର ସଂସ୍କରଣ 3.0 କୁ କାର୍ଯ୍ୟକାରୀ କରିବା Red Hat Enterprise Linux 6.1 ରେ ସମ୍ପୂର୍ଣ୍ଣ ଭାବରେ ସମର୍ଥିତ। USB 3.0 ସହାୟତାକୁ ପୂର୍ବ ପ୍ରକାଶନରେ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଗ୍ରହଣ କରାଯାଇଥିଲା।
On Nehalem-EX, hot-adding of CPUs and memory is now fully supported in Red Hat Enterprise Linux 6.1
Red Hat Enterprise Linux 6.1 ଡ୍ରାଇଭର ଅଦ୍ୟତନମାନଙ୍କର ବିସ୍ତୃତ ପରିସରକୁ ଦର୍ଶାଇଥାଏ, ନିମ୍ନଲିଖିତ ଉପକରଣ ଡ୍ରାଇଭରମାନଙ୍କ ପାଇଁ ଅଦ୍ୟତନଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ:
Intel 10 Gigabit PCI ଏକ୍ସପ୍ରେସ ନେଟୱର୍କ ଉପକରଣଗୁଡ଼ିକ ପାଇଁ ixgbe
ଡ୍ରାଇଭର
Mellanox ConnectX HCA InfiniBand ହାର୍ଡୱେର ପାଇଁ mlx4
ଡ୍ରାଇଭର, Mellanox Connect X2/X3 10GB ଉପକରଣଗୁଡ଼ିକୁ ସହାୟତା ପ୍ରଦାନ କରିବା ପାଇଁ
ServerEngines BladeEngine2 10Gbps ନେଟୱର୍କ ଉପକରଣଗୁଡ଼ିକ ପାଇଁ be2net
ଡ୍ରାଇଭର
Broadcom NetXtreme II ନେଟୱର୍କ ଉପକରଣଗୁଡ଼ିକ ପାଇଁ bnx2
ଡ୍ରାଇଭର, ଉନ୍ନତ ତ୍ରୁଟି ଖବରକାରୀ (AER) ପାଇଁ ସହାୟତା ପ୍ରଦାନ କରି, ଏବଂ 5709 ଉପକରଣଗୁଡ଼ିକ ପାଇଁ PPC ସହାୟତା
Broadcom NetXtreme II iSCSI ପାଇଁ bnx2x
ଡ୍ରାଇଭର
Broadcom Everest ନେଟୱର୍କ ଉପକରଣଗୁଡ଼ିକ ପାଇଁ bnx2x
igbvf
ଏବଂ ixgbevf
ଆଭାସୀ ଫଳନ ଉପକରଣମାନ
Broadcom Tigon3 ଇଥରନେଟ ଉପକରଣମାନଙ୍କ ପାଇଁ tg3
ଡ୍ରାଇଭର
Brocade ଫାଇବର ଚ୍ୟାନେଲରୁ PCIe ହୋଷ୍ଟ ବସ ଏଡପଟରମାନଙ୍କ ପାଇଁ bfa
ଡ୍ରାଇଭର
Brocade 10G PCIe ଇଥରନେଟ ନିୟନ୍ତ୍ରକମାନଙ୍କ ପାଇଁ bna
ଡ୍ରାଇଭର
Chelsio Terminator4 10G ସଂଯୁକ୍ତ ତାରମୟ ନେଟୱର୍କ ନିୟନ୍ତ୍ରକମାନଙ୍କ ପାଇଁ cxgb4
ଡ୍ରାଇଭର
ServerEngines BladeEngine 2 Open iSCSI ଉପକରଣଗୁଡ଼ିକ ପାଇଁ be2iscsi
ଡ୍ରାଇଭର
ServerEngines BladeEngine2 10Gbps ନେଟୱର୍କ ଉପକରଣଗୁଡ଼ିକ ପାଇଁ be2net
ଡ୍ରାଇଭର
Emulex Fibre Channel HBAs ପାଇଁ lpfc
ଡ୍ରାଇଭର
Intel PRO/1000 ନେଟୱର୍କ ଉପକରଣଗୁଡ଼ିକ ପାଇଁ e1000
ଏବଂ e1000e
ଡ୍ରାଇଭରମାନ
Intel Iron Pond ଇଥରନେଟ ଡ୍ରାଇଭର
Intel Kelsey Peak ବେତାର ଡ୍ରାଇଭର
LSI MegaRAID SAS ନିୟନ୍ତ୍ରକମାନଙ୍କ ପାଇଁ megaraid_sas
ଡ୍ରାଇଭର
Red Hat Enterprise Linux 6.1 ରେ ଅନ୍ତର୍ଭୁକ୍ତ କର୍ଣ୍ଣଲରେ ଅନେକ ତ୍ରୁଟିର ସମାଧାନ ଏବଂ Linux କର୍ଣ୍ଣଲର ଉନ୍ନତିକୁ ଅନ୍ତର୍ଭୁକ୍ତ କରିଥାଏ। ପ୍ରତ୍ୟେକ ତ୍ରୁଟି ସମାଧାନର ବିସ୍ତୃତ ବିବରଣୀ ଏବଂ କର୍ଣ୍ଣଲ ଉନ୍ନତିକୁ ଏହି ପ୍ରକାଶନରେ ଯୋଗକରାଯାଇଛି, କର୍ଣ୍ଣଲ ବିଷୟକୁ
Red Hat Enterprise Linux 6.1 ପାରିଭାଷିକ ଟିପ୍ପଣୀ ରେ ଅନୁସରଣ କରନ୍ତୁ।
ନିୟନ୍ତ୍ରଣ ଶ୍ରେଣୀଗୁଡ଼ିକ Red Hat Enterprise Linux 6 ରେ ଥିବା Linux ର ଗୋଟିଏ ନୂତନ ବିଶେଷତା। ପ୍ରତ୍ୟେକ ନିୟନ୍ତ୍ରଣ ଶ୍ରେଣୀ ହେଉଛି ତନ୍ତ୍ରରେ ଥିବା କାର୍ଯ୍ୟର ଗୋଟିଏ ତାଲିକା ଯାହାକି ପରସ୍ପର ମଧ୍ଯରେ ଏବଂ ତନ୍ତ୍ର ହାର୍ଡୱେର ମଧ୍ଯରେ ଉତ୍ତମ ବୁଝାମଣା ପାଇଁ ଏକତ୍ରିତ ହୋଇଥାନ୍ତି। ନିୟନ୍ତ୍ରଣ ଶ୍ରେଣୀଗୁଡ଼ିକ ତନ୍ତ୍ର ଉତ୍ସଗୁଡ଼ିକୁ ନିରୀକ୍ଷଣ କରିବା ପାଇଁ ରଖାଯାଇଥାଏ। ଅତିରିକ୍ତ ଭାବରେ, ତନ୍ତ୍ର ପ୍ରଶାସକମାନେ ନିୟନ୍ତ୍ରଣ ଶ୍ରେଣୀକୁ ଅନୁମତି ଦେବା ପାଇଁ ବ୍ୟବହାର କରିପାରିବେ ଅଥବା କିଛି ନିର୍ଦ୍ଦିଷ୍ଟ ନିୟନ୍ତ୍ରଣ ଶ୍ରେଣୀକୁ ଅଭିଗମ୍ୟ କରିବାରୁ ବାରଣ କରିଥାଏ ଯେପରିକି ସ୍ମୃତିସ୍ଥାନ, CPUs (କିମ୍ବା CPUs ଶ୍ରେଣୀ), ନେଟୱର୍କିଙ୍ଗ, I/O, ଅଥବା ଯୋଜନାକାରୀ।
Red Hat Enterprise Linux 6.1 ଅନେକ ଉନ୍ନତି ଏବଂ ଅଦ୍ୟତନଗୁଡ଼ିକୁ ନିୟନ୍ତ୍ରଣ ଶ୍ରେଣୀରେ ଆରମ୍ଭ କରିଥାଏ, ବ୍ଲକ ଉପକରଣ ନିବେଶ/ଫଳାଫଳ (I/O) କୁ ଅନ୍ତର୍ଭୁକ୍ତ କରିବାର କ୍ଷମତା, ସେକଣ୍ଡ ପ୍ରତି ବାଇଟ ଅଥବା ସେକଣ୍ଡ ପ୍ରତି I/O (IOPS).
ଅତିରିକ୍ତ ଭାବରେ, libvirt ଏବଂ ଅନ୍ୟାନ୍ୟ ଚାଳକସ୍ଥାନ ସାଧନ ସହିତ ମିଶ୍ରଣକୁ ବର୍ଗୀକୃତ ବ୍ଲକ ଉପକରଣ ନିୟନ୍ତ୍ରଣ ଶ୍ରେଣୀ ନିର୍ମାଣ ପାଇଁ ନୂତନ କ୍ଷମତା ସହିତ ପ୍ରଦାନ କରାଯାଇଥାଏ। ନୂତନ ବ୍ଲକ ଉପକରଣ ନିୟନ୍ତ୍ରଣ ଶ୍ରେଣୀ group_idle
ସନ୍ତୁଳିତ ହୋଇ, ନିୟନ୍ତ୍ରଣ ଶ୍ରେଣୀ ସହିତ ଉତ୍ତମ ଫଳାଫଳ ପ୍ରଦାନ କରିଥାଏ।
Red Hat Enterprise Linux 6.1 ମଧ୍ଯ ନୂତନ autogroup ବିଶେଷତାକୁ ଆରମ୍ଭ କରିଥାଏ, ବିଳମ୍ବତାକୁ ଏଡ଼ାଇ ଏବଂ ଅଧିକ ପାରସ୍ପରିକ କାର୍ଯ୍ୟଗୁଡ଼ିକୁ CPU ତୀବ୍ର କାର୍ଯ୍ୟଭାର ସମୟରେ ଅନୁମତି ଦେଇଥାଏ। ଏହି cgsnapshot ସାଧନ, ପ୍ରଚଳିତ ନିୟନ୍ତ୍ରଣ ଶ୍ରେଣୀ ବିନ୍ୟାସର ଆଶୁଚିତ୍ର ନେବାର କ୍ଷମତା ପ୍ରଦାନ କରିଥାଏ।
ପରବର୍ତ୍ତୀ ପଠନ
ନିୟନ୍ତ୍ରଣ ଶ୍ରେଣୀ ଏବଂ ଅନ୍ୟାନ୍ୟ ଉତ୍ସ ପରିଚାଳନା ବିଶେଷତାମାନଙ୍କୁ Red Hat Enterprise Linux 6 ରେ ଆଲୋଚନା କରିଥାଏ
ଉତ୍ସ ପରିଚାଳନା ପୁସ୍ତକ
Red Hat Enterprise Linux 6.1 Receive Packet Steering (RPS) ଏବଂ Receive Flow Steering (RFS) କୁ ସହାୟତା ଆରମ୍ଭ କରିଥାଏ। Receive Packet Steering ଆସୁଥିବା ପ୍ୟାକେଟଗୁଡ଼ିକୁ ଅନୁମତି ଦେଇଥାଏ। ଏକାଧିକ CPU କୋରଗୁଡ଼ିକରେ ସମାନ୍ତରାଳ ଭାବରେ କାର୍ଯ୍ୟକାରୀ କରାଯାଇଥାଏ। Receive Flow Steering ଉତ୍କୃଷ୍ଟ CPU କୁ ନେଟୱର୍କ ତଥ୍ୟ କାର୍ଯ୍ୟକାରୀ କରିବା ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରୟୋଗ ପାଇଁ ଗ୍ରହଣ କରିଥାଏ।
kdump ଟି ଗୋଟିଏ ଉନ୍ନତ କ୍ରାଶ ଡମ୍ପିଙ୍ଗ ପଦ୍ଧତି। ଯେତେବେଳେ ସକ୍ରିୟ ଥାଏ, ସେତେବେଳେ ତନ୍ତ୍ରଟି ଅନ୍ୟ ଏକ କର୍ଣ୍ଣଲର ପ୍ରସଙ୍ଗରୁ ବୁଟ କରାଯାଇଥାଏ। ଏହି ଦ୍ୱିତୀୟ କର୍ଣ୍ଣଲ ଗୋଟିଏ ଛୋଟ ସ୍ମୃତି ସ୍ଥାନକୁ ସଂରକ୍ଷଣ କରିଥାଏ, ଏବଂ ଏହାର ଗୋଟିଏ ଉଦ୍ଦେଶ୍ୟ ହେଉଛି କୋର ଡମ୍ପ ପ୍ରତିଛବିକୁ ତନ୍ତ୍ର ନଷ୍ଟ ସମୟରେ ସଂରକ୍ଷଣ କରିବା।
Red Hat Enterprise Linux 6.1 କର୍ଣ୍ଣଲ ସନ୍ଦେଶ ଡମ୍ପରକୁ ଆରମ୍ଭ କରିଥାଏ, ଯାହାକି କର୍ଣ୍ଣଲ ପ୍ୟାନିକ ଘଟିବା ସମୟରେ ଡକାଯାଇଥାଏ। କର୍ଣ୍ଣଲ ସନ୍ଦେଶ ଡମ୍ପର ସହଜମୟ ନଷ୍ଟ ବିଶ୍ଳେଷଣ ପ୍ରଦାନ କରିଥାଏ ଏବଂ ତୃତୀୟ ପକ୍ଷ କର୍ଣ୍ଣଲ ସନ୍ଦେଶ ବୈକଳ୍ପିକ ଲକ୍ଷସ୍ଥଳମାନଙ୍କରେ ଲଗଇନ ହେବା ପାଇଁ ଅନୁମତି ଦେଇଥାଏ।
ଅତିରିକ୍ତ ଭାବରେ, crashkernel=auto
ପ୍ରାଚଳ ବାକ୍ୟବିନ୍ୟାସକୁ କଢ଼ାଯାଇଥାଏ। ପୂର୍ବନିର୍ଦ୍ଧାରିତ ପ୍ରାଚଳ ବାକ୍ୟବିନ୍ୟାସଟି ବର୍ତ୍ତମାନ crashkernel=:[@offset]
ଅଟେ।
Red Hat Enterprise Linux 6.1 ଆଲେଖିକ ହାର୍ଡୱେର ପାଇଁ ଅଦ୍ୟତନଗୁଡ଼ିକୁ ପ୍ରଦାନ କରିଥାଏ। Intel Generation 6 ଆଲେଖିକ ପାଇଁ ସମ୍ପୂର୍ଣ୍ଣ ଭାବରେ ତ୍ୱରିତ 2D ଏବଂ 3D ଆଲେଖୀକୁ ଏହି ଉପକରଣଗୁଡ଼ିକରେ ପ୍ରଦାନ କରି, ଡ୍ରାଇଭରକୁ ସେଣ୍ଡି ବ୍ରିଜ ସଞ୍ଚାଳକ ଉପରେ ଏହି ପ୍ରକାଶନରେ ଆରମ୍ଭ ହୋଇଥାଏ। ଅତିରିକ୍ତ ଭାବରେ, ଏହି ପ୍ରକାଶନରେ Matrox MGA-G200ER ଆଲେଖୀ ଚିପସେଟ ପାଇଁ ସହାୟତା ଆରମ୍ଭ କରିଥାଏ।
ଅନୁଲମ୍ବିତ ପ୍ରଦର୍ଶନୀ ପରିଚାୟକ ତଥ୍ୟ (EDID) କୁ ପ୍ରଦାନ କରୁନଥିବା ପ୍ରଦର୍ଶିକାମାନ ପ୍ରଚାଳନ ତନ୍ତ୍ରରେ ବର୍ତ୍ତମାନ ପୂର୍ବନିର୍ଦ୍ଧାରିତ ବିଭେଦନ 1024 x 768 ପିକସେଲ ଅଛି।
NetworkManager ଟି ଗୋଟିଏ ଡେସ୍କଟପ ସାଧନ ଯାହାକି ନେଟୱର୍କ ସଂଯୋଗ ପ୍ରକାରଗୁଡ଼ିକର ସେଟ ଅପ, ବିନ୍ୟାସ ଏବଂ ପରିଚାଳନା ପାଇଁ ବ୍ୟବହୃତ ହୋଇଥାଏ। Red Hat Enterprise Linux 6.1 ରେ, Wi-Fi ସଂରକ୍ଷିତ ଅଭିଗମ୍ୟତା (WPA) ବାଣିଜ୍ୟିକ ଏବଂ ଇଣ୍ଟରନେଟ ପ୍ରୋଟକଲ ସଂସ୍କରଣ 6 (IPv6) ର ବିନ୍ୟାସ ପାଇଁ NetworkManager ବିନ୍ୟାସ ପାଇଁ ସହାୟତାକୁ ଉନ୍ନତ କରିଥାଏ।
LVM ଆଶୁଚିତ୍ର ଏକ ନିର୍ଦ୍ଦିଷ୍ଟ ସମୟରେ ସର୍ଭିସରେ ବାଧାନଦେଇ ନକଲ ସଂରକ୍ଷଣ ପ୍ରତିବିମ୍ବ ନିର୍ମାଣ କରିବାର କ୍ଷମତା ପ୍ରଦାନ କରିଥାଏ। ଆଶୁଚିତ୍ର ନେଇସାରିବା ପରେ ଯେତେବେଳେ ପ୍ରକୃତ ଉପକରଣରେ କୌଣସି ପରିବର୍ତ୍ତନ କରାଯାଏ (ପ୍ରକୃତ), ସେତେବେଳେ ଆଶୁଚିତ୍ର ବିଶେଷତା ପରିବର୍ତ୍ତିତ ତଥ୍ୟ ଉପରେ ଗୋଟିଏ ନକଲ ନିର୍ମାଣ କରିଥାଏ ଯେହେତୁ ଏହା ପରିବର୍ତ୍ତନ ପୂର୍ବର ନକଲ ଯାହାଫଳରେ ଏହା ଉପକରଣର ଅବସ୍ଥାକୁ ପୁନଃସ୍ଥାପନ କରିଥାଏ। Red Hat Enterprise Linux 6.1 ପ୍ରତିବିମ୍ବିତ ତାର୍କିକ ଭଲ୍ୟୁମର ଆଶୁଚିତ୍ର ନେବାର କ୍ଷମତା ସମ୍ପୂର୍ଣ୍ଣ ଭାବରେ ସମର୍ଥିତ।
ବର୍ତ୍ତମାନ RAID0 (ଧାରମୟ) ଏବଂ RAID1 (ପ୍ରତିବିମ୍ବିତ) କୁ ଗୋଟିଏ ଗୋଟିଏ ତାର୍କିକ ଭଲ୍ୟୁମ LVM ରେ ଯୋଡ଼ିବା ସମ୍ଭବ ହୋଇପାରିଛି। ଗୋଟିଏ ତାର୍କିକ ଭଲ୍ୟୁମ ନିର୍ମାଣ କରିବା ସମୟରେ ପ୍ରତିବିମ୍ବ ସଂଖ୍ୟା ('--mirrors X') ଏବଂ ଧାର ସଂଖ୍ୟା ('--stripes Y') କୁ ଗୋଟିଏ ପ୍ରତିବିମ୍ବରେ ଉଲ୍ଲେଖ କରିବା ଫଳରେ ଯାହାର ସନ୍ନିହିତ ଉପକରଣଗୁଡ଼ିକ ଧାରମୟ ହୋଇଥାଏ।
5. ବୈଧିକରଣ ଏବଂ ପାରସ୍ପରିକ କାର୍ଯ୍ୟଦକ୍ଷତା
System Security Services Daemon (SSSD) ପରିଚୟ ଏବଂ ବୈଧିକରଣର କେନ୍ଦ୍ରିୟ ପରିଚାଳନା ପାଇଁ ସର୍ଭିସଗୁଡ଼ିକର ଗୋଟିଏ ସେଟକୁ କାର୍ଯ୍ୟକାରୀ କରିଥାଏ। କେନ୍ଦ୍ରିୟ ପରିଚୟ ଏବଂ ବୈଧିକରଣ ସର୍ଭିସ ଗୁଡ଼ିକ ପରିଚୟଗୁଡ଼ିକର ସ୍ଛଥାନୀୟ କ୍ୟାଶିଙ୍ଗକୁ ସକ୍ରିୟ କରିଥାଏ, ଯାହାକି ଚାଳକମାନଙ୍କୁ ସର୍ଭର ସହିତ ସଂଯୋଗ ବାଧାପ୍ରାପ୍ତ ହେଲେ ପରିଚୟ ଚୋରି କରିବା ପାଇଁ ଅନୁମତି ଦେଇଥାଏ। SSSD ଅନେକ ପ୍ରକାର ପରିଚୟ ଏବଂ ବୈଧିକରଣ ସର୍ଭିସକୁ ସମର୍ଥନ କରିଥାଏ, ଏଥିରେ ଅନ୍ତର୍ଭୁକ୍ତ: Red Hat Directory Server, Active Directory, OpenLDAP, 389, Kerberos ଏବଂ LDAP. Red Hat Enterprise Linux 6.1 ରେ SSSD କୁ ସଂସ୍କରଣ 1.5 କୁ ନିମ୍ନଲିଖିତ ତ୍ରୁଟି ନିବାରଣ ଏବଂ ଉନ୍ନତି ପ୍ରଦାନ କରି ଅଦ୍ୟତିତ କରାଯାଇଛି:
ନେଟ ଶ୍ରେଣୀ ସମର୍ଥନ
ଉନ୍ନତ ଅନଲାଇନ/ଅଫଲାଇନ ଚିହ୍ନଟ
shadow ଏବଂ authorizedService ପାଇଁ ଉନ୍ନତ LDAP ଅଭିଗମ୍ୟ-ନିୟନ୍ତ୍ରଣ ପ୍ରଦାନକାରୀ
ବିଭିନ୍ନ ରୂପରେଖା ପାଇଁ ଉନ୍ନତ କ୍ୟାଶିଙ୍ଗ ଏବଂ ପରିସ୍କାର ତର୍କ
ଉନ୍ନତ DNS ଆଧାରିତ ଆବିଷ୍କାର
ସ୍ବୟଂଚାଳିତ କର୍ବୋରୋସ ଟିକଟ ନବୀକରଣ
କର୍ବୋରେସ FAST ପ୍ରଟୋକଲର ସକ୍ରିୟଣ
ପ୍ରବେଶ ସଂକେତ ସମୟ ସମାପ୍ତିର ଉତ୍ତମ ନିୟନ୍ତ୍ରଣ
LDAP ଖାତା ପାଇଁ ପ୍ରବେଶ ସଂକେତ ବିଚଳନ
ପରବର୍ତ୍ତୀ ପଠନ
ନିୟୋଜନ ପୁସ୍ତକ ଗୋଟିଏ ବିଭାଗ ଧାରଣ କରିଥାଏ ଯାହାକି SSSD କୁ କିପରି ସ୍ଥାପନ ଏବଂ ବିନ୍ୟାସ କରାଯିବ ତାହା ବର୍ଣ୍ଣନା କରିଥାଏ।
Red Hat Enterprise Linux 6.1 IPA କୁ ଗୋଟିଏ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଦର୍ଶାଇଥାଏ। IPA ଟି ଗୋଟିଏ ସନ୍ନିହିତ ସୁରକ୍ଷା ସୂଚନା ପରିଚାଳନା ସମାଧାନ ଯାହାକି Red Hat Enterprise Linux, Red Hat ଡିରେକ୍ଟୋରୀ ସର୍ଭର, MIT କର୍ବରୋସ, ଏବଂ NTP କୁ ସଂଯୋଗ କରିଥାଏ। ୱେବ ବ୍ରାଉଜର ଏବଂ ନିର୍ଦ୍ଦେଶନାମା ଅନ୍ତରାପୃଷ୍ଠ ପ୍ରଦାନ କରିଥାଏ, ଏବଂ ଏହାର ଅଗଣିତ ପ୍ରଶାସନ ସାଧନଗୁଡ଼ିକ ପ୍ରଶାସକଙ୍କୁ ଶୀଘ୍ର ସ୍ଥାପନ କରିବା, ସେଟ ଅପ କରିବା ଏବଂ ଗୋଟିଏ କିମ୍ବା ଅନେକ ସର୍ଭରମାନଙ୍କୁ କେନ୍ଦ୍ରିୟ ବୈଧିକରଣ ଏବଂ ପରିଚୟ ପରିଚାଳନା ପାଇଁ ଅନୁମତି ଦେଇଥାଏ।
Samba ଟି ସାଧାରଣ ଇଣ୍ଟରନେଟ ଫାଇଲ ତନ୍ତ୍ର (CIFS) ପ୍ରଟୋକଲର ଗୋଟିଏ ମୁକ୍ତ ଉତ୍ସ ନିୟୋଜନ। ଏହା Microsoft Windows, Linux, UNIX, ଏବଂ ଅନ୍ୟାନ୍ୟ ପ୍ରଚାଳନ ତନ୍ତ୍ରମାନଙ୍କୁ ଏକା ସହିତ, Windows-ଆଧାରିତ ଫାଇଲ ଏବଂ ମୁଦ୍ରଣୀ ସହଭାଗୀକୁ ସକ୍ରିୟ କରି ନେଟୱର୍କିଙ୍ଗକୁ ଅନୁମତି ଦେଇଥାଏ। Red Hat Enterprise Linux 6.1 ରେ Samba କୁ ସଂସ୍କରଣ 3.5.6 କୁ ଅଦ୍ୟତନ କରାଯାଇଛି।
Red Hat Enterprise Linux 6.1 ରେ Samba କୁ ନିଜର କର୍ବୋରୋସ ମାନ୍ୟତା ବ୍ୟବହାର କରିବା ପାଇଁ ଅନୁମତି ଦେଇଥାଏ ଯେତେବେଳେ CIFS ସ୍ଥାପନକୁ ଅଭିଗମ୍ୟ କରାଯାଏ, ସ୍ଥାପନରେ ସମସ୍ତ ଅଭିଗମ୍ୟତା ପାଇଁ ଏକା ପ୍ରକାର ସ୍ଥାପନ ମାନ୍ୟତା ଆବଶ୍ୟକ ନକରି।
FreeRADIUS ଟି ଗୋଟିଏ ଇଣ୍ଟରନେଟ ବୈଧିକରଣ ଡେମନ, ଯାହାକି RADIUS ପ୍ରଟୋକଲକୁ କାର୍ଯ୍ୟକାରୀ କରିଥାଏ, ଯେପରିକି RFC 2865 ରେ ବ୍ୟାଖ୍ୟା କରାଯାଇଛି (ଏବଂ ଅନ୍ୟମାନଙ୍କରେ)। ଏହା ନେଟୱର୍କ ଅଭିଗମ୍ୟ ସର୍ଭରମାନଙ୍କରେ (NAS boxes) ବୈଧିକରଣକୁ ଡାଏଲ-ଅପ ଚାଳକ ସ୍ଥାନରେ କାର୍ଯ୍ୟକାରୀ କରିବା ପାଇଁ ଅନୁମତି ଦେଇଥାଏ। Red Hat Enterprise Linux 6.1 ରେ FreeRADIUS କୁ ସଂସ୍କରଣ 2.1.10 କୁ ଅଦ୍ୟତନ କରାଯାଇଛି।
କର୍ବୋରୋସ ଗୋଟିଏ ନେଟୱର୍କ ବୈଧିକରଣ ତନ୍ତ୍ର ଯାହାକି ଚାଳକ ଏବଂ କମ୍ପୁଟରମାନଙ୍କୁ ପ୍ରତ୍ୟେକକୁ ବୈଧିକରଣ କରିବା ପାଇଁ ତୃତୀୟ ପକ୍ଷ, KDC ସହାୟତାରେ ଅନୁମତି ଦେଇଥାଏ। Red Hat Enterprise Linux 6.1 ରେ, କର୍ବରୋସ (krb5 ପ୍ୟାକେଜ ଦ୍ୱାରା ପ୍ରଦତ୍ତ) କୁ ସଂସ୍କରଣ 1.9 କୁ ଅଦ୍ୟତିତ କରାଯାଇଛି।
ସ୍ୱାଧୀନ ଗଣନା ପରିବେଶମାନଙ୍କ ପାଇଁ ସରଳ ପ୍ରଟୋକଲ (SPICE) ଟି ଆଭାସୀ ପରିବେଶମାନଙ୍କ ପାଇଁ ଗୋଟିଏ ସୁଦୂର ପ୍ରଦର୍ଶନୀ ପ୍ରଟୋକଲ। SPICE ଚାଳମାନେ ଗୋଟିଏ ଆଭାସୀ ଡେସ୍କଟପ ଅଥବା ସର୍ଭରକୁ ସ୍ଥାନୀୟ ତନ୍ତ୍ର କିମ୍ବା ଯେକୌଣସି ତନ୍ତ୍ରକୁ ସର୍ଭରରେ ନେଟୱର୍କ ଅଭିଗମ୍ୟତା ପାଇଁ ଦେଖିପାରିବେ। Red Hat Enterprise Linux 6.1 ସ୍ମାର୍ଟକାର୍ଡ ପ୍ରବାହ ପାଇଁ SPICE ପ୍ରଟୋକଲ ମାଧ୍ଯମରେ ଆରମ୍ଭ କରିଥାଏ।
ପରବର୍ତ୍ତୀ ପଠନ
ସୁରକ୍ଷା ପୁସ୍ତକ ରେ ଚାଳକ ଏବଂ ପ୍ରଶାସକଙ୍କୁ ପଦ୍ଧତି ଜାଣିବା ପାଇଁ ସହାୟତା କରିଥାଏ ଏବଂ କାର୍ଯ୍ୟକ୍ଷେତ୍ର ଏବଂ ସର୍ଭରଗୁଡିକୁ ସ୍ଥାନୀୟ ଏବଂ ସୁଦୂର ଆକ୍ରମଣ, ଶୋଷଣ ଏବଂ ଦୁର୍ଭାବନା ପୂର୍ଣ୍ଣ କାର୍ଯ୍ୟକଳାପରୁ ସୁରକ୍ଷା ପ୍ରଦାନ କରିଥାଏ।
ସ୍ଥାପନ ଏବଂ ବୁଟ ସହାୟତାକୁ Red Hat Enterprise Linux 6.1 ରେ Emulex 10GbE PCI-E Gen2 ଏବଂ Chelsio T4 10GbE ନେଟୱର୍କ ଏଡପଟରଗୁଡ଼ିକ ପାଇଁ ଯୋଗକରାଯାଇଥାଏ। ଅତିରିକ୍ତ ଭାବରେ, GRUB ବୁଟଲୋଡରକୁ UEFI ତନ୍ତ୍ରଗୁଡ଼ିକ ଉପରେ 4KB ବିଭାଗ ଆକାର ପାଇଁ ଭଲ୍ୟୁମ ବୁଟ କରିବା ପାଇଁ ଅଦ୍ୟତନ କରାଯାଇଥାଏ।
Red Hat Enterprise Linux 6.1 ରେ ସ୍ଥାପକ ଅସମର୍ଥିତ ହାର୍ଡୱେର ପ୍ଲାଟଫର୍ମଗୁଡ଼ିକୁ ଚିହ୍ନିଥାଏ ଏବଂ ଚାଳକକୁ ଗୋଟିଏ ବିଜ୍ଞପ୍ତି ପ୍ରଦାନ କରିଥାଏ। ସ୍ଥାପକ ଅଗ୍ରସର ହେବ, କିନ୍ତୁ ନିମ୍ନଲିଖିତ ପ୍ରତିଛବିକୁ ଦର୍ଶାଯାଇଥାଏ
ଏହି ହାର୍ଡୱେର (ଅଥବା ତାପରେ ଗୋଟିଏ ଯୁଗଳ) Red Hat ଦ୍ୱାରା ସମର୍ଥିତ ନୁହଁ। ସମର୍ଥିତ ହାର୍ଡୱେର ବିଷୟରେ ଅଧିକ ସୂଚନା ପାଇଁ, http://www.redhat.com/hardware କୁ ଅନୁସରଣ କରନ୍ତୁ।
Red Hat Enterprise Linux 6.1 iSCSI ଏଡପଟରଗୁଡ଼ିକ ପାଇଁ ସ୍ଥାପନ ଏବଂ ବୁଟ ସମୟରେ ଉନ୍ନତ ସହାୟତାକୁ ଦର୍ଶାଇଥାଏ, iSCSI ପାଇଁ ପୃଥକ ଲଗଇନ ପ୍ରମାଣ ପତ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ ଏବଂ ଆଂଶିକ iSCSI ଏଡପଟରଗୁଡ଼ିକ ପାଇଁ ସହାୟତା କରିଥାଏ (ଯେପରିକି ଏମୁଲେକ୍ସ ଟାଇଗର ଶାର୍କ ଏଡପଟର)।
Red Hat Enterprise Linux 6 iBFT ରେ BIOS iSCSI ବିନ୍ୟାସର ସ୍ୱୟଂ-ନିର୍ଦ୍ଧାରଣକୁ ବ୍ୟବହାର କରି iSCSI ଉପରେ ସ୍ଥାପନାକୁ ସହାୟତା କରିଥାଏ। ତଥାପି, iBFT ବିନ୍ୟାସଗୁଡ଼ିକର ପୁନଃ ବିନ୍ୟାସକୁ ସ୍ଥାପନା ପରେ ସମ୍ଭବ ହୋଇନଥିଲା। Red Hat enterprise Linux 6.1 ରେ, TCP/IP ବିନ୍ୟାସଗୁଡ଼ିକ ଏବଂ iSCSI ପ୍ରାରମ୍ଭକର୍ତ୍ତା ସଂରଚନା ଗତିଜ ଭାବରେ iBFT ରେ ବୁଟ ସମୟରେ ବିନ୍ୟାସିତ ହୋଇଥାଏ।
SystemTap ଟି ଗୋଟିଏ ଅନୁସନ୍ଧାନ ଏବଂ ଯାଞ୍ଚ କରିବାର ସାଧନ ଯାହାକି ଚାଳକମାନଙ୍କୁ କାର୍ଯ୍ୟକଳାପକୁ ପଢ଼ିବା ଏବଂ ପ୍ରଦର୍ଶନ କରିବା ପାଇଁ ଅନୁମତି ଦେଇଥାଏ (ବିଶେଷକରି, କର୍ଣ୍ଣଲ)। ଏହା netstat, ps, top, ଏବଂ iostat; ପରି ସାଧନ ବିଷୟରେ ସୂଚନା ପ୍ରଦାନ କରିଥାଏ, ତଥାପି SystemTap ସଂଗ୍ରହ ହୋଇଥିବା ସୂଚନା ପାଇଁ ଅଧିକ ବିକଳ୍ପ ପ୍ରଦାନ କରିଥାଏ।
Red Hat Enterprise Linux 6.1 ରେ SystemTap କୁ ସଂସ୍କରଣ 1.4 କୁ ଅଦ୍ୟତିତ କରାଯାଇଛି, କିନ୍ତୁ:
GNU ପ୍ରକଳ୍ପ ତ୍ରୁଟିନିବାରକ (ସାଧାରଣତଃ GDB ନାମରେ ପରିଚିତ) C, C++, ଏବଂ ଅନ୍ୟାନ୍ୟ ଭାଷାରେ ଲିଖିତ ପ୍ରଗ୍ରାମକୁ ନିୟନ୍ତ୍ରଣ ସହିତ ନିଷ୍ପାଦନ କରି ତ୍ରୁଟି ନିବାରଣ କରିଥାଏ, ଏବଂ ତାପରେ ସେମାନଙ୍କର ତଥ୍ୟକୁ ମୁଦ୍ରଣ କରିଥାଏ। ଅନେକ ତ୍ରୁଟି ନିବାରଣ ଏବଂ ଉନ୍ନତି ପ୍ରଦାନ କରି, python ସ୍କ୍ରିପ୍ଟିଙ୍ଗ ବିଶେଷତାଗୁଡ଼ିକର ବିକାଶ, ଏବଂ C++ ତ୍ରୁଟିନିବାରଣ ଉନ୍ନତିକୁ ଅନ୍ତର୍ଭୁକ୍ତ କରି, Red Hat Enterprise Linux 6.1 GDB ର ସଂସ୍କରଣ 7.2 କୁଦର୍ଶାଇଥାଏ।
OProfile ଟି Linux ତନ୍ତ୍ରଗୁଡ଼ିକ ପାଇଁ ଗୋଟିଏ ତନ୍ତ୍ରମୟ ରୂପରେଖା। ରୂପରେଖା ସ୍ୱଚ୍ଛ ଭାବରେ ପୃଷ୍ଠଭୂମିରେ ଚାଲିଥାଏ ଏବଂ ରୂପରେଖା ତଥ୍ୟକୁ ଯେକୌଣସି ସମୟରେ ସଂଗ୍ରହ କରାଯାଇପାରିବ। Red Hat Enterprise Linux 6.1 ରେ, OProfile କୁ ସଂସ୍କରଣ 0.9.6-12 କୁ ଅଦ୍ୟତିତ କରାଯାଇଥାଏ, AMD ପରିବାରର 12h/14h/15h ସଞ୍ଚାଳକ ଏବଂ Intel Westmere ନିର୍ଦ୍ଦିଷ୍ଟ ଘଟଣାଗୁଡ଼ିକୁ ସହାୟତା ପ୍ରଦାନ କରି।
ସ୍ୱୟଂଚାଳିତ ବିଶ୍ଳେଷଣ ସାଧନଗୁଡ଼ିକୁ ନିର୍ମାଣ କରିବା ପାଇଁ Valgrind ଟି ଗୋଟିଏ ଯାନ୍ତ୍ରିକ ଢ଼ାଞ୍ଚା ଯାହାକି ରୂପରେଖା ପ୍ରୟୋଗମାନଙ୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥାଏ। Valgrind ସାଧନଗୁଡ଼ିକ ସାଧାରଣତଃ ସ୍ୱୟଂଚାଳିତ ଭାବରେ ଅନେକ ସ୍ମୃତି ପରିଚାଳନା ଏବଂ ସୂତ୍ର ସମସ୍ୟାଗୁଡ଼ିକୁ ଚିହ୍ନିଥାଏ। Valgrind ଶ୍ରେଣୀ ମଧ୍ଯ ସାଧନଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ ଯାହାକି ଆପଣଙ୍କର ଆବଶ୍ୟକତା ଅନୁସାରେ ଆପଣଙ୍କୁ ନୂତନ ରୂପରେଖା ସାଧନ ନିର୍ମାଣ ପାଇଁ ଅନୁମତି ଦେଇଥାଏ।
Red Hat Enterprise Linux 6.1 Valgrind ସଂସ୍କରଣ 3.6.0 ପ୍ରଦାନ କରିଥାଏ।
libdfp ଲାଇବ୍ରେରୀକୁ Red Hat Enterprise Linux 6.1 କୁ ଅଦ୍ୟତିତ କରାଯାଇଛି। libdfp ଟି ଗୋଟିଏ ଦଶମିକ ଅସ୍ଥାୟୀ ବିନ୍ଦୁ ଗଣିତ ଲାଇବ୍ରେରୀ, ଏବଂ Power ଏବଂ s390x ସଂରଚନାରେ glibc ଗଣିତ ଫଳନର ଏକ ବିକଳ୍ପ ଭାବରେ ଉପଲବ୍ଧ, ଏବଂ ଅତିରିକ୍ତ ଚ୍ୟାନେଲମାନଙ୍କରେ ଉପଲବ୍ଧ।
Eclipse ଟି ଗୋଟିଏ ଶକ୍ତିଶାଳୀ ବିକାଶ ପରିବେଶ ଯାହାକି ବିକାଶ ପ୍ରକ୍ରିୟାର ପ୍ରତ୍ୟେକ ଅଂଶରେ ସାଧନଗୁଡ଼ିକୁ ପ୍ରଦାନ କରିଥାଏ। ଏହା ପ୍ରତ୍ୟେକ ବ୍ୟବହାର ପାଇଁ ଗୋଟିଏ ସମ୍ପୂର୍ଣ୍ଣ ଭାବରେ ବିନ୍ୟାସିତ ଚାଳକ ଅନ୍ତରାପୃଷ୍ଠ, ଯେଉଁଥିରେ ପ୍ଲଗକରିବା ଯୋଗ୍ୟ ସଂରଚନାକୁ ଅନୁମତି ଦେଇଥାଏ ଯାହାକି ଅନୁଲଗ୍ନକୁ ବିଭିନ୍ନ ଉପାୟରେ ଅନୁମତି ଦେଇଥାଏ।
Eclipse ବିକାଶ ପରିବେଶର ଗୋଟିଏ ଅଦ୍ୟତିତ ସଂସ୍କରଣ Red Hat Enterprise Linux 6.1 ରେ ଉପଲବ୍ଧ, ନିମ୍ନଲିଖିତ ଅଦ୍ୟତନ ଏବଂ ଉନ୍ନତିଗୁଡ଼ିକୁ ପ୍ରଦାନ କରିଥାଏ:
Valgrind ଏବଂ OProfile ଏକତ୍ରିକରଣ ଏବଂ C ଏବଂ C++ ସହିତ କାମ କରିବା ପାଇଁ ସାଧନଗୁଡ଼ିକୁ ଅନ୍ତର୍ଭୁକ୍ତ କରି, ସମସ୍ତ ମୂଖ୍ୟ ପ୍ଲଗଇନଗୁଡ଼ିକୁ ସତେଜ କରାଯାଇଥାଏ
Mylyn କାର୍ଯ୍ୟ-ଲକ୍ଷ୍ଯ ଫ୍ରେମୱର୍କକୁ ଅଦ୍ୟତନ କରାଯାଇଥାଏ
କାର୍ଯ୍ୟକ୍ଷେତ୍ର ବିଷୟବସ୍ତୁଗୁଡ଼ିକ ପାଇଁ ଉନ୍ନତ ଉତ୍ସ ଛାଣକ
C, C++ ଏବଂ Java ସଂକେତ ଆଧାର ସହିତ କାମ କରିବା ସମୟରେ କାର୍ଯ୍ୟଦକ୍ଷତା ଉନ୍ନତି
ନୂତନ IcedTea ୱେବ ମୁକ୍ତ ଉତ୍ସ ୱେବ ବ୍ରାଉଜର ପ୍ଲଗଇନ ଏବଂ OpenJDK ପାଇଁ ୱେବଷ୍ଟାର୍ଟ ନିୟୋଜନ।
ଏକତ୍ରିକରଣ ଗୁଡ଼ିକ ଏକାଧିକ କମ୍ପୁଟର ଯାହାକି (ନୋଡ) ବିଶ୍ୱାସ, ମାପନୀୟତା, ଏବଂ ଉପଲବ୍ଧତା ବୃଦ୍ଧିକରିବାରେ କାର୍ଯ୍ୟ କରିଥାଏ ଏବଂ ଜଟିଳ ଉତ୍ପାଦନ ସର୍ଭିସ ଉପଲବ୍ଧତା ପାଇଁ କାର୍ଯ୍ୟକରିଥାଏ। Red Hat Enterprise Linux 6 କୁ ବ୍ୟବାହର କରି ଉଚ୍ଚ ଉପଲବ୍ଧତା ପାଇବାକୁ ବିଭିନ୍ନ ସଂରଚନାରେ କାର୍ଯ୍ୟକାରୀ ହୋଇଥାଏ, ଉଚ୍ଚ-ଉପଲବ୍ଧତା, ଭାର ସନ୍ତୁଳନ, ଏବଂ ଫାଇଲ ସହଭାଗ।
Red Hat Enterprise Linux 6.1 ରେ ନିମ୍ନଲିଖିତ ମୂଖ୍ୟ କ୍ଲଷ୍ଟରିଙ୍ଗ ଅଦ୍ୟତନଗୁଡ଼ିକ ଉପଲବ୍ଧ
The cluster resource agent for the Network File System version 4 (NFSv4) resource agent now has NFSv4 recovery support
Rgmanager ବର୍ତ୍ତମାନ ଜଟିଳ ଏବଂ ସହଜ ଉତ୍ସଗୁଡ଼ିକର ବିଷୟବସ୍ତୁଗୁଡ଼ିକୁ ସମର୍ଥନ କରିଥାଏ
A restart recovery can now be performed without the need to relocate a service if restart fails
System Administrators can now configure and run a cluster using command line tools. This feature provides an alternative to manually editing the cluster.conf configuration file or using the graphical configuration tools (Luci and Ricci)
Red Hat Enterprise Linux KVM ହୋଷ୍ଟ ଉପରେ Red Hat Enterprise Linux ଉଚ୍ଚ ଉପଲବ୍ଧତା ସମ୍ପୂର୍ଣ୍ଣ ଭାବରେ ସମର୍ଥିତ
Comprehensive SNMP Trap support from all cluster daemons and sub-parts
Additional watchdog integration allows a node to reboot itself when it loses quorum or is fenced using fence_scsi
ପରବର୍ତ୍ତୀ ପଠନ
କ୍ଲଷ୍ଟର ସୁଟ ସମୀକ୍ଷା ଦଲିଲ Red Hat Enterprise Linux 6 ପାଇଁ Red Hat କ୍ଲଷ୍ଟ ସୁଟର ସମୀକ୍ଷା ପ୍ରଦାନ କରିଥାଏ। ଏହା ସହିତ,
ଉଚ୍ଚ ଉପଲବ୍ଧତା ପ୍ରଶାସନ ଦଲିଲ ସଂରଚନାକୁ ବର୍ଣ୍ଣନା କରିଥାଏ ଏବଂ Red Hat Enterprise Linux 6 ପାଇଁ Red Hat କ୍ଲଷ୍ଟର ତନ୍ତ୍ରଗୁଡ଼ିକର ଶକ୍ତି ପରିଚାଳନାକୁ ବର୍ଣ୍ଣନା କରିଥାଏ।
ନୂତନ ହୋଷ୍ଟ କର୍ଣ୍ଣଲ ନେଟୱର୍କିଙ୍ଗ ପୃଷ୍ଠଭୂମି, vhost , ଟି Red Hat Enterprise Linux 6.1 ରେ ସମ୍ପୂର୍ଣ୍ଣ ଭାବରେ ସମର୍ଥିତ ଗୋଟିଏ ବିଶେଷତା। vhost ଉତ୍ତମ ପ୍ରବାହ କ୍ଷମତା ଏବଂ ଚାଳକସ୍ଥାନ ନିୟୋଜନ ଉପରେ ବିଳମ୍ବତା ପଦାନ କରିଥାଏ।
qcow2 ପ୍ରତିଛବି ଶୈଳୀ ବର୍ତ୍ତମାନ ଅଧିତଥ୍ୟ କ୍ୟାଶିଙ୍ଗକୁ ସହାୟତା କରିଥାଏ। ଅତିରିକ୍ତ ଭାବରେ, ଜୀବନ୍ତ ସ୍ନାପସଟଗୁଡ଼ିକ ପାଇଁ ବାହ୍ୟ qcow2 ପ୍ରତିଛବିଗୁଡ଼ିକୁ ବ୍ୟବହାର କରି ସହାୟତାକୁ ଯୋଗ କରାଯାଇଥାଏ।
ioeventfd ଟି ବର୍ତ୍ତମାନ ଉପଲବ୍ଧ, ବ୍ଲକ I/O ର ବିଜ୍ଞପ୍ତିକୁ ତୀବ୍ରତର କରି।
Red Hat Enterprise Linux 6 ରେ KVM ହାଇପରଭାଇଜର କର୍ଣ୍ଣଲ SamePage ମିଶ୍ରଣ (KSM) କୁ ଦର୍ଶାଇଥାଏ, KVM ଅତିଥିକୁ ସମାନପ୍ରକାର ସ୍ମୃତିସ୍ଥାନ ପୃଷ୍ଠାଗୁଡ଼ିକୁ ସହଭାଗ କରିବା ପାଇଁ ଅନୁମତି ଦେଇଥାଏ। ପୃଷ୍ଠା ସହଭାଗ ସ୍ମୃତିସ୍ଥାନ ନକଲକୁ କମ କରିଥାଏ ଏବଂ ଅଧିକ ସାଦୃଶ୍ୟ ଅତିଥିକୁ ପ୍ରଚାଳନ ତନ୍ତ୍ରଗୁଡ଼ିକରେ ଚଲାଇଥାଏ।
Red Hat Enterprise Linux 6.1 ରେ KSM ଟି ସ୍ୱଚ୍ଛ HugePage ଅଭିଜ୍ଞ। KSM ରେ hugepages ଭିତରେ ଉପପୃଷ୍ଠାଗୁଡ଼ିକୁ କ୍ରମବୀକ୍ଷଣ କରିବାର କ୍ଷମତା ଅଛି ଏବଂ ମିଶ୍ରଣ ସମ୍ଭବ ହେବା ପରେ ସେମାନଙ୍କୁ ପୃଥକ କରିଥାଏ।
ଅତିରିକ୍ତ ଭାବରେ, KSM ସକ୍ରିୟଣକୁ ବର୍ତ୍ତମାନ ଗୋଟିଏ ପ୍ରତି-VM ଆଧାରରେ ନିୟନ୍ତ୍ରଣ କରାଯାଇଥାଏ।
PCI ବିନ୍ୟାସ ସ୍ଥାନ ଅଭିଗମ୍ୟତା ଉନ୍ନତତର, PCI ଉପକରଣମାନଙ୍କର ଗୋଟିଏ ବିସ୍ତାର ସେଟକୁ ସକ୍ରିୟ କରି ଅତିଥି VM ମାନଙ୍କୁ ଉପକରଣ-ନ୍ୟସ୍ତ କରିଥାଏ।
Red Hat Enterprise Linux 6.1 ରେ, ଟାଇମ ଷ୍ଟାମ୍ପ କାଉଣ୍ଟର (TSC) ସନ୍ତୁଳନକୁ ବର୍ତ୍ତମାନ ଅତିଥି ବୁଟ ସମୟରେ ସ୍ୱୟଂଚାଳିତ ଭାବରେ ଚିହ୍ନିହୋଇଥାଏ ଅଥବା ଯେତେବେଳେ ଗୋଟିଏ ହୋଷ୍ଟ CPU କୁ ହଟ-ପ୍ଲଗ କରାଯାଇଥାଏ। ଅତିରିକ୍ତ ଭାବେ, TSC ସନ୍ତୁଳନ ବାରମ୍ବାରତାକୁ ଗୋଟିଏ ଜୀବନ୍ତ ସ୍ଥାନାନ୍ତରଣ ସମୟରେ ମେଳ କରାଯାଇଥାଏ।
ଅତିରିକ୍ତ ଭାବେ, ସେହି ନୂତନ drive_del
ନିର୍ଦ୍ଦେଶ libvirt କୁ ସୁରକ୍ଷିତ ଭାବରେ ଗୋଟିଏ ଅତିଥି ପାଖରୁ କାଢ଼ିଥାଏ।
ପ୍ରଭାବଶୀଳ ସଫ୍ଟୱେର ଏବଂ ସଂରଚନା ପରିଚାଳନା ସଫ୍ଟୱେର ସୂଚୀ ପଦ୍ଧତି ଆବଶ୍ୟକ କରିଥାଏ — ଉଭୟ ପ୍ରକାରର ଉତ୍ପାଦନ ଏବଂ ତନ୍ତ୍ରସଂଖ୍ୟାଗୁଡ଼ିକ ଯେଉଁଥିରେ ସଫ୍ଟୱେର ସ୍ଥାପିତ ହୋଇଥାଏ। Red Hat Enterprise Linux 6.1 ସହିତ ସମାନ୍ତରାଳ ଭାବରେ, Red Hat ଗୋଟିଏ ନୂତନ ଅଧିକାର ପ୍ଲାଟଫର୍ମକୁ ଆରମ୍ଭ କରିଥାଏ ଯାହାକି କୌଣସି ଅନୁଷ୍ଠାନ ଏବଂ ଅଧିକ ପ୍ରଭାବଶୀଳ ବିଷୟବସ୍ତୁ ପ୍ରଦାନକାରୀ ତନ୍ତ୍ର ପାଇଁ ସଫ୍ଟୱେର ଅଧିକାରକୁ ନିରୀକ୍ଷଣ ସୁବିଧା ପ୍ରଦାନ କରିଥାଏ। ସ୍ଥାନୀୟ ତନ୍ତ୍ର ମାନଙ୍କରେ, ଏହି ନୂତନ Red Hat ସଦସ୍ୟତା ପରିଚାଳନା ଉଭୟ GUI ଏବଂ ନିର୍ଦ୍ଦେଶ-ନାମା ସାଧନଗୁଡ଼ିକୁ ସ୍ଥାନୀୟ ତନ୍ତ୍ର ଏବଂ ଏହାର ବଣ୍ଟିତ ସଦସ୍ୟତାମାନଙ୍କରେ ପରିଚାଳନା କରିଥାଏ। ସଦସ୍ୟତାମାନଙ୍କୁ ନିୟନ୍ତ୍ରଣ କରିବାର ଗୋଟିଏ ଉତ୍ତମ ପଦ୍ଧତି ଗ୍ରାହକମାନଙ୍କୁ ସେମାନଙ୍କର ସଫ୍ଟୱେର ସ୍ୱୀକୃତିକୁ ପରିଚାଳନା କରିବା ପାଇଁ ସହାୟତା କରିଥାଏ ଏବଂ Red Hat ଉତ୍ପାଦନଗୁଡ଼ିକର ଅଦ୍ୟତନକୁ ସହଜମୟ କରିଥାଏ।
Red Hat Enterprise Linux 6 ନୂତନ ସ୍ୱୟଂଚାଳିତ ତ୍ରୁଟି ଖବରକାରୀ ସାଧନ (ABRT) କୁ ଆରମ୍ଭ କରିଛି। ABRT ସଫ୍ଟୱେର ନଷ୍ଟଗୁଡ଼ିକୁ ସ୍ଥାନୀୟ ତନ୍ତ୍ରରେ ଲେଖିଥାଏ, ଏବଂ ଅନ୍ତରାପୃଷ୍ଠମାନ ପ୍ରଦାନ କରିଥାଏ (ଉଭୟ ଆଲେଖିକ ଏବଂ ନିର୍ଦ୍ଦେଶ ଧାରାରେ) Red Hat ସହାୟତାରେ ସମସ୍ୟା ଉଲ୍ଲେଖ କରିବା ପାଇଁ। Red Hat Enterprise Linux 6.1 ରେ, ABRT ସଂସ୍କରଣ 1.1.16 କୁ ଅଦ୍ୟତିତ ହୋଇଥାଏ। ଏହି ଅଦ୍ୟତନ ଗୋଟିଏ ଉନ୍ନତ ଆଲେଖି ଚାଳକ ଅନ୍ତରାପୃଷ୍ଠ (GUI) ପ୍ରଦାନ କରିଥାଏ, ଅନ୍ୟାନ୍ୟ ତ୍ରୁଟି ସମାଧାନ ଏବଂ ଉନ୍ନତି ପାଇଁ ପ୍ରଦାନ କରିଥାଏ।
openCryptoki ସଂସ୍କରଣ 2.11 କୁ IBM କ୍ରିପ୍ଟୋକାର୍ଡଗୁଡ଼ିକ ପାଇଁ କାର୍ଯ୍ୟକାରୀ କରାଯାଇଥିବା PKCS#11 API ରେ ଧାରଣ କରିଥାଏ। openCryptoki କୁ Red Hat Enterprise Linux 6.1 ରେ ଅଦ୍ୟତନ କରାଯାଇଥାଏ, ଅନେକ ତ୍ରୁଟି ନିବାରଣ ଏବଂ ଉନ୍ନତିକୁ ପ୍ରଦାନ କରି, ଉତ୍ତମ କାର୍ଯ୍ୟଦକ୍ଷତାକୁ ଅନ୍ତର୍ଭୁକ୍ତ କରି।
OpenLDAP is an open source suite the Lightweight Directory Access Protocol (LDAP) applications and development tools. OpenLDAP in Red Hat Enterprise Linux 6.1 is updated to version 2.4.23. This updated version of OpenLDAP utilizes Network Security Services (NSS) cryptographic libraries, replacing OpenSSL.
TigerVNC ଆଭାସୀ ନେଟୱର୍କ ଗଣନା (VNC) ପାଇଁ କ୍ଲାଏଣ୍ଟ ଏବଂ ସର୍ଭର ସଫ୍ଟୱେର ପ୍ରଦାନ କରିଥାଏ। VNC ଗୋଟିଏ ସୁଦୂର ପ୍ରଦର୍ଶନୀ ତନ୍ତ୍ର, ଗୋଟିଏ କମ୍ପୁଟିଙ୍ଗ ଡେସ୍କଟପ ପରିବେଶକୁ ନେଟୱର୍କ ସଂଯୋଗ ଉପରେ ଦେଖିବା ପାଇଁ ଚାଳକକୁ ଅନୁମତି ଦେଇଥାଏ।TigerVNC ଟି ସଂସ୍କରଣ 1.1.0 କୁ ଅଦ୍ୟତନ କରାଯାଇଥାଏ, ଅନେକ ତ୍ରୁଟି ନିବାରଣଗୁଡ଼ିକୁ ପ୍ରଦାନ କରି ସଂଗୁପ୍ତ ସହାୟତା ପ୍ରଦାନ କରାଯାଇଥାଏ।
tuned ଗୋଟିଏ ତନ୍ତ୍ର ସନ୍ତୁଳନ ଡେମନ ଯାହାକି ତନ୍ତ୍ର ଉପାଦାନଗୁଡ଼ିକୁ ନିରୀକ୍ଷଣ କରିଥାଏ ଏବଂ ତନ୍ତ୍ର ସଂରଚନାଗୁଡିକୁ ସ୍ୱୟଂଚାଳିତ ଧାରାରେ ସନ୍ତୁଳନ କରିଥାଏ। ktune ବ୍ୟବହାର କରି (ତନ୍ତ୍ର ସନ୍ତୁଳନ ପାଇଁ ସ୍ଥିର କାର୍ଯ୍ୟକଳାପ), tuned ନିରୀକ୍ଷଣ କରିପାରିବ ଏବଂ ଉପକରଣଗୁଡ଼ିକୁ ସନ୍ତୁଳନ କରିଥାଏ (ଯେପରିକି ହାର୍ଡ ଡିସ୍କ ଡ୍ରାଇଭଗୁଡ଼ିକ ଏବଂ ଇଥରନେଟ ଉପକରଣଗୁଡ଼ିକ)। Red Hat Enterprise Linux 6.1 ରେ, tuned ସନ୍ତୁଳନ ରୂପରେଖାମାନ ବର୍ତ୍ତମାନ s390x ସଂରଚନା ପାଇଁ ସହାୟତାକୁ ଅନ୍ତର୍ଭୁକ୍ତ କରିଥାଏ।
A. ପୁନରୀକ୍ଷଣ ପୁରୁଣା ତଥ୍ୟ
ସଂଶୋଧନ ଇତିହାସ ସଂଶୋଧନ 1-0 Tue Mar 22 2011 Ryan ଲର୍ଚ
Red Hat Enterprise Linux 6.1 ପ୍ରକାଶନ ଟିପ୍ପଣୀର ପ୍ରାରମ୍ଭିକ ସଂସ୍କରଣ