Product SiteDocumentation Site

Red Hat Enterprise Linux 6

Release Notes

Red Hat Enterprise Linux 6.6 ପାଇଁ ପ୍ରକାଶନ ଟିପ୍ପଣୀ

ସଂସକରଣ 6

Red Hat ଗ୍ରାହକ ବିଷୟବସ୍ତୁ ସର୍ଭିସଗୁଡ଼ିକ


ବୈଧାନିକ ସୂଚନା

Copyright © 2014 Red Hat, Inc.
The text of and illustrations in this document are licensed by Red Hat under a Creative Commons Attribution–Share Alike 3.0 Unported license ("CC-BY-SA"). An explanation of CC-BY-SA is available at http://creativecommons.org/licenses/by-sa/3.0/. In accordance with CC-BY-SA, if you distribute this document or an adaptation of it, you must provide the URL for the original version.
Red Hat, as the licensor of this document, waives the right to enforce, and agrees not to assert, Section 4d of CC-BY-SA to the fullest extent permitted by applicable law.
Red Hat, Red Hat Enterprise Linux, the Shadowman logo, JBoss, MetaMatrix, Fedora, the Infinity Logo, and RHCE are trademarks of Red Hat, Inc., registered in the United States and other countries.
Linux® is the registered trademark of Linus Torvalds in the United States and other countries.
Java® is a registered trademark of Oracle and/or its affiliates.
XFS® is a trademark of Silicon Graphics International Corp. or its subsidiaries in the United States and/or other countries.
All other trademarks are the property of their respective owners.


1801 Varsity Drive
 RaleighNC 27606-2072 USA
 Phone: +1 919 754 3700
 Phone: 888 733 4281
 Fax: +1 919 754 3701

ସାରାଂଶ
ପ୍ରକାଶନ ଟିପ୍ପଣୀରେ ଉଚ୍ଚ - ମାନର ଉନ୍ନତି ଏବ Red Hat Enterprise Linux 6.6ରେ ଯୋଗକରାଯାଇଥିବା ବିଶେଷତାଗୁଡ଼ିକୁ ବର୍ଣ୍ଣନା କରିଥାଏ। Red Hat Enterprise Linuxରେ ହୋଇଥିବା ସମସ୍ତ ପରିବର୍ତ୍ତନ 6.6 ଅଦ୍ୟତନ ପାଇଁ ହୋଇଥିବା ପରିବର୍ତ୍ତନଗୁଡିକର ବିସ୍ତୃତ ବିବରଣୀ ପାଇଁ,ଯାନ୍ତ୍ରିକ ଟିପ୍ପଣୀ କୁ ଅନୁସରଣ କରନ୍ତୁ।

ଉପକ୍ରମଣିକା
1. କର୍ଣ୍ଣଲ
2. ନେଟୱର୍କିଙ୍ଗ
3. ସୁରକ୍ଷା
4. ଆଭାସୀକରଣ
5. ସଂରକ୍ଷଣ ସ୍ଥାନ
6. ହାର୍ଡୱେର ସକ୍ରିୟଣ
7. ଅନୁଷ୍ଠାନ ମାନକ ଏବଂ ପ୍ରମାଣପତ୍ର
8. ବୈଧିକରଣ ଏବଂ ପାରସ୍ପରିକ କାର୍ଯ୍ୟଦକ୍ଷତା
9. ଡେସ୍କଟପ ଏବଂ ଆଲେଖୀ
10. କାର୍ଯ୍ୟଦକ୍ଷତା ଏବଂ ମାପନୀୟତା
11. ସାଧାରଣ ଅଦ୍ୟତନଗୁଡ଼ିକ
A. ଉପାଦାନ ସଂସ୍କରଣଗୁଡ଼ିକ
B. ପୁନରୀକ୍ଷଣ ପୁରୁଣା ତଥ୍ୟ

ଉପକ୍ରମଣିକା

Red Hat Enterprise Linux ଗୌଣ ପ୍ରକାଶନଗୁଡ଼ିକ ବ୍ୟକ୍ତିଗତ ଉନ୍ନତି, ସୁରକ୍ଷା ଏବଂ ତୃଟି ନିବାରଣ ଏରାଟାର ଏକ ମିଶ୍ରଣ। Red Hat Enterprise Linux 6.6 ପ୍ରକାଶନ ଟିପ୍ପଣୀ Red Hat Enterprise Linux 6 ରେ ମୂଖ୍ୟ ପରିବର୍ତ୍ତନଗୁଡ଼ିକୁ ଦଲିଲିକୃତ କରିଥାଏ ଏବଂ ଏହି ଗୌଣ ପ୍ରକାଶନ ପାଇଁ ପ୍ରୟୋଗଗୁଡ଼ିକୁ ସମିଶ୍ରଣ କରିଥାଏ।ଏହି ଗୌଣ ପ୍ରକାଶନରେ ପରିବର୍ତ୍ତନଗୁଡ଼ିକରେ ବିସ୍ତୃତ ଟିପ୍ପଣୀ (ଯେପରିକି, ତୃଟି ସଂଶୋଧନ,ସନ୍ନିହିତ ଉନ୍ନତି, ଏବଂ ଜଣାଥିବା ସମସ୍ୟାଗୁଡ଼ିକୁ ପାଇବା) ଇତ୍ୟାଦି ଗୁଡ଼ିକଯାନ୍ତ୍ରିକ ଟିପ୍ପଣୀ ରେ ଉପଲବ୍ଧ। ଯାନ୍ତ୍ରିକ ଟିପ୍ପଣୀ ଦଲିଲ ବର୍ତ୍ତମାନ ଉପଲବ୍ଧ ସମସ୍ତ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନକୁ ମଧ୍ଯ ସେମାନଙ୍କୁ ପ୍ରଦାନ କରିଥିବା ପ୍ୟାକେଜଗୁଡ଼ିକ ସହିତ ଏକ ସମ୍ପୂର୍ଣ୍ଣ ତାଲିକା ଧାରଣ କରିଥାଏ।

ଗୁରୁତ୍ବପୂର୍ଣ୍ଣ

ଏହି ଅନଲାଇନ Red Hat Enterprise Linux 6.6 ପ୍ରକାଶନ ଟିପ୍ପଣୀ, ଯାହାକି ଏଠାରେ, ଅନଲାଇନରେ ଅବସ୍ଥିତ, ସେଗୁଡ଼ିକୁ ନିର୍ଣ୍ଣାୟକ, ଅଦ୍ୟତିତ ସଂସ୍କରଣ ଭାବରେ ଗ୍ରହଣ କରାଯାଇଥାଏ। ଏହି ପ୍ରକାଶନ ବିଷୟରେ ପ୍ରଶ୍ନର ଉତ୍ତର ପାଇଁ ଗ୍ରାହକମାନେ ସେମାନଙ୍କ ସଂସ୍କରଣର Red Hat Enterprise Linux ରେ ଅନଲାଇନରେ ପ୍ରକାଶନ ଏବଂ ଯାନ୍ତ୍ରିକ ଟିପ୍ପଣୀ ସହିତ ସମ୍ପର୍କ କରିପାରିବେ।
ତନ୍ତ୍ରର ଅନ୍ୟ ସଂସ୍କରଣ ତୁଳନାରେ Red Hat Enterprise Linux 6 ର କ୍ଷମତା ଏବଂ ସୀମା https://access.redhat.com/site/articles/rhel-limits ରେ ଉପଲବ୍ଧ ଜ୍ଞାନ ଆଧାର ପତ୍ରିକାରେ ଉପଲବ୍ଧ।
ଯଦି ଆପଣଙ୍କୁ Red Hat Enterprise Linux ଜୀବନଚକ୍ର ବିଷୟରେ ସୂଚନା ଆବଶ୍ୟକ, ତେବେ https://access.redhat.com/support/policy/updates/errata/ କୁ ଅନୁସରଣ କରନ୍ତୁ।

ଅଧ୍ଯାୟ 1. କର୍ଣ୍ଣଲ

ଉନ୍ନତ SCSI ଏକକ ଧ୍ୟାନ ନିୟନ୍ତ୍ରଣ

Red Hat Enterprise Linux 6.6 ରେ ଥିବା କର୍ଣ୍ଣଲକୁ ବ୍ୟବହାରକାରୀ ସ୍ଥାନକୁ କିଛି SCSI ଏକକରୁ ଧ୍ୟାନ ଆକର୍ଷଣ ପାଇଁ ସକ୍ରିୟ କରିବା ପାଇଁ udev ଘଟଣା କୌଶଳ ମାଧ୍ଯମରେ ଉନ୍ନତ କରାଯାଇଛି। ସହାୟତା ପ୍ରାପ୍ତ ଏକକ ଧ୍ଯାନ ସର୍ତ୍ତଗୁଡ଼ିକ ହେଉଛି:
  • 3F 03 INQUIRY DATA HAS CHANGED
  • 2A 09 CAPACITY DATA HAS CHANGED
  • 38 07 THIN PROVISIONING SOFT THRESHOLD REACHED
  • 2A 01 MODE PARAMETERS CHANGED
  • 3F 0E REPORTED LUNS DATA HAS CHANGED
ସହାୟତା ପ୍ରାପ୍ତ ଏକକ ଧ୍ୟାନ ସର୍ତ୍ତଗୁଡ଼ିକ ପାଇଁ ପୂର୍ବନିର୍ଦ୍ଧାରିତ udev ନିୟମାବଳୀ libstoragemgmt RPM ପ୍ୟାକେଜ ଦ୍ୱାରା ଦିଆଯାଇଥାଏ। udev ନିୟମାବଳୀ /lib/udev/rules.d/90-scsi-ua.rules ଫାଇଲରେ ଅଛି।
ପୂର୍ବନିର୍ଦ୍ଧାରିତ ନିୟମାବଳୀ REPORTED LUNS DATA HAS CHANGED ଏକକ ଧ୍ୟାନକୁ ନିୟନ୍ତ୍ରଣ କରିଥାଏ। ଅତିରିକ୍ତ ଉଦାହରଣ ନିୟମାବଳୀଗୁଡ଼ିକ କର୍ଣ୍ଣଲ ସୃଷ୍ଟି କରିପାରୁଥିବା ଅନ୍ୟ ଘଟଣାଗୁଡ଼ିକୁ ବର୍ଣ୍ଣନା କରିବା ପାଇଁ ଥାଏ। ମନେରଖନ୍ତୁ ଯେ ପୂର୍ବନିର୍ଦ୍ଧାରିତ ନିୟମାବଳୀ ସ୍ୱୟଂଚାଳିତ ଭାବରେ ଲଜିକାଲ ଏକକ ସଂଖ୍ୟା (LUNs)କୁ ବାହାର କରି ନଥାଏ ଯାହାକି SCSI ଲକ୍ଷ୍ଯସ୍ଥଳରେ ବର୍ତ୍ତମାନ ଉପସ୍ଥିତ ନଥାଏ।
କାରଣ SCSI ଏକକ ଧ୍ୟାନ ସର୍ତ୍ତଗୁଡ଼ିକ କେବଳ SCSI ନିର୍ଦ୍ଦେଶର ଉତ୍ତର ଦେଇଥାଏ, କୌଣସି ସର୍ତ୍ତକୁ ଖବର କରାଯାଇନଥାଏ ଯଦି କୌଣସି ନିର୍ଦ୍ଦେଶକୁ ସକ୍ରିୟ ଭାବରେ SCSI ଉପକରଣକୁ ପଠାଯାଇନଥାଏ।
udev ନିୟମାବଳୀକୁ ପରିବର୍ତ୍ତନ କରି କିମ୍ବା ବାହାର କରି ପୂର୍ବନିର୍ଦ୍ଧାରିତ ଆଚରଣକୁ ଇଚ୍ଛାମୁତାବକ କରିହେବ। ଯଦି libstoragemgmt RPM ପ୍ୟାକେଜ ସ୍ଥାପିତ ହୋଇନଥାଏ, ତେବେ ପୂର୍ବନିର୍ଦ୍ଧାରିତ ନିୟମାବଳୀ ଉପସ୍ଥିତ ନଥାଏ। ସେହି ଘଟଣାଗୁଡ଼ିକ ପାଇଁ ଯଦି କୌଣସି udev ନିୟମାବଳୀ ଉପସ୍ଥିତ ଥାଏ, ତେବେ କୌଣସି ପଦକ୍ଷେପ ନିଆଯାଇନଥାଏ, କିନ୍ତୁ ଘଟଣାଗୁଡ଼ିକ ନିଜ ମଧ୍ଯରେ କର୍ଣ୍ଣଲ ଭିତରେ ସୃଷ୍ଟି ହୋଇଥାଏ।

Open vSwitch କର୍ଣ୍ଣଲ ମଡ୍ୟୁଲ

Red Hat Enterprise Linux 6.6 ରେ Open vSwitch କର୍ଣ୍ଣଲ ମଡ୍ୟୁଲକୁ Red Hat ର ସ୍ତରମୟ ଉତ୍ପାଦନ ପାଇଁ ସକ୍ରିୟକ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। Open vSwitch କୁ କେବଳ ସେହି ଉତ୍ପାଦନଗୁଡ଼ିକ ସହିତ ସହାୟତା ପ୍ରାପ୍ତ। ଦୟାକରି ମନେରଖନ୍ତୁ ଯେ ଏହି ଆବଶ୍ୟକୀୟ ବ୍ୟବହାରକାରୀ ସ୍ଥାନ ଉପଯୋଗିତା ବିନା, Open vSwitch କାମ କରିବ ନାହିଁ ଏବଂ ବ୍ୟବହାର ପାଇଁ ସକ୍ରିୟ କରାଯାଇପାରିବ ନାହିଁ।ଅଧିକ ସୂଚନା ପାଇଁ, ଦୟାକରି ନିମ୍ନଲିଖିତ ଜ୍ଞାନ ଆଧାର ପତ୍ରିକାକୁ ଅନୁସରଣ କରନ୍ତୁ: https://access.redhat.com/knowledge/articles/270223.

ଅଧ୍ଯାୟ 2. ନେଟୱର୍କିଙ୍ଗ

HPN ଏଡଅନରେ ହୋଇଥିବା ପରିବର୍ତ୍ତନଗୁଡ଼ିକ

Red Hat Enterprise Linux 6.6 ରୁ ଆରମ୍ଭ କରି, ଉଚ୍ଚ ଦକ୍ଷତା ସମ୍ପନ୍ନ ନେଟୱର୍କିଙ୍ଗ (HPN) ଏଡଅନ ବର୍ତ୍ତମାନ ପୃଥକ ଉତ୍ପାଦନ ଭାବରେ ଉପଲବ୍ଧ ନାହିଁ। ଏହା ପରିବର୍ତ୍ତେ HPN ଏଡଅନରେ ମିଳିଥିବା କାର୍ଯ୍ୟ ମୂଳ ଉତ୍ପାଦନ ସହିତ ସନ୍ନିହିତ ଏବଂ Red Hat Enterprise Linuxର ମୂଳ ଚ୍ୟାନେଲ ଭାବରେ ଦିଆଯାଇଥାଏ।
ମୂଳ Red Hat Enterprise Linux 6 ଉତ୍ପାଦନରେ HPN ସୁବିଧାକୁ ଅନ୍ତର୍ଭୁକ୍ତ କରିବା ସହିତ, RDMA over Converged Ethernet (RoCE) ନିୟୋଜନକୁ ମଧ୍ଯ ଅଦ୍ୟତନ କରାଯାଇଥାଏ। RoCE ସାର୍ବଜନିକ ପରିଚାୟକ କିମ୍ବା GID-ଆଧାରିତ ଠିକଣାକୁ ନୋଡ ଅନୁସାରେ ଯୋଗାଯୋଗ କରାଯାଇଥାଏ। ପୂର୍ବରୁ, GIDs ଇଥରନେଟ ଅନ୍ତରାପୃଷ୍ଠର MAC ଠିକଣା ଅନୁସାରେ VLAN ID ସହିତ (ଯଦି ବ୍ୟବହାର କରାଯାଇଥାଏ)ସାଙ୍କେତିକରଣ କରାଯାଇଥାଏ। କିଛି ପରିସ୍ଥିତିରେ, RoCE ପ୍ରୋଟୋକଲକୁ ଚଲାଉଥିବା ବସ୍ତୁ ଏଥିରେ VLAN-ଟ୍ୟାଗ ଲାଗିଛି ବୋଲି ଜାଣିନଥାଏ। ସେହି କମ୍ପୁଟ ବସ୍ତୁ ବେଳେ ବେଳେ ଭୁଲ GID ସୃଷ୍ଟି କରିଥାଏ ଅଥବା ଅନୁମାନ କରିଥାଏ, ଯାହାକି ଫଳସ୍ୱରୂପ ସଂଯୋଗ ସ୍ଥାପନ ସମୟରେ ସମସ୍ୟା ସୃଷ୍ଟି କରିଥାଏ। ସେହି ଅଦ୍ୟତିତ RoCE ନିୟୋଜନ RoCE GIDs ର ସାଙ୍କେତିକରଣ ଉପାୟକୁ ପରିବର୍ତ୍ତନ କରି ସମସ୍ୟାର ସମାଧାନ କରିଥାଏ, ଏବଂ ତାହାକୁ ଇଥରନେଟ ଅନ୍ତରାପୃଷ୍ଠର IP ଠିକଣା ସହିତ ସମ୍ପୃକ୍ତ କରିଥାଏ। RoCE ପ୍ରୋଟୋକଲକୁ ବ୍ୟବହାର କରୁଥିବା ସମସ୍ତ ତନ୍ତ୍ରଗୁଡ଼ିକୁ Red Hat Enterprise Linux 6.6 କୁ ଉନ୍ନତ କରାଯାଇଥାଏ ଯାହାକି ତାର ମୟ ପ୍ରଟୋକଲ ଶୈଳୀରେ ପରିବର୍ତ୍ତନ ହେତୁ ସଂଯୋଗ ବିଶ୍ୱସ୍ତତାକୁ ନିଶ୍ଚିତ କରିଥାଏ।
ଅତିରିକ୍ତ ସୂଚନା ପାଇଁ ଦୟାକରି ଏହି Red Hat ଜ୍ଞାନ ଆଧାର ପତ୍ରିକାକୁ ଦେଖନ୍ତୁ: https://access.redhat.com/site/articles/971333.

ଅଧ୍ଯାୟ 3. ସୁରକ୍ଷା

SCAP ସୁରକ୍ଷା ପୁସ୍ତକ

scap-security-guide ପ୍ୟାକେଜକୁ ସୁରକ୍ଷା ନିୟମାବଳୀ, ମୂଳ ଧାଡ଼ି, ଏବଂ ସମ୍ପୃକ୍ତ ବୈଧିକରଣ କୌଶଳ ପ୍ରଦାନ କରିବା ପାଇଁ Red Hat Enterprise Linux 6.6 ରେ ଅନ୍ତର୍ଭୁକ୍ତ କରାଯାଇଛି ଯାହାକି ସୁରକ୍ଷା ବିଷୟବସ୍ତୁ ସ୍ୱୟଂଚାଳିତ ପ୍ରଟୋକଲ(SCAP) ବ୍ୟବହାର କରିଥାଏ। ତନ୍ତ୍ର ସୁରକ୍ଷା ନିତୀ ଆବଶ୍ୟକତା ପାଇଁ SCAP ସୁରକ୍ଷା ପୁସ୍ତକ ଆବଶ୍ୟକୀୟ ତଥ୍ୟ ଧାରଣ କରିଥାଏ;ଉଭୟ ଲିଖିତ ବର୍ଣ୍ଣନା ଏବଂ ସ୍ୱୟଂଚାଳିତ ପରୀକ୍ଷାକୁ ଅନ୍ତର୍ଭୁକତ୍ କରାଯାଇଥାଏ। ପରୀକ୍ଷାକୁ ସ୍ୱୟଂଚାଳିତ କରିବା ଫଳରେ, SCAP ସୁରକ୍ଷା ପୁସ୍ତକ ତନ୍ତ୍ର ସୁସଙ୍ଗତତାକୁ ନିୟମିତ ଭାବରେ ଯାଞ୍ଚ କରିବା ପାଇଁ ଏକ ସରଳ ଏବଂ ଭରଷାଯୋଗ୍ଯ ଉପାୟ ପ୍ରଦାନ କରିଥାଏ।

ଅଧ୍ଯାୟ 4. ଆଭାସୀକରଣ

ନୂତନ ପ୍ୟାକେଜ: hyperv-daemons

ନୂତନ hyperv-daemons ପ୍ୟାକେଜଗୁଡ଼ିକୁ Red Hat Enterprise Linux 6.6ରେ ଯୋଗ କରାଯାଇଛି। ନୂତନ ପ୍ୟାକେଜଗୁଡ଼ିକୁ Hyper-V KVP ଡେମନରେ ଅନ୍ତର୍ଭୁକ୍ତ କରାଯାଇଥାଏ,ଯାହାକି ପୂର୍ବରୁ hypervkvpd ପ୍ୟାକେଜ ଦ୍ୱାରା ପ୍ରଦତ୍ତ, Hyper-V VSS ଡେମନ, ପୂର୍ବରୁ hypervvssd ପ୍ୟାକେଜ ଦ୍ୱାରା ପ୍ରଦତ୍ତ, ଏବଂ hv_fcopy ଡେମନ, ପୂର୍ବରୁ hypervfcopyd ପ୍ୟାକେଜ ଦ୍ୱାରା ପ୍ରଦତ୍ତ। hyperv-daemons ଦ୍ୱାରା ପ୍ରଦତ୍ତ ଡେମନର ପ୍ରକାର Linux ଅତିଥି Microsoft Windows ହୋଷ୍ଟ ଉପରେ Hyper-V ସହାୟତାରେ ଚାଲୁଥିବା ସମୟରେ ଆବଶ୍ୟକ ହୋଇଥାଏ।

ଅଧ୍ଯାୟ 5. ସଂରକ୍ଷଣ ସ୍ଥାନ

device-mapper ପାଇଁ ଉନ୍ନତି

device-mapper ରେ ଅନେକ ବିଶେଷ ଉନ୍ନତିକୁ Red Hat Enterprise Linux 6.6ରେ ଆରମ୍ଭ କରାଯାଇଛି:
  • dm-cache device-mapper ଲକ୍ଷ୍ଯସ୍ଥଳ, ଯାହାକି ତୀବ୍ର ସଂରକ୍ଷଣ ଉପକରଣକୁ ମନ୍ଥର ସଂରକ୍ଷଣ ଉପକରଣ ପାଇଁ କ୍ୟାଶେ ଭାବରେ କାମ କରିବା ପାଇଁ ଅନୁମତି ଦେଇଥାଏ, ତାହାକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଯୋଗ କରାଯାଇଛି।
  • device-mapper-multipath ALUA ପ୍ରାଥମିକତା ଯାଞ୍ଚକାରୀ ବର୍ତ୍ତମାନ ପସନ୍ଦଯୋଗ୍ୟ ପଥ ଉପକରଣକୁ ନିଜ ପଥରେ ରଖିନଥାଏ ଯଦି ସେଠାରେ ଅନ୍ୟାନ୍ୟ ପଥଗୁଡ଼ିକ ଥାଏ ଯାହାକୁ ଭାର ସନ୍ତୁଳନ ପାଇଁ ବ୍ୟବହାର କରାଯାଇପାରିବ।
  • ବର୍ତ୍ତମାନ fast_io_fail_tmo ପ୍ରାଚଳ multipath.conf ଫାଇଲରେ iSCSI ଉପକରଣଗୁଡ଼ିକରେ ଫାଇବର ଚ୍ୟାନେଲ ଉପକରଣଗୁଡ଼ିକ ପାଇଁ କାମ କରିଥାଏ।
  • ଉତ୍ତମ କାର୍ଯ୍ୟଦକ୍ଷତାକୁ ବର୍ତ୍ତମାନ ଅଧିକ ସଂଖ୍ୟକ ଉପକରଣଗୁଡ଼ିକ ପାଇଁ ପ୍ରାପ୍ତ କରାଯାଇଛି ଯେଉଁଥିରେ device-mapper ଏକାଧିକ ପଥ sysfs ଫାଇଲଗୁଡ଼ିକୁ ନିୟନ୍ତ୍ରଣ କରିଥାଏ।
  • ଏକ ନୂତନ force_sync ପ୍ରାଚଳକୁ multipath.conf ରେ ଆରମ୍ଭ କରାଯାଇଛି। ସେହି ପ୍ରାଚଳ ଅସନ୍ତୁଳିତ ପଥ ଯାଞ୍ଚ ପାଇଁ ନିଷ୍କ୍ରିୟ କରିଥାଏ, ଯାହାକି CPU ସଂଯୋଗ ସମସ୍ୟାଗୁଡ଼ିକୁ ସିମୀତ କରିବାରେ ସହାୟତା କରିଥାଏ।

dm-era ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ

device-mapper-persistent-data ପ୍ୟାକେଜ ବର୍ତ୍ତମାନ ନୂତନ dm-era ଉପକରଣ ମେଳକ କାର୍ଯ୍ୟକୁ ପ୍ରଯୁକ୍ତଜ୍ଞାନ ପ୍ରାକଦର୍ଶନ ଭାବରେ ପ୍ରକାଶ କରିଥାଏ। dm-era କାର୍ଯ୍ୟ କେଉଁ ବ୍ଲକ ଉପକରଣରେ ଲେଖାଯାଇଥାଏ ତାହାକୁ ଅନୁସରଣ କରିଥାଏ ଯାହାକୁ era କୁହାଯାଇଥାଏ। ଏହି କାର୍ଯ୍ୟ ପରିବର୍ତ୍ତିତ ବ୍ଲକ ପାଇଁ ସଫ୍ଟୱେରର ନକଲ ସଂରକ୍ଷଣ ପାଇଁ ଅନୁମତି ଦେଇଥାଏ କିମ୍ବା ଲିଖନ ପରେ ପରିବର୍ତ୍ତନଗୁଡ଼ିକର ଅଖଣ଼୍ତତାକୁ ପୁନଃସ୍ଥାପନ କରିଥାଏ।

ଅଧ୍ଯାୟ 6. ହାର୍ଡୱେର ସକ୍ରିୟଣ

Intel Wildcat Point-LP PCH ପାଇଁ ସହାୟତା

Broadwell-U PCH SATA, HD Audio, TCO Watchdog, ଏବଂ I2C (SMBus) ଉପକରଣ IDs କୁ ଡ୍ରାଇଭରଗୁଡ଼ିକ ପାଇଁ ଯୋଗ କରାଯାଇଛି, ଯାହାକି ପରବର୍ତ୍ତୀ ପିଢ଼ୀର ମୋବାଇଲ ପ୍ଲାଟଫର୍ମ ପାଇଁ Red Hat Enterprise Linux 6.6 ରେ ସହାୟତାକୁ ସକ୍ରିୟ କରିଥାଏ।

VIA VX900 ମେଡିଆ ତନ୍ତ୍ର ସଞ୍ଚାଳକ

VIA VX900 ମେଡିଆ ତନ୍ତ୍ର ସଞ୍ଚାଳକ Red Hat Enterprise Linux 6.6 ରେ ସହାୟତା ପ୍ରାପ୍ତ।

ଅଧ୍ଯାୟ 7. ଅନୁଷ୍ଠାନ ମାନକ ଏବଂ ପ୍ରମାଣପତ୍ର

Fips 140 ପୁନଃବୈଧିକରଣ

ଫେଡେରାଲ ସୂଚନା କାର୍ଯ୍ୟକାରୀ ମାନ୍ୟତା ପ୍ରକାଶନ (FIPS)140 ଟି ଏକ U.S. ସରକାର ସୁରକ୍ଷା ମାନ୍ୟତା ଯାହାକି ସୁରକ୍ଷା ଆବଶ୍ୟକତାଗୁଡ଼ିକୁ ଉଲ୍ଲେଖ କରିଥାଏ ଯାହା ନିଶ୍ଚିତ ଭାବରେଏକ ସୁରକ୍ଷା ତନ୍ତ୍ର ମଧ୍ଯରେ କ୍ରିପ୍ଟୋଗ୍ରାଫିକ ମଡ୍ୟୁଲ ଉପଯୋଗ ଦ୍ୱାରା ସମାଧାନ ହେବା ଉଚିତ, କିନ୍ତୁ ସୂଚନା ଉଲ୍ଲେଖ ହୋଇନଥାଏ। ସେହି ମାନ୍ୟତା ସୁରକ୍ଷାର ଚାରୋଟି ବର୍ଦ୍ଧିତ, ଗୁଣବତ୍ତା ସ୍ତର ପ୍ରଦାନ କରିଥାଏ: ସ୍ତର 1, ସ୍ତର 2, ସ୍ତର 3, ଏବଂ ସ୍ତର 4। ଏହି ସ୍ତରଗୁଡ଼ିକ ସାମର୍ଥ ପ୍ରୟୋଗ ଏବଂ ପରିବେଶକୁ ସମ୍ପନ୍ନ କରିବା ପାଇଁ ନିଯୁକ୍ତଥାଏ ଯେଉଁଥିରେ କ୍ରିପ୍ଟୋଗ୍ରାଫିକ ମଡ୍ୟୁଲ ହୁଏତ ନିଯୁକ୍ତ ଥାଇପାରେ। ସୁରକ୍ଷା ଆବଶ୍ୟକତାଗୁଡ଼ିକରେ ସୁରକ୍ଷିତ ସଂରଚନା ଏବଂ କ୍ରିପ୍ଟୋଗ୍ରାଫିକ ଏକକାଂଶର ନିୟୋଜନ ସମ୍ପୃକ୍ତ। ଏହି ସ୍ଥାନଗୁଡ଼ିକରେ କ୍ରିପ୍ଟୋଗ୍ରାଫିକ ମଡ୍ୟୁଲ ବିଶେଷାଙ୍କ, କ୍ରିପ୍ଟୋଗ୍ରାଫିକ ମଡ୍ୟୁଲ ପୋର୍ଟ ଏବଂ ଅନ୍ତରାପୃଷ୍ଠ ଅନ୍ତର୍ଭୁକ୍ତ; ଭୂମିକା, ସର୍ଭିସ, ଏବଂ ବୈଧିକରଣ; ସିମୀତ ମଡେଲ; ଭୌତିକ ସୁରକ୍ଷା; ପ୍ରୟୋଗାତ୍ମକ ପରିବେଶ; କ୍ରିପ୍ଟୋଗ୍ରାଫିକ କି ପରିଚାଳନା; ଇଲେକ୍ଟ୍ରୋମ୍ୟାଗନେଟିକ ଅନ୍ତରାପୃଷ୍ଠ/ଇଲେକ୍ଟ୍ରୋମ୍ୟାଗନେଟିକ ସୁସଙ୍ଗତ (EMI/EMC); ସ୍ୱୟଂ-ପରୀକ୍ଷଣ; ରଚନା ଭରଷା; ଏବଂ ଆକ୍ରମଣରୁ ଆଶ୍ୱସ୍ତ।
ନିମ୍ନଲିଖିତ ଲକ୍ଷ୍ଯସ୍ଥଳଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବୈଧିକୃତ କରାଯାଇଛି:
  • NSS FIPS-140 ସ୍ତର 1
  • ପ୍ରକାର B ଏଲିପଟିକ ବକ୍ର କ୍ରିପ୍ଟୋଗ୍ରାଫି (ECC)
ନିମ୍ନଲିଖିତ ଲକ୍ଷ୍ଯସ୍ଥଳଗୁଡ଼ିକ ପୁନଃ ବୈଧିକରଣ କରାଯାଇଛି:
  • OpenSSH (କ୍ଲାଏଣ୍ଟ ଏବଂ ସର୍ଭର)
  • Openswan
  • dm-crypt
  • OpenSSL
  • ପ୍ରକାର B ଏଲିପଟିକ ବକ୍ର କ୍ରିପ୍ଟୋଗ୍ରାଫି (ECC)
  • କର୍ଣ୍ଣଲ କ୍ରିପ୍ଟୋ API
  • AES-GCM, AES-CTS,ଏବଂ AES-CTR ସିଫର

ଅଧ୍ଯାୟ 8. ବୈଧିକରଣ ଏବଂ ପାରସ୍ପରିକ କାର୍ଯ୍ୟଦକ୍ଷତା

ସକ୍ରିୟ ଡିରେକ୍ଟୋରୀ ସହିତ ଉତ୍ତମ ଅନ୍ତରସକ୍ରିୟତା

ତନ୍ତ୍ର ସୁରକ୍ଷା ସର୍ଭିସ ଡେମନ (SSSD) ର ଅତିରିକ୍ତ କାର୍ଯ୍ୟକାରୀତା Red Hat Enterprise Linux କ୍ଲାଏଣ୍ଟର ଉତ୍ତମ ଅନ୍ତରସକ୍ରିୟତାକୁ ସକ୍ରିୟ ଡିରେକ୍ଟୋରୀ ସହିତ ସକ୍ରିୟ କରିଥାଏ, ଯାହାକି ପରିଚୟ ପରିଚାଳନାକୁ Linux ଏବଂ Windows ପରିବେଶରେ ସହଜମୟ କରିଥାଏ। ଦୃଷ୍ଟିଯୋଗ୍ୟ ଉନ୍ନତି ଅନ୍ତର୍ଭୁକ୍ତ ଯେଉଁଥିରେ ବ୍ୟବହାରକାରୀ ଏବଂ ଶ୍ରେଣୀ ସମାଧାନ ଏବଂ ବ୍ୟବହାରକାରୀ ବୈଧିକରଣକୁ ବିଶ୍ୱସ୍ତ ଡମେନରୁ ଅନ୍ତର୍ଭୁକ୍ତ, DNS ଅଦ୍ୟତନ, ସାଇଟ ଆବିଷ୍କାର, ଏବଂ NetBIOS ନାମକୁ ବ୍ୟବହାରକାରୀ ଏବଂ ଶ୍ରେଣୀ ଦେଖିବା ପାଇଁ ବ୍ୟବହାର କରିଥାଏ।

IPA ପାଇଁ Apache ମଡ୍ୟୁଲ୍‌

Apache ମଡ୍ୟୁଲର ଏକ ସେଟକୁ Red Hat Enterprise Linux 6.6ରେ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଯୋଗ କରାଯାଇପାରିବ। Apache ମଡ୍ୟୁଲଗୁଡ଼ିକୁ ବାହ୍ୟ ପ୍ରୟୋଗଗୁଡ଼ିକ ଦ୍ୱାରା ସରଳ ବୈଧିକରଣ ପରଚୟ ପରଚାଳନା ସହିତ ପରସ୍ପର ମଧ୍ଯରେ ଉତ୍ତମ କାର୍ଯ୍ୟଦକ୍ଷତା ହାସଲ କରିବା ପାଇଁ ବ୍ୟବହାର କରାଯାଇପାରିବ। ଅଧିକ ସୂଚନା ପାଇଁ, http://www.freeipa.org/page/Web_App_Authentication ରେ ଲକ୍ଷ୍ଯସ୍ଥଳ ବ୍ୟବସ୍ଥାର ବର୍ଣ୍ଣନାକୁ ଦେଖନ୍ତୁ।

ଅଧ୍ଯାୟ 9. ଡେସ୍କଟପ ଏବଂ ଆଲେଖୀ

ନୂତନ ପ୍ୟାକେଜ: gdk-pixbuf2

gdk-pixbuf2 ପ୍ୟାକେଜ, ପୂର୍ବରୁ gtk2 ପ୍ୟାକେଜର ଏକ ଅଂଶ ଅଟେ, ଯାହାକୁ Red Hat Enterprise Linux 6.6ରେ ଯୋଗ କରାଯାଇଛି। gdk-pixbuf2 ପ୍ୟାକେଜ ଏକ ପ୍ରତିଛବି ଧାରଣକାରୀ ଲାଇବ୍ରେରୀ ଧାରଣ କରିଥାଏ ଯାହାକୁ ଧାରଣଯୋଗ୍ୟ ମଡ୍ୟୁଲ ଦ୍ୱାରା ନୂତନ ପ୍ରତିଛବି ଶୈଳୀ ପାଇଁ ଅନୁଲମ୍ବିତ କରାଯାଇପାରିବ। ସେହି ଲାଇବ୍ରେରୀକୁ GTK+ କିମ୍ବା Clutter ପରି ଉପକରଣ ଦ୍ୱାରା ବ୍ୟବହାର କରାଯାଇପାରିବ। ମନେରଖନ୍ତୁ ଯେ gdk-pixbuf2 ଏବଂ gtk2 ପ୍ୟାକେଜଗୁଡ଼ିକରେ ଅନ୍ତର୍ଭୁକ୍ତ ଲାଇବ୍ରେରୀଗୁଡ଼ିକୁ ଡାଉନଗ୍ରେଡ କରିବା ଫଳରେ ତାହା ବିଫଳ ହୋଇଥାଏ।

ଅଧ୍ଯାୟ 10. କାର୍ଯ୍ୟଦକ୍ଷତା ଏବଂ ମାପନୀୟତା

କାର୍ଯ୍ୟଦକ୍ଷତା ସହଯୋଗୀ ପାଇଲଟ(PCP)

ସହଯୋଗୀ ପାଇଲଟ ପାଇଁ (PCP) ଏକ ଫ୍ରେମୱର୍କ ପ୍ରଦାନ କରିଥାଏ ଏବଂ ଅଧିଗ୍ରହଣ, ଅଭିଲେଖ ଏବଂ ତନ୍ତ୍ର ସ୍ତରୀୟ କାର୍ଯ୍ୟଦକ୍ଷତା ମାପର ବିଶ୍ଳେଷଣ ଲାଇବ୍ରେରୀଗୁଡ଼ିକ ପାଇଁ ସହାୟତା ସର୍ଭିସ ପ୍ରଦାନ କରିଥାଏ। ଏହାର ହାଲୁକା, ବଣ୍ଟିତ ସଂରଚନା ଏହାକୁ ବିଶେଷ ଭାବରେକେନ୍ଦ୍ରିୟ ଜଟିଳ ତନ୍ତ୍ରଗୁଡ଼ିକ ପାଇଁ ଉପଯୁକ୍ତ କରିଥାଏ।
କାର୍ଯ୍ୟଦକ୍ଷତା ମେଟ୍ରିକ୍ସକୁ Python, Perl, C++ ଏବଂ C ଅନ୍ତରାପୃଷ୍ଠ ବ୍ୟବହାର କରି ଯୋଗ କରାଯାଇପାରିବ।ବିଶ୍ଳେଷଣ ସାଧନଗୁଡ଼ିକ APIs (Python, C++, C) ସିଧାସଳଖ ଭାବରେ ବ୍ୟବହାର କରିପାରିବେ, ଏବଂ ୱେବ ପ୍ରୟୋଗଗୁଡ଼ିକ ସମସ୍ତ ଉପଲବ୍ଧ କାର୍ଯ୍ୟଦକ୍ଷତାକୁ ଗୋଟିଏ JSON ଅନ୍ତରାପୃଷ୍ଠ ବ୍ୟବହାର କରି ଆବିଷ୍କାର କରିପାରିବେ।
ଅଧିକ ସୂଚନା ପାଇଁ, pcp ଏବଂ pcp-libs-devel ପ୍ୟାକେଜଗୁଡ଼ିକରେ man ପୃଷ୍ଠାଗୁଡ଼ିକୁ ଦେଖନ୍ତୁ। pcp-doc ପ୍ୟାକେଜ /usr/share/doc/pcp-doc/* ଡିରେକ୍ଟୋରୀରେ ଦଲିଲିକରଣକୁ ସ୍ଥାପନ କରିଥାଏ, ଯାହାକି ଦୁଇଟି ମୁକ୍ତ ଏବଂ ଖୋଲା ପୁସ୍ତକକୁ ଅପଷ୍ଟ୍ରିମ ପ୍ରକଳ୍ପରୁ ଅନ୍ତର୍ଭୁକ୍ତ କରିଥାଏ:

ଅଧ୍ଯାୟ 11. ସାଧାରଣ ଅଦ୍ୟତନଗୁଡ଼ିକ

ନୂତନ ପ୍ୟାକେଜ: java-1.8.0-openjdk

ନୂତନ java-1.8.0-openjdk ପ୍ୟାକେଜଗୁଡ଼ିକ OpenJDK 8 Java ଚଳନ୍ତି ପରିବେଶ ଏବଂ OpenJDK 8 Java ସଫ୍ଟୱେର ବିକାଶ ପ୍ରଦାନ କରିଥାଏ, ଯାହାକି ବର୍ତ୍ତମାନ Red Hat Enterprise Linux 6.6 ରେ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଉପଲବ୍ଧ।

ଉପାଦାନ ସଂସ୍କରଣଗୁଡ଼ିକ

ଏହି ଅନୁକ୍ରମଣିକାଟି ଉପାଦାନଗୁଡ଼ିକର ଏକ ତାଲିକା ଏବଂ Red Hat Enterprise Linux 6.6 ପ୍ରକାଶନରେ ସେଗୁଡ଼ିକର ସଂସ୍କରଣ।
ଉପାଦାନ
ସଂସ୍କରଣ
କର୍ଣ୍ଣଲ
2.6.32-494
QLogic qla2xxx ଡ୍ରାଇଭର
8.07.00.08.06.6-k
QLogic ql2xxx ଫର୍ମୱେର
ql23xx-firmware-3.03.27-3.1
ql2100-firmware-1.19.38-3.1
ql2200-firmware-2.02.08-3.1
ql2400-firmware-7.03.00-1
ql2500-firmware-7.03.00-1
ଏମ୍ୟୁଲେକ୍ସ lpfc ଡ୍ରାଇଭର
10.2.8020.1
iSCSI ପ୍ରାରମ୍ଭକର୍ତ୍ତା ଉପଯୋଗୀତାଗୁଡ଼ିକ
iscsi-initiator-utils-6.2.0.873-11
DM - ଏକାଧିକ ପଥ
device-mapper-multipath-libs-0.4.9-80
LVM
lvm2-2.02.108-1
ସାରଣୀ A.1. ଉପାଦାନ ସଂସ୍କରଣଗୁଡ଼ିକ

ପୁନରୀକ୍ଷଣ ପୁରୁଣା ତଥ୍ୟ

ସଂଶୋଧନ ଇତିହାସ
ସଂଶୋଧନ 6-2Mon Sep 15 2014ମିଲାନ ନଭ୍ରତିଲ
Red Hat Enterprise Linux 6.6 ପ୍ରକାଶନ ଟିପ୍ପଣୀର ପ୍ରକାଶନ।