Red Hat Enterprise Linux 7
ପ୍ରକାଶନ ଟିପ୍ପଣୀ Red Hat Enterprise Linux 7.0 ସଂସକରଣ 0
Red Hat ଇଂଜିନିୟରିଙ୍ଗ ବିଷୟବସ୍ତୁ ସର୍ଭିସଗୁଡ଼ିକ ବୈଧାନିକ ସୂଚନା
Copyright © 2014 Red Hat, Inc.
The text of and illustrations in this document are licensed by Red Hat under a Creative Commons Attribution–Share Alike 3.0 Unported license ("CC-BY-SA"). An explanation of CC-BY-SA is available at
http://creativecommons.org/licenses/by-sa/3.0/ . In accordance with CC-BY-SA, if you distribute this document or an adaptation of it, you must provide the URL for the original version.
Red Hat, as the licensor of this document, waives the right to enforce, and agrees not to assert, Section 4d of CC-BY-SA to the fullest extent permitted by applicable law.
Red Hat, Red Hat Enterprise Linux, the Shadowman logo, JBoss, MetaMatrix, Fedora, the Infinity Logo, and RHCE are trademarks of Red Hat, Inc., registered in the United States and other countries.
Linux ® is the registered trademark of Linus Torvalds in the United States and other countries.
Java ® is a registered trademark of Oracle and/or its affiliates.
XFS ® is a trademark of Silicon Graphics International Corp. or its subsidiaries in the United States and/or other countries.
MySQL ® is a registered trademark of MySQL AB in the United States, the European Union and other countries.
All other trademarks are the property of their respective owners.
1801 Varsity Drive
Raleigh , NC 27606-2072 USA
Phone: +1 919 754 3700
Phone: 888 733 4281
Fax: +1 919 754 3701
ସାରାଂଶ
ପ୍ରକାଶନ ଟିପ୍ପଣୀ ମୂଖ୍ୟ ବିଶେଷତା ଏବଂ ନିୟୋଜିତ ଉନ୍ନତିଗୁଡ଼ିକୁ Red Hat Enterprise Linux 7.0 ପ୍ରକାଶନରେ ଦଲିଲିକରଣ କରିଥାଏ। Red Hat Enterprise Linux 6 ଏବଂ 7 ମଧ୍ଯରେ ପରିବର୍ତ୍ତନଗୁଡ଼ିକ ବିଷୟରେ ବିସ୍ତୃତ ବିବରଣୀ ପାଇଁ,
ସ୍ଥାନାନ୍ତରଣ ଯୋଜନା ପୁସ୍ତକ କୁ ସମ୍ପର୍କ କରନ୍ତୁ। ଜଣାଥିବା ସମସ୍ୟାଗୁଡ଼ିକ
ଯାନ୍ତ୍ରିକ ଟିପ୍ପଣୀ ରେ ତାଲିକାଭୁକ୍ତ।
ଅନଲାଇନ Red Hat Enterprise Linux 7.0 ପ୍ରକାଶନ ଟିପ୍ପଣୀ, ଯାହାକି ଅନଲାଇନରେ
ଏଠାରେ ଅବସ୍ଥିତ, ସେଗୁଡ଼ିକୁ ସ୍ଥାୟୀ, ଅଦ୍ୟତିତ ସଂସ୍କରଣ ଭାବରେ ଗ୍ରହଣ କରାଯାଇଥାଏ। ପ୍ରକାଶନ ବିଷୟରେ ପ୍ରଶ୍ନକରୁଥିବା ଗ୍ରାହକମାନଙ୍କୁ ସେମାନଙ୍କର Red Hat Enterprise Linux ସଂସ୍କରଣରଅନଲାଇନ ପ୍ରକାଶନ ଟିପ୍ପଣା ଏବଂ ଯାନ୍ତ୍ରିକ ଟିପ୍ପଣୀକୁ ଅନୁସରଣ କରିବା ପାଇଁ ପରାମର୍ଶ ଦିଆଯାଉଛି।
Red Hat Enterprise Linux 7.0. Red Hat Enterprise Linux 7.0 ର ଉପଲବ୍ଧତାକୁ Red Hat ଘୋଷଣା କରିଥାଏ। ଏହା ହେଉଛି Red Hat ର ପରବର୍ତ୍ତି ପିଢୀ, ଯାହାକି ଅତିଗୁରୁତର ବାଣିଜ୍ୟିକ ଗଣନା ପାଇଁ ରଚନା କରାଯାଇଛି ଏବଂ ମାନ୍ୟତାପ୍ରାପ୍ତ ବାଣିଜ୍ୟିକ ସଫ୍ଟୱେର ଏବଂ ହାର୍ଡୱେର ବିକ୍ରେତା ଦ୍ୱାରା ଅନୁମତି ପତ୍ର ପ୍ରାପ୍ତ।
Red Hat Enterprise Linux 7.0 ଏକକ କିଟ ଭାବରେ ନିମ୍ନଲିଖିତ ସଂରଚନାରେ ଉପଲବ୍ଧ
:
64-ବିଟ AMD
64-ବିଟ Intel
IBM POWER7 ଏବଂ POWER8
ଏହି ପ୍ରକାଶନରେ, Red Hat ସମସ୍ତ ସର୍ଭର, ତନ୍ତ୍ର, ଏବଂ ଅନ୍ୟାନ୍ୟ Red Hat ମୁକ୍ତ ଉତ୍ସ ଅଭିଜ୍ଞତାକୁ ଉନ୍ନତ କରିଅଛି।
ଅଧ୍ଯାୟ 3. କ୍ଷମତା ଏବଂ ସୀମା
ନିମ୍ନଲିଖିତ ସାରଣୀ କ୍ଷମତା ଏବଂ Red Hat Enterprise Linux 7 ର ସୀମାଗୁଡ଼ିକୁ ଗୁଡ଼ିକୁ ପୂର୍ବ ସଂସ୍କରଣ 5 ଏବଂ 6 ତୁଳନାରେ ତାଲିକାଭୁକ୍ତ କରିଥାଏ।
ସାରଣୀ 3.1. Red Hat Enterprise Linux ସଂସ୍କରଣ 5, 6 ଏବଂ 7 ପାଇଁ ସୀମା
Red Hat Enterprise Linux 5
Red Hat Enterprise Linux 6
Red Hat Enterprise Linux 7
ସର୍ବାଧିକ ତାର୍କିକ CPU ଗୁଡ଼ିକ
x86_64
160/255
160/4096
160/5120
POWER
128/128
128
ପ୍ରାକ ମୂଲ୍ୟାଙ୍କନ
System z
101 (zEC12)
101 (zEC12)
ପ୍ରାକ ମୂଲ୍ୟାଙ୍କନ
ସର୍ବାଧିକ ସ୍ମୃତିସ୍ଥାନ
x86_64
1 TB
3 TB ସହାୟତା ପ୍ରାପ୍ତ/64 TB
3 TB ସହାୟତା ପ୍ରାପ୍ତ/64 TB
POWER
512 GB ସର୍ବନିମ୍ନ/1 TB ପରାମର୍ଶିତ
2 TB
2 TB
System z
3 TB (z196)
3 TB (z196)
3 TB (z196)
ଆବଶ୍ୟକୀୟ ସର୍ବନିମ୍ନ
x86_64
512 MB ସର୍ବନିମ୍ନ/1 GB ତାର୍କିକ CPU ପରାମର୍ଶ ପ୍ରତି
1 GB ସର୍ବନିମ୍ନ/1 GB ପ୍ରତି ତାର୍କିକ CPU ରେ ପରାମର୍ଶିତ
1 GB ସର୍ବନିମ୍ନ/1 GB ପ୍ରତି ତାର୍କିକ CPU ରେ ପରାମର୍ଶିତ
POWER
1 GB/2 GB ପରାମର୍ଶିତ
2 GB/2 GB ପ୍ରତି Red Hat Enterprise Linux ସ୍ଥାପନାରେ
2 GB/2 GB ପ୍ରତି Red Hat Enterprise Linux ସ୍ଥାପନାରେ
System z
512 MB
512 MB
1 GB
ଫାଇଲ ତନ୍ତ୍ର ଏବଂ ସଂରକ୍ଷଣ ସୀମା
ସର୍ବାଧିକ ଫାଇଲ ଆକାର: XFS
16 TB
16 TB
16 TB
ସର୍ବନିମ୍ନ ଫାଇଲ ଆକାର: ext4
16 TB
16 TB
50 TB
ସର୍ବାଧିକ ଫାଇଲ ଆକାର: Btrfs
N/A
ପ୍ରାକ ମୂଲ୍ୟାଙ୍କନ
ପ୍ରାକ ମୂଲ୍ୟାଙ୍କନ
ସର୍ବାଧିକ ଫାଇଲ ତନ୍ତ୍ର ଆକାର: XFS
100 TB
100 TB
500 TB
ସର୍ବାଧିକ ଫାଇଲତନ୍ତ୍ର ଆକାର: ext4
16 TB
16 TB
50 TB
ସର୍ବାଧିକ ଫାଇଲତନ୍ତ୍ର ଆକାର: Btrfs
N/A
ପ୍ରାକ ମୂଲ୍ୟାଙ୍କନ
50 TB
ସର୍ବାଧିକ ବୁଟ LUN ଆକାର
2 TB
16 TB
50 TB
ସର୍ବାଧିକ କାର୍ଯ୍ୟ ପ୍ରତି ଠିକଣା ଆକାର: x86_64
2 TB
128 TB
128 TB
ଅଧ୍ଯାୟ 4. ପ୍ୟାକେଜ ଏବଂ ସହାୟତା ପରିବର୍ତ୍ତନଗୁଡ଼ିକ
ପୁରୁଣା ଏବଂ କଢ଼ାଯାଇଥିବା ପ୍ୟାକେଜ ଏବଂ ଡ୍ରାଇଭରଗୁଡ଼ିକର ନିମ୍ନଲିଖିତ ସାରଣୀକୁ Red Hat Enterprise Linux 7.0 ପାଇଁ ପ୍ରକାଶ କରାଯାଇଛି ଏବଂ ହୁଏତଃ Red Hat ର Red Hat Enterprise Linux 7.0 ପାଇଁ ରଖାଯାଇଛି।
4.1. ପୁରୁଣା ପ୍ୟାକେଜଗୁଡ଼ିକ
ନିମ୍ନଲିଖିତ କାର୍ଯ୍ୟ ଏବଂକ୍ଷମତାଗୁଡ଼ିକୁ Red Hat Enterprise Linux 7.0 ରେ ପୁରୁଣା ଭାବରେ ଯୋଜନା କରାଯାଇଛି, ଏବଂ ହୁଏତଃ ଭବିଷ୍ୟତ ସଂସ୍କରଣରୁ କଢ଼ାଯାଇପାରେ। ଯେଉଁଠିସଠିକ, ବୈକଳ୍ପିକ କ୍ଷମତାଗୁଡ଼ିକି ନିମ୍ନରେ ପ୍ରସ୍ତାବିତ କରାଯାଇଛି।
ସାରଣୀ 4.1. ପୁରୁଣା ପ୍ୟାକେଜଗୁଡ଼ିକ
କାର୍ଯ୍ୟକଳାପ/ପ୍ଯାକେଜ
ବୈକଳ୍ପିକ
ସ୍ଥାନାନ୍ତରଣ ଟିପ୍ପଣୀ
ext2, ext3 ଫାଇଲତନ୍ତ୍ର ସହାୟତା
ext4
ext4 ସଂକେତକୁ ext2 ଏବଂ ext3 ଫାଇଲତନ୍ତ୍ରଗୁଡ଼ିକରେ ବ୍ୟବହାର କରାଯାଇପାରିବ
sblim-sfcb
tog-pegasus
ପୁରୁଣା RHN ହୋଷ୍ଟେଡ ପଞ୍ଜିକରଣ
subscription-manager ଏବଂ ସଦସ୍ୟତା ପୁଞ୍ଜି ପରିଚାଳକ
acpid
systemd
evolution-mapi
evolution-ews
ଦୟାକରି Microsoft Exchange Server 2003 ମେଲିନରୁ ସ୍ଥାନାନ୍ତରିତ କରନ୍ତୁ
gtkhtml3
webkitgtk3
sendmail
postfix
edac-utils ଏବଂ mcelog
rasdaemon
libcgroup
systemd
cgutils ଟି Red Hat Enterprise Linux 7.0 ରେ ରହିବ କିନ୍ତୁ systemd ଟି ଗ୍ରାହକମାନଙ୍କୁ ପରବର୍ତ୍ତୀ ପ୍ରକାଶନଗୁଡ଼ିକରେ ସ୍ଥାନାନ୍ତରିତ ହେବା ପାଇଁ କ୍ଷମତା ପ୍ରଦାନ କରିବ
krb5-appl
openssh
OpenSSH ସମାନ କାର୍ଯ୍ୟକାରିତା ବିଶିଷ୍ଟ ସାଧନ ଧାରଣ କରିଥାଏ ଯାହାକି ଅଧିକ ସକ୍ରିୟ ଭାବରେ ପରିଚାଳିତ ମାନକଗୁଡ଼ିକୁ ନିୟୋଜିତ କରିଥାଏ ଏବଂ ଅଧିକ ସକ୍ରିୟ ଭାବରେ ବିକଶିତ ହୋଇଥାଏ ଏବଂ ସଂକେତ ଆଧାରକୁ ପରିଚାଳିତ କରିଥାଏ।
lvm1
lvm2
lvm2mirror ଏବଂ cmirror
lvm2 raid1
lvm2 raid1 କ୍ଲଷ୍ଟରକୁ ସହାୟତା କରିନଥାଏ। cmirror କୁ ବଦଳାଇବା ପାଇଁ ସେଠାରେ କୌଣସି ଯୋଜନା ନାହିଁ।
4.2. କଢ଼ାଯାଇଥିବା ପ୍ୟକେଜଗୁଡ଼ିକ
ଏହି ବିଭାଗ ତାଲିକାଭୁକ୍ତ ପ୍ୟାକେଜଗୁଡ଼ିକୁ Red Hat Enterprise Linux 7 ରୁ Red Hat Enterprise Linux 6 ତୁଳନାରେ ବାହାର କରାଯାଇଛି।
ସାରଣୀ 4.2. କଢ଼ାଯାଇଥିବା ପ୍ୟକେଜଗୁଡ଼ିକ
କାର୍ଯ୍ୟକଳାପ/ପ୍ଯାକେଜ
ବୈକଳ୍ପିକ
ସ୍ଥାନାନ୍ତରଣ ଟିପ୍ପଣୀ
gcj
OpenJDK
Java ପ୍ରୟୋଗଗୁଡ଼ିକୁ gcj ସହାୟତାରେ ସ୍ଥାନିୟ ସଂକେତରେ ସଂକଳନ କରନ୍ତୁ ନାହିଁ।
32-ବିଟ ସଂରଚନାଗୁଡ଼ିକ ସ୍ଥାପନ ସଂରଚନା ଭାବରେ
64-ବିଟ ସଂରଚନାଗୁଡ଼ିକ
ପ୍ରୟୋଗଗୁଡ଼ିକ ସୁସଙ୍ଗତତା ଲାଇବ୍ରେରୀଗୁଡ଼ିକ ସହିତ ଏପର୍ଯ୍ୟନ୍ତ ଚାଲିବ। ଆପଣଙ୍କର ପ୍ରୟୋଗକୁ 64-ବିଟ Red Hat Enterprise Linux 6 ରେ ପରୀକ୍ଷା କରନ୍ତୁ। ଯଦି 32-ବିଟ ବୁଟ ସହାୟତା ଆବଶ୍ୟକ ହୁଏ, ତେବେ Red Hat Enterprise Linux 6 କୁ ବ୍ୟବହାର କରିଚାଲନ୍ତୁ।
IBM POWER6 ସହାୟତା
କିଛିନୁହଁ
Red Hat Enterprise Linux 5 କିମ୍ବା 6 କୁ ବ୍ୟବହାର କରିଚାଲନ୍ତୁ।
ମାତାହାରୀ
CIM-ଆଧାରିତ ପରିଚାଳନା
ମାତାହାରୀକୁ Red Hat Enterprise Linux 6.4 ରୁ ବାହାର କରାଯାଇଛି। ବ୍ୟବହାର କରନ୍ତୁ ନାହିଁ।
ecryptfs
ସ୍ଥିତବାନ LUKS କିମ୍ବା dm-crypt ବ୍ଲକ ଆଧାରିତ ସଂଗୁପ୍ତକରଣକୁ ବ୍ୟବହାର କରନ୍ତୁ
ମାତାହାରୀ ଉପଲବ୍ଧ ନାହିଁ; ବ୍ୟବହାରକାରୀମାନଙ୍କୁ ସଂଗୁପ୍ତ ତଥ୍ୟ ପୁନଃ ନିର୍ମାଣ କରିବା ଆବଶ୍ୟକ।
TurboGears2 ୱେବ ପ୍ରୟୋଗ ଷ୍ଟାକ
କିଛିନୁହଁ
OpenMotif ସଂସ୍କରଣ 2.2
Motif 2.3
ପ୍ରଚଳିତ Motif ସଂସ୍କରଣ ବିପକ୍ଷରେ ପୁନଃ ନିର୍ମାଣ କରନ୍ତୁ ଯାହାକି Red Hat Enterprise Linux 6 ରେ ଅଛି।
webalizer ୱେବ ବିଶ୍ଳେଷଣାତ୍ମକ ସାଧନ
କିଛିନୁହଁ
compiz ୱିଣ୍ଡୋ ପରିଚାଳକ
gnome-shell
Eclipse ବିକାଶକାରୀ ସାଧନ ସେଟ
କିଛିନୁହଁ
Eclipse କୁ ବର୍ତ୍ତମାନ Red Hat ବିକାଶକାରୀ ସାଧନସେଟରେ ଦିଆଯାଇଛି।
Qpid ଏବଂ QMF
କିଛିନୁହଁ
Qpid ଏବଂ QMF ଗୁଡ଼ିକ MRG ରେ ଦିଆଯାଇଛି।
amtu
କିଛିନୁହଁ
ସାଧାରଣ ଗୁଣ ପ୍ରମାଣପତ୍ର ବର୍ତ୍ତମାନ ଏହି ସାଧନରେ ଆବଶ୍ୟକ।
system-config-services
systemadm
pidgin ପ୍ରଚ୍ଛଦଭୂମି
empathy
perl-suidperl ଅନୁବାଦକ
କିଛିନୁହଁ
ଏହି କାର୍ଯ୍ୟକୁ ଅପଷ୍ଟ୍ରିମ perl ରେ ବର୍ତ୍ତମାନ ଉପଲବ୍ଧ ନାହିଁ।
pam_passwdqc
, pam_cracklib
pam_pwquality
HAL ଲାଇବ୍ରେରୀ ଏବଂ ଡେମନ
udev
ConsoleKit ଲାଇବ୍ରେରୀ ଏବଂ ଡେମନ
systemd
http://www.freedesktop.org/wiki/Software/systemd/writing-display-managers
DeviceKit-power
upower
system-config-lvm
gnome-disk-utility ଏବଂ system-storage-manager
gnome-disk-utility ଟି ମଧ୍ଯ Red Hat Enterprise Linux 6 ରେ ଉପସ୍ଥିତ। ମନେରଖନ୍ତୁ ଯେ system-storage-manager କୁ ସରଳ କାର୍ୟ୍ୟରେ ବ୍ୟବହାର କରିବା ଉଚିତ, ଯେଉଁଠି lvm2
ନିର୍ଦ୍ଦେଶକୁ ସଠିକ ଭାବରେ ଏବଂ ଅଧିକ ଜଟିଳ ପ୍ରୟୋଗଗୁଡ଼ିକରେ LVM ତୁଳନାରେ ବ୍ୟବହାର କରାଯାଇପାରିବ।
system-config-network
nm-connection-editor , nmcli
nm-connection-editor ମଧ୍ଯ Red Hat Enterprise Linux 6 ରେ ଅଛି।
taskjuggler
କିଛିନୁହଁ
thunderbird
evolution
vconfig
iproute
ସମସ୍ତ vconfig ବିଶେଷତାଗୁଡ଼ିକip ସାଧନ ଦ୍ୱାରା iproute ପ୍ୟାକେଜରୁ ଦିଆଯାଇଛି। ଅଧିକ ବିବରଣୀ ପାଇଁ ip-link(8) ପୁସ୍ତିକାକୁ ଦେଖନ୍ତୁ।
ମିଶ୍ରିତ ପୁରୁଣା ଆଲେଖିକ ଡ୍ରାଇଭରଗୁଡ଼ିକ
ଆଧୁନିକ ହାର୍ଡୱେର କିମ୍ବା vesa
ଡ୍ରାଇଭର
xorg-x11-twm
କିଛିନୁହଁ
xorg-x11-xdm
gdm
system-config-firewall
firewall-config ଏବଂ firewall-cmd
system-config-firewall ଟି ତାହାର ବୈକଳ୍ପିକ ଫାୟାରୱାଲ ସମାଧାନ ଭାବରେ iptables
ସର୍ଭିସ ସହିତ ଏପର୍ଯ୍ୟନ୍ତ ଉପଲବ୍ଧ।
mod_perl
mod_fcgid
mod_perl HTTP 2.4 ସହିତ ଅସଙ୍ଗତ
busybox
କିଛିନୁହଁ
prelink
କିଛିନୁହଁ
ମନେରଖନ୍ତୁ ଯେ prelink କୁ Red Hat Enterprise Linux 7.0 ରେ ପ୍ରକାଶ କରାଯାଇଛି, କିନ୍ତୁ ପୂର୍ବନିର୍ଦ୍ଧାରିତ ଭାବରେ ନିଷ୍କ୍ରିୟ କରାଯାଇଛି।
KVM ଏବଂ ଆଭାସୀକରଣ ପ୍ୟାକେଜଗୁଡ଼ିକ (ComputeNode ପ୍ରକାରରେ)
KVM ଏବଂ ଆଭାସୀକରଣ ସନ୍ନିହିତ ପ୍ରାଚଳଗୁଡ଼ିକ ଯେପରିକି ସର୍ଭର ପ୍ରକାର
module-init-tools
kmod
kernel-firmware-*
linux-firmware
flight-recorder
କିଛିନୁହଁ
wireless-tools
ନିର୍ଦ୍ଦେଶ ଧାରାରେ ମୌଳିକ ବେତାର ଉପକରଣ ସଂଙ୍କଳନ କରିବା ପାଇଁ , ଦୟାକରି iw ବାଇନାରୀକୁ iw ପ୍ୟାକେଜରୁ ବ୍ୟବହାର କରନ୍ତୁ।
libtopology
hwloc
digikam
କିଛିନୁହଁ
ଜଟିଳ ନିର୍ଭୋରକ ହେତୁ, digiKam ଫୋଟୋ ପରିଚାଳନା ପ୍ରଗ୍ରାମଟି Red Hat Enterprise Linux 7.0 ସଫ୍ଟୱେର ଚ୍ୟାନେଲଗୁଡ଼ିକରେ ଉପଲବ୍ଧ ନାହିଁ।
NetworkManager-openswan
NetworkManager-libreswan
KDE ପ୍ରଦର୍ଶନୀ ପରିଚାଳକ, KDM
GNOME ପ୍ରଦର୍ଶନୀ ପରିଚାଳକ, GDM
GNOME ପ୍ରଦର୍ଶନୀ ପରିଚାଳକ ହେଉଛି Red Hat Enterprise Linux 7.0 ରେ ପୂର୍ବନିର୍ଦ୍ଧାରିତ ପ୍ରଦର୍ଶନୀ ପରିଚାଳକ। ମନେରଖନ୍ତୁ ଯେ KDE (K ଡେସ୍କଟପ ପରିବେଶ) ଏପର୍ଯ୍ୟନ୍ତ ଉପଲବ୍ଧ ଏବଂ ସହାୟତା ପ୍ରାପ୍ତ।
virt-tar
virt-tar-in ଏବଂ virt-tar-out
ମନେରଖନ୍ତୁ ଯେ ନିର୍ଦ୍ଦେଶ ଧାରା ବାକ୍ୟବିନ୍ୟାସ ପରିବର୍ତ୍ତନ ହୋଇଛି। ଅଧିକ ସୂଚନା ପାଇଁ ଦୟାକରି ହସ୍ତପୁସ୍ତକକୁ ଦେଖନ୍ତୁ।
virt-list-filesytems
virt-filesystems
ମନେରଖନ୍ତୁ ଯେ ନିର୍ଦ୍ଦେଶ ଧାରା ବାକ୍ୟବିନ୍ୟାସ ପରିବର୍ତ୍ତନ ହୋଇଛି। ଅଧିକ ସୂଚନା ପାଇଁ ଦୟାକରି ହସ୍ତପୁସ୍ତକକୁ ଦେଖନ୍ତୁ।
virt-list-partitions
virt-filesystems
ମନେରଖନ୍ତୁ ଯେ ନିର୍ଦ୍ଦେଶ ଧାରା ବାକ୍ୟବିନ୍ୟାସ ପରିବର୍ତ୍ତନ ହୋଇଛି। ଅଧିକ ସୂଚନା ପାଇଁ ଦୟାକରି ହସ୍ତପୁସ୍ତକକୁ ଦେଖନ୍ତୁ।
4.3. ପୁରୁଣା ଡ୍ରାଇଭର ଏବଂ ମଡ୍ୟୁଲଗୁଡ଼ିକ
ନିମ୍ନଲିଖିତ ଡ୍ରାଇଭର ଏବଂ ମଡ୍ୟୁଲଗୁଡ଼ିକ Red Hat Enterprise Linux 7.0 ଏବଂ ହୁଏତଃ Red Hat Enterprise Linuxର ଭବିଷ୍ୟତ ପ୍ରକାଶନରୁ ବାହାର କରାଯାଇପାରେ।
ଆଲେଖିକ ଡ୍ରାଇଭରଗୁଡ଼ିକ xorg-x11-drv-ast xorg-x11-drv-cirrus xorg-x11-drv-mach64 xorg-x11-drv-mga xorg-x11-drv-openchrome
ମନେରଖନ୍ତୁ ଯେ ଉପର ଲିଖିତ ସମସ୍ତ ଆଲେଖିକ ଡ୍ରାଇଭରଗୁଡ଼ିକରେ କର୍ଣ୍ଣଲ ଧାରା ସଂରଚନା (KMS) ଡ୍ରାଇଭରଗୁଡ଼ିକ ସେଗୁଡ଼ିକୁ ବଦଳାଇଥାଏ।
ସଂରକ୍ଷଣ ଡ୍ରାଇଭରଗୁଡ଼ିକ 3w-9xxx arcmsr aic79xx Emulex lpfc820
4.4. ବିଚ୍ଛିନ୍ନ କର୍ଣ୍ଣଲ ଡ୍ରାଇଭର, ମଡ୍ୟୁଲ ଏବଂ ବିଶେଷତାଗୁଡ଼ିକ
ଏହି ବିଭାଗ ତାଲିକା ଡ୍ରାଇଭର ଏବଂ ମଡ୍ଯୁଲଗୁଡ଼ିକୁ Red Hat Enterprise Linux 7.0 ରୁ Red Hat Enterprise Linux 6 ତୁଳନାରେ କଢ଼ାଯାଇଛି।
ସଂରକ୍ଷଣ ଡ୍ରାଇଭରଗୁଡ଼ିକ megaraid_mm cciss aic94xx aic7xxx i2o ips megaraid_mbox mptlan mptfc sym53c8xx ecryptfs 3w-xxxx
ନେଟୱର୍କିଙ୍ଗ ଡ୍ରାଇଭରଗୁଡ଼ିକ 3c59x 3c574_cs 3c589_c 3c589_cs 8390 acenic amd8111e at76c50x-usb ath5k axnet_cs b43 b43legacy can-dev cassini cdc-phonet cxgb de4x5 de2104x dl2k dmfe e100 ems_pci ems_usb fealnx fmvi18x_cs fmvj18x_cs forcedeth ipw2100 ipw2200 ixgb kvaser_pci libertas libertas_tf libertas_tf_usb mac80211_hwsim natsemi ne2k-pci niu nmckan_cs nmclan_cs ns83820 p54pci p54usb pcnet32 pcnet_32 pcnet_cs pppol2tp r6040 rt61pci rt73usb rt2400pci rt2500pci rt2500usb rtl8180 rtl8187 s2io sc92031 sis190 sis900 sja1000 sja1000_platform smc91c92_cs starfire sundance sungem sungem_phy sunhme tehuti tlan tulip typhoon uli526x vcan via-rhine via-velocity vxge winbond-840 xirc2ps_cs xircom_cb zd1211rw
ଆଲେଖିକ ଡ୍ରାଇଭରଗୁଡ଼ିକ xorg-x11-drv-acecad xorg-x11-drv-aiptek xorg-x11-drv-elographics xorg-x11-drv-fpit xorg-x11-drv-hyperpen xorg-x11-drv-mutouch xorg-x11-drv-penmount
ନିବେଶ ଡ୍ରାଇଭରଗୁଡ଼ିକ xorg-x11-drv-acecad xorg-x11-drv-aiptek xorg-x11-drv-elographics xorg-x11-drv-fpit xorg-x11-drv-hyperpen xorg-x11-drv-mutouch xorg-x11-drv-penmount
ଅଧ୍ଯାୟ 5. ସ୍ଥାପନ ଏବଂ ବୁଟିଙ୍ଗ
Red Hat Enterprise Linux ସ୍ଥାପକ, Anaconda , କୁ Red Hat Enterprise Linux 7 ପାଇଁ ସ୍ଥାପନ ପଦ୍ଧତିକୁ ଉନ୍ନତ କରିବାକୁ ପୁନଃ ରଚନା କରାଯାଇଛି।
ଅନ୍ତରାପୃଷ୍ଠ
Anaconda ରେ ନୂତନ ପାଠ୍ୟ ଧାରା ଦର୍ଶାଯାଇଛି ଯାହାକି IBM S/390 ରେ କାମ କରିଥାଏ, ଟାଇପରାଇଟର ଟର୍ମିନାଲଗୁଡ଼ିକ, ଏବଂ ଯାହାକୁ କେବଳ ପଠନୀୟ ଭାବରେ ବ୍ୟବହାର କରାଯାଇପାରିବ।
Anaconda ବର୍ତ୍ତମାନ ନୂତନ ଭାବରେ ରଚଲା କରାଯାଇଥିବା ଆଲେଖିକ ବ୍ୟବହାରକାରୀ ଅନ୍ତରାପୃଷ୍ଠ ଦର୍ଶାଇଥାଏ ଯାହାକି ଆଧୁନିକ ହବ ଏବଂ ସ୍ପୋକ କ୍ରିୟାତ୍ମକ ମଡେଲକୁ ଦର୍ଶାଇଥାଏ।
Anaconda ସ୍ଥାପକ ଉନ୍ନତ l10n (ସ୍ଥାନିୟକରଣ) ସହାୟତାକୁ ଦର୍ଶାଇଥାଏ।
ପ୍ରାରମ୍ଭିକ ବ୍ୟବସ୍ଥାକୁ firstboot ଦ୍ୱାରା ନିଶ୍ଚିତ କରାଯାଇଥାଏ।
ସଂରକ୍ଷଣ ସ୍ଥାନ
ସିଧାସଳଖ ଭାବରେ ସଜ୍ଜିତ ଅବିଭାଜିତ ଉପକରଣଗୁଡ଼ିକ ସହାୟତା ପ୍ରାପ୍ତ।
ଅସ୍ଥାୟୀ ଫାଇଲ ସଂରକ୍ଷଣ ସୁବିଧା, tmpfs
, ବର୍ତ୍ତମାନସ୍ଥାପନ ସମୟରେ ବିନ୍ୟାସିତ ହୋଇପାରିବ।
LVM ପତଳା ସୁବିଧା ବର୍ତ୍ତମାନ ସହାୟତା ପ୍ରାପ୍ତ।
Btrfs
ଫାଇଲତନ୍ତ୍ର ବର୍ତ୍ତମାନ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ସହାୟତା ପ୍ରାପ୍ତ।
ନେଟୱର୍କିଙ୍ଗ
ନେଟୱର୍କିଙ୍ଗ ବିଶେଷତାଗୁଡ଼ିକରେଦଳ ଗଠନ, ବନ୍ଧନ ଏବଂ NTP (Network Time Protocol) ବିନ୍ୟାସ ପାଇଁ ସହାୟତା ଅନ୍ତର୍ଭୁକ୍ତ। ଅଧିକ ତଥ୍ୟ ପାଇଁ,
ଅଧ୍ଯାୟ 13, ନେଟୱର୍କିଙ୍ଗ କୁ ଦେଖନ୍ତୁ।
ବିକାଶକାରୀ ସାଧନ ଅନ୍ୟାନ୍ୟ ବିଶେଷତା
ଭୌଗଳିକ ପରିସ୍ଥିତି ବର୍ତ୍ତମାନ ସହାୟତା ପ୍ରାପ୍ତ: ଭାଷା ଏବଂ ସମୟ ମଣ୍ଡଳଗୁଡ଼ିକGeoIP ରୁ ପୂର୍ବରୁ ବଚ୍ଛିତ।
ପରଦା ପ୍ରତିଛବିଗୁଡ଼ିକ ବର୍ତ୍ତମାନ ସର୍ବସାଧାରଣରେ ସହାୟତାପ୍ରାପ୍ତ।
Anaconda ବର୍ତ୍ତମାନ ଏଡ଼-ଅନକୁ ସହାୟତା କରିଥାଏ।
loader
ବାଇନାରୀକୁ dracut ମଡ୍ୟୁଲ ଦ୍ୱାରା ବଦଳାଯାଇଥାଏ।
realmd
DBus ସର୍ଭିସକୁ kickstart ରେ ଯୋଡ଼ାଯାଇଥାଏ।
Red Hat Enterprise Linux 7.0
ସ୍ଥାପନ ପୁସ୍ତକ ରେ ସ୍ଥାପକ ଏବଂ ସ୍ଥାପନ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥାଏ।
GRUB 2
Red Hat Enterprise Linux 7.0 ନୂତନ ବୁଟଲୋଡର ସହାୟତାରେ ପ୍ରକାଶିତ ହୋଇଥାଏ, GRUB 2, ଯାହାକି ଅଧିକ କଠିନ, ପୂର୍ବ ଅପେକ୍ଷା ପୋର୍ଟେବଲ ଏବଂ ଶକ୍ତିଶାଳୀ ଅଟେ, GRUB, ଯାହାକି ହେଉଛି ଏକ ବୁଟ ଲୋଡର ଯାହାକୁ Red Hat Enterprise Linux 6 ବ୍ୟବହାର କରିଥାଏ। GRUB 2 କିଛି ସଂଖ୍ୟକ ବିଶେଷତା ଏବଂ ଉନ୍ନତି ପ୍ରଦାନ କରିଥାଏ,ଯାହା ମଧ୍ଯରୁ ଦୃଷ୍ଟିଯୋଗ୍ୟଟି ହେଉଛି:
64-ବିଟ Intel ଏବଂ AMD ସଂରଚନା ସହିତ, GRUB 2 ବର୍ତ୍ତମାନ ଏକ ପ୍ଲାଟଫର୍ମ କୁ ସହାୟତା କରିଥାଏ, PowerPC କୁ ଅନ୍ତର୍ଭୁକ୍ତ କରି।
GRUB 2 ଅତିରିକ୍ତ ଫର୍ମୱେର ପ୍ରକାରକୁ ସହାୟତା କରିଥାଏ, BIOS, EFI ଏବଂ OpenFirmware କୁ ଅନ୍ତର୍ଭୁକ୍ତ କରି।
Master Boot Record (MBR) ବିଭାଜନ ସାରଣୀକୁ ସହାୟତା ଦେବା ପାଇଁ, GRUB 2 GUID ବିଭାଜନ ସାରଣୀ (GPT) କୁ ସହୟତା ଦେଇଥାଏ।
ଏହା ସହିତ Linux ଫାଇଲତନ୍ତ୍ର, GRUB 2 ମଧ୍ଯ Apple Hierarchical File System Plus
(HFS+
) ଏବଂ Microsoft's NTFS
ଫାଇଲତନ୍ତ୍ର ପରି Linux ହୋଇନଥିବା ଫାଇଲତନ୍ତ୍ରକୁ ସହାୟତା ଦେଇଥାଏ।
LIO କର୍ଣ୍ଣଲ ଲକ୍ଷ୍ଯସ୍ଥଳ ଉପତନ୍ତ୍ର
Red Hat Enterprise Linux 7.0 LIO କର୍ଣ୍ଣଲ ଲକ୍ଷ୍ଯସ୍ଥଳ ଉପତନ୍ତ୍ରକୁ ବ୍ୟବହାର କରିଥାଏ, ଯାହାକି ବ୍ଲକ ସଂରକ୍ଷଣ ପାଇଁ ଏକ ମାନକ ମୁକ୍ତ ଉତ୍ସ SCSI ଲକ୍ଷ୍ଯ, ନିମ୍ନଲିଖିତ ସମସ୍ତ ସଂରକ୍ଷଣ ଫେବ୍ରିକ ପାଇଁ: FCoE, iSCSI, iSER (Mellanox InfiniBand), ଏବଂ SRP (Mellanox InfiniBand).
Red Hat Enterpise Linux 6 tgtd
ବ୍ୟବହାର କରିଥାଏ, SCSI ଲକ୍ଷ୍ଯ ଡେମନ, iSCSI ଲକ୍ଷ୍ଯ ସହାୟତା ପାଇଁ, ଏବଂ କେବଳ LIO କୁ ବ୍ୟବହାର କରିଥାଏ, Linux କର୍ଣ୍ଣଲଲକ୍ଷ୍ୟ, Fibre-Channel over Ethernet (FCoE) ଲକ୍ଷ୍ଯ ପାଇଁ fcoe-target-utils ପ୍ଯାକେଜ ମାଧ୍ଯମରେ ବ୍ୟବହାର କରିଥାଏ।
targetcli ସେଲ LIO Linux SCSI ଲକ୍ଷ୍ଯ ପାଇଁ ସାଧାରଣ ପରିଚାଳନା ପ୍ଲାଟଫର୍ମ ପ୍ରଦାନ କରିଥାଏ।
ତୀବ୍ର ବ୍ଲକ ଉପକରଣଗୁଡ଼ିକ ମନ୍ଥର ବ୍ଲକ ଉପକରଣଗୁଡ଼ିକୁ କ୍ୟାଶେରେ ରଖିଥାଏ
ତୀବ୍ର ବ୍ଲକ ଉପକରଣ ଧାରଣ କରିବାର କ୍ଷମତା ଏକ କ୍ୟାଶେ ଭାବରେ ମନ୍ଥର ବ୍ଲକ ଉପକରଣଗୁଡ଼ିକରେ କାମ କରିଥାଏଯାହାକି Red Hat Enterprise Linux 7.0 ରେ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଆରମ୍ଭ ହୋଇଥାଏ। ଏହି ବିଶେଷତାଗୋଟିଏ PCIe SSD ଉପକରଣକୁ ଏକ କ୍ୟାଶେ ଭାବରେ କାମ କରିବା ପାଇଁ ସିଧାସଳଖ ଭାବରେ ସଂଲଗ୍ନ (DAS) କିମ୍ବା ସଂରକ୍ଷଣ ସ୍ଥାନ ନେଟୱର୍କ (SAN) ସଂରକ୍ଷଣରେ ଅନୁମତି ଦେଇଥାଏ, ଯାହାକି ଫାଇଲତନ୍ତ୍ର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିଥାଏ।
LVM କ୍ୟାଶେ
Red Hat Enterprise Linux 7.0 LVM କ୍ୟାଶେକୁ ଏକ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଦର୍ଶାଇଥାଏ। ଏହି ବିଶେଷତା ବ୍ୟବହାରକାରୀମାନଙ୍କୁ ତାର୍କିକ ଭଲ୍ୟୁମ ସୃଷ୍ଟି କରିବା ପାଇଁ ଏକ ଛୋଟ ତୀବ୍ର ଉପକରଣ କାର୍ୟ୍ୟଦକ୍ଷତା ସହିତ ଅନୁମତି ଦେଇଥାଏ । କ୍ୟାଶେ ତାର୍କିକ ଭଲ୍ୟୁମ ସୃଷ୍ଟି କରିବା ବିଷୟରେ ଅଧିକ ସୂଚନା ପାଇଁ ଦୟାକରି lvm(8) ପୁସ୍ତକ ପୃଷ୍ଠାକୁ ଅନୁସରଣ କରନ୍ତୁ।
ମନେରଖନ୍ତୁ ଯେ ନିମ୍ନଲିଖିତ ନିର୍ଦ୍ଦେଶଗୁଡ଼ିକ କ୍ୟାଶେ ତାର୍କିକ ଭଲ୍ୟୁମଗୁଡ଼ିକରେ ବର୍ତ୍ତମାନ ଅନୁମତି ପ୍ରାପ୍ତ ନୁହଁ:
pvmove
: ଯେକୌଣସି କ୍ୟାଶେ ତାର୍କିକ ଭଲ୍ୟୁମ ଉପରେ ଚାଲିଯିବ,
lvresize
, lvreduce
, lvextend
: କ୍ୟାଶେ ତାର୍କିକ ଭଲ୍ୟୁମ ବର୍ତ୍ତମାନ ଆକାର ପରିବର୍ତ୍ତନ କରିପାରିବ ନାହିଁ,
vgsplit
: ଭଲ୍ୟୁମ ଶ୍ରେଣୀକୁ ପୃଥକ କରିବା ଅନୁମତି ପ୍ରାପ୍ତ ନୁହଁ ଯେତେବେଳେକ୍ୟାଶେ ତାର୍କିକ ଭଲ୍ୟୁମ ଏଥିରୁ ପ୍ରସ୍ଥାନ କରିଥାଏ।
libStorageMgmt API ସହିତ ସଂରକ୍ଷଣ ଆରେ ପରିଚାଳନା
Red Hat Enterprise Linux 7.0 ସଂରକ୍ଷଣ ଆରେ ପରିଚାଳନାକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଦର୍ଶାଇଥାଏ।libStorageMgmt ଟି ଗୋଟିଏ ସଂରକ୍ଷଣ ଆରେ ଆତ୍ମନିର୍ଭରଶୀଳ ପ୍ରୟୋଗ ପ୍ରଗ୍ରାମିଙ୍ଗ ଅନ୍ତରାପୃଷ୍ଠ (API). ଏହା ଏକ ସ୍ଥାୟୀ ଏବଂ ସ୍ଥିର API ପ୍ରଦାନ କରିଥାଏ ଯାହାକି ବିକାଶକାରୀମାନଙ୍କୁ ଭିନ୍ନ ସଂରକ୍ଷଣ ଆରେଗୁଡ଼ିକୁ ପରିଚାଳନା କରିବା ପାଇଁ ଏବଂ ହାର୍ଡୱେର ତ୍ୱରୀତ ବିଶେଷତା ଦେବା ପାଇଁ ଅନୁମତି ଦେଇଥାଏ। ତନ୍ତ୍ର ପ୍ରଶାସକମାନେ ମଧ୍ଯ ଏହାକୁ ନିର୍ଦ୍ଦେଶ ଧାରା ଅନ୍ତରାପୃଷ୍ଠ ସହିତ (CLI) ଏକ ସାଧନ ଭାବରେ ବ୍ୟବହାର କରିପାରିବେ।
LSI Synchro ପାଇଁ ସହାୟତା
Red Hat Enterprise Linux 7.0
megaraid_sas
ଡ୍ରାଇଭରରେ LSI Syncro CS ଉଚ୍ଚ ଉପଲବ୍ଧତା ସଂରକ୍ଷଣକୁ ସକ୍ରିୟ କରିବା ପାଇଁ ସଂକେତ ରଖିଥାଏ (HA-DAS) ଏଡପଟର। ଯେତେବେଳେ
megaraid_sas
ଡ୍ରାଇଭର ପୂର୍ବରୁ ସକ୍ରିୟ ଥିବା ଏଡ଼ପଟରଗୁଡ଼ିକ ପାଇଁ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ ହୋଇଥାଏ, ସେତେବେଳେ Syncro CS ପାଇଁ ସେହି ଡ୍ରାଇଭରଗୁଡ଼ିକର ବ୍ୟବହାରକୁ ଏକ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଉପଲବ୍ଧ କରାଯାଇଥାଏ। ଏହି ଏଡ଼ପଟରଗୁଡ଼ିକ ପାଇଁ ସହାୟତାକୁ ସିଧାସଳଖ ଭାବରେ LSI ଦ୍ୱାରା ଦିଆଯାଇଥାଏ, ଆପଣଙ୍କର ତନ୍ତ୍ର ସଂଯୋଜକ, କିମ୍ବା ତନ୍ତ୍ର ବିକ୍ରେତା।Syncro CS କୁ Red Hat Enterprise Linux 7.0 ଉପରେ ନିୟୋଜନ କରୁଥିବା ବ୍ୟବହାରକାରୀମାନେ ମତାମତ ଦେବା ପାଇଁ Red Hat ଏବଂ LSI ରେ ପ୍ରତ୍ସାହିତ ହୋଇଥାନ୍ତି। LSI Syncro CS ସମାଧାନ ବିଷୟରେ ଅଧିକ ତଥ୍ୟ ପାଇଁ, ଦୟାକରି
http://www.lsi.com/products/shared-das/pages/default.aspx .
କୁ ପରିଦର୍ଶନ କରନ୍ତୁ।
LVM ପ୍ରୟୋଗ ପ୍ରଗାମିଙ୍ଗ ଅନ୍ତରାପୃଷ୍ଠ
Red Hat Enterprise Linux 7.0 ନୂତନ LVM ପ୍ରୟୋଗ ପ୍ରଗ୍ରାମିଙ୍ଗ ଅନ୍ତରାପୃଷ୍ଠ (API) କୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେଦର୍ଶାଇଥାଏ। ଏହି API କୁ LVM ବିଷୟରେ କିଛି ବିଷୟକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଇଥାଏ।
DIF/DIX ସହାୟତା
DIF/DIX ବର୍ତ୍ତମାନ Red Hat Enterprise Linux 7.0 ର SCSI ମାନକରେ ଏକ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଯୋଗ କରାଯାଇଛି। DIF/DIX ସାଧାରଣ ଭାବରେ ବ୍ୟବହୃତ 512-ବାଇଟ ଡିସ୍କ ବ୍ଲକରେ ବ୍ୟବହୃତ 512 ରୁ 520 ବାଇଟକୁ ବଢ଼ାଯାଇଛି,ତଥ୍ୟ ସମିଶ୍ରଣ ସ୍ଥାନ (DIF) ରେ ଯୋଗ କରି। DIF ଯାଞ୍ଚ ସମଷ୍ଟି ମୂଲ୍ୟକୁ ତଥ୍ୟ ବ୍ଲକରେ ସଂରକ୍ଷଣ କରିଥାଏ, ଯାହାକି ହୋଷ୍ଟ ବସ ଏଡ଼ପଟର (HBA)ଦ୍ୱାରା ହିସାବ କରାଯାଇଥାଏ। ସେହି ସଂରକ୍ଷଣ ଉପକରଣ ତାପରେ ଗ୍ରାହକ ପାଖରେ ଯାଞ୍ଚ ହୋଇଥାଏ, ଏବଂ ଉଭୟ ତଥ୍ୟ ଏବଂ ଯାଞ୍ଚ ସମଷ୍ଟିକୁ ସଂରକ୍ଷଣ କରିଥାଏ। ଏହାର ଓଲଟା ଭାବରେ, ଯେତେବେଳେ ପଢ଼ାଯାଏ, ସେତେବେଳେ ଯାଞ୍ଚ ସମଷ୍ଟିକୁ ସଂରକ୍ଷଣ ଉପକରଣ ଦ୍ୱାରା, ଏବଂ ଗ୍ରାହକ HBA ଦ୍ୱାରା ଯାଞ୍ଚ କରାଯାଇଥାଏ।
ସମାନ୍ତରାଳ NFS ର ସହାୟତା
ସମାନ୍ତରାଳ NFS (pNFS) ଟି NFS v4.1 ମାନକର ଅଂଶ ଅଟେ ଯାହାକି କ୍ଲାଏଣ୍ଟମାନଙ୍କୁ ସଂରକ୍ଷଣ ଉପକରଣଗୁଡ଼ିକୁ ସିଧାସଳଖ ଭାବରେ ଅଭିଗମ୍ୟ କରିବା ପାଇଁ ଅନୁମତି ଦେଇଥାଏ। pNFS ସଂରଚନା ମାପନୀୟତା ଏବଂ କାର୍ୟ୍ୟଦକ୍ଷତାକୁ NFS ସର୍ଭରରେ ଅନେକ ସାଧାରଣ କାମରେ ଉନ୍ନତ କରିଥାଏ।
pNFS 3 ଟି ଭିନ୍ନ ସଂରକ୍ଷଣ ପ୍ରଟୋକଲ କିମ୍ବା ବିନ୍ୟାସକୁ ବ୍ୟାଖ୍ୟା କରିଥାଏ: ଫାଇଲ, ବସ୍ତୁ ଏବଂ ବ୍ଲକ। Red Hat Enterprise Linux 7.0 କ୍ଲାଏଣ୍ଟ ସମ୍ପୂର୍ଣ୍ଣ ଭାବରେ ଫାଇଲ ବିନ୍ୟାସକୁ ସହାୟତା କରିଥାଏ, ଏବଂ ବ୍ଲକ ଏବଂ ବସ୍ତୁ ବିନ୍ୟାସଗୁଡ଼ିକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ସହାୟତା ଦିଆଯାଇଥାଏ।
pNFS ବିଷୟରେ ଅଧିକ ତଥ୍ୟ ପାଇଁ, http://www.pnfs.com/ କୁ ଅନୁସରଣ କରନ୍ତୁ।
XFS
ଫାଇଲତନ୍ତ୍ରର ସହାୟତା
Red Hat Enterprise Linux 7.0 ର ଏକ Anaconda -ଆଧାରିତ ସ୍ଥାପନ ପାଇଁ ପୂର୍ବନିର୍ଦ୍ଧାରିତ ଫାଇଲତନ୍ତ୍ର ହେଉଛି XFS
, ଯାହାକି ଚତୁର୍ଥ ଅନୁଲମ୍ବିତ ଫାଇଲତନ୍ତ୍ରକୁ ବଦଳାଇଥାଏ (ext4
) ଯାହା ପୂର୍ବନିର୍ଦ୍ଧାରିତ ଭାବରେ Red Hat Enterprise Linux 6 ରେ ବ୍ୟବହାର ହେଉଥାଏ।ext4
ଏବଂ Btrfs
(B-Tree) ଫାଇଲତନ୍ତ୍ରଗୁଡ଼ିକୁ XFS
ର ବିକଳ୍ପ ଭାବରେ ବ୍ୟବହାର କରାଯାଇପାରିବ।
XFS
ଅତ୍ୟଧିକ ମାପନୀୟ, ଉଚ୍ଚ-କାର୍ଯ୍ୟଦକ୍ଷତା ଫାଇଲତନ୍ତ୍ର ଯାହାକି ପ୍ରଥମେ Silicon Graphics, Inc. ରେ ରଚନା ହୋଇଥିଲା। ଏହାକୁ 16 ଏକ୍ସାବାଇଟ ପର୍ଯ୍ୟନ୍ତ ଫାଇଲତନ୍ତ୍ରକୁ ସହାୟତା ଦେବା ପାଇଁ ନିର୍ମାଣ କରାଯାଇଛି (ପାଖାପାଖି16 ମିଲିଓନ ଟେରାବାଇଟ), 8 ଏକ୍ସାବାଇଟ ପର୍ଯ୍ୟନ୍ତ ଫାଇଲଗୁଡ଼ିକ (ପାଖାପାଖି 8 ମିଲିଓନ ଟେରାବାଇଟ) ଏବଂ ଅସଂଖ୍ୟ ନିବେଶଗୁଡ଼ିକ ପାଇଁ ଡିରେକ୍ଟୋରୀ ସଂରଚନାକୁ ସହାୟତା ଦେବାପାଇଁ ନିର୍ମିତ।XFS
ଅଧିତଥ୍ୟ ପତ୍ରିକାକୁ ସହାୟତା ଦେଇଥାଏ, ଯାହାକି ତୀବ୍ର ନଷ୍ଟ ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରିଥାଏ। XFS
ଫାଇଲତନ୍ତ୍ରଗୁଡ଼ିକୁ ପୃଥକ କରାଯାଇପାରିବ ଏବଂ ସ୍ଥାପିତ ଏବଂ ସକ୍ରିୟ ଥିବା ସମୟରେ ବିସ୍ତାର କରାଯାଇପାରିବ।
ext4
ଏବଂ
XFS
ରେ ସାଧାରଣ କାର୍ଯ୍ୟରେ ବ୍ୟବହୃତ ନିର୍ଦ୍ଦେଶଗୁଡ଼ିକର ପରିବର୍ତ୍ତନଗୁଡ଼ିକ ବିଷୟରେ ସୂଚନା ପାଇବାକୁ,
ସ୍ଥାପନ ପୁସ୍ତକ ରେ ଥିବା ସନ୍ଦର୍ଭ ସାରଣୀକୁ ଦେଖନ୍ତୁ।
IBM System z ପାଇଁ libhugetlbfs ସହାୟତା
libhugetlbfs
ଲାଇବ୍ରେରୀ ବର୍ତ୍ତମାନIBM System z ସଂରଚନାରେ ସହାୟତା ପ୍ରାପ୍ତ। ଲାଇବ୍ରେରୀ ବଡ଼ ପୃଷ୍ଠାଗୁଡ଼ିକୁ C ଏବଂ C++ ପ୍ରଗ୍ରାମରେ ଖୋଲାଖୋଲି ଭାବରେ ପ୍ରୟାସ କରିବାକୁ ସକ୍ରିୟ କରିଥାଏ। ପ୍ରୟୋଗ ଏବଂ ମିଡଲୱେର ପ୍ରଗ୍ରାମ ଏହି କାର୍ଯ୍ୟଦକ୍ଷତାରୁ ଲାଭ ଉଠାଇପାରିବେ ଅଥବା ବଡ଼ ପୃଷ୍ଠାଗୁଡ଼ିକୁ ବିନା ପରିବର୍ତ୍ତନ କିମ୍ବା ପୁନଃସଂକଳନରେ କରିପାରିବେ।
Red Hat Enterprise Linux 7.0 kernel ସଂସ୍କରଣ 3.10 ସହିତ ପ୍ରକାଶିତ ହୋଇଥାଏ, ଯାହାକିକିଛି ସଂଖ୍ୟ ନୂତନ ବିଶେଷତା ପ୍ରଦାନ କରିଥାଏ, ଯେଉଁଥିରୁ କିଛି ବିଶେଷ ଉଦାହରଣ ନିମ୍ନରେ ପ୍ରଦତ୍ତ।
ବଡ଼ କ୍ରାସ କର୍ଣ୍ଣଲ ଆକାରଗୁଡ଼ିକ ପାଇଁ ସହାୟତା
Red Hat Enterprise Linux 7.0 kdump କ୍ରାସ ଡମ୍ପ କୌଶଳକୁ ବଡ଼ ସ୍ମୃତିସ୍ଥାନ ବିଶିଷ୍ଟ ତନ୍ତ୍ରଗୁଡ଼ିକରେ ସହାୟତା କରିଥାଏ(3TB ପର୍ଯ୍ୟନ୍ତ)।
1 CPU ରୁ ଅଧିକ କ୍ରାସକର୍ଣ୍ଣଲ
Red Hat Enterprise Linux 7.0 କ୍ରାସକର୍ଣ୍ଣଲ ବୁଟିଙ୍ଗକୁ ଗୋଟିଏରୁ ଅଧିକ CPU ସହିତ ସକ୍ରିୟ କରିଥାଏ। ଏହି କାର୍ଯ୍ୟଟିକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ସହାୟତା ପ୍ରାପ୍ତ।
Swap ସ୍ମୃତିସ୍ଥାନ ସଙ୍କୋଚନ
Red Hat Enterprise Linux 7.0 ନୂତନ ବିଶେଷତାଗୁଡ଼ିକୁ ଆରମ୍ଭ କରିଥାଏ, swap ସ୍ମୃତିସ୍ଥାନ ସଙ୍କୋଚନ। Swap ସଙ୍କୋଚନକୁ zswap ମାଧ୍ଯମରେ କାର୍ଯ୍ୟକାରୀ କରାଯାଇଥାଏ, ଯାହାକି frontswap ପାଇଁ ଏକ ପତଳା ପୃଷ୍ଠଭୂମି।swap ସ୍ମୃତିସ୍ଥାନ ସଙ୍କୋଚନକୁ ବ୍ୟବହାର କରି କିଛି I/O ହ୍ରାସ ଏବଂ କାର୍ଯ୍ୟଦକ୍ଷତାକୁ ଉପଯୋଗ କରିଥାଏ।
NUMA-Aware ଯୋଜନା ଏବଂ ସ୍ମୃତିସ୍ଥାନ ବଣ୍ଟନ
Red Hat Enterprise Linux 7.0 ରେ, କର୍ଣ୍ଣଲ ସ୍ୱୟଂଚାଳିତ ଭାବରେ କାର୍ୟ୍ୟଗୁଡ଼ିକୁ ବଣ୍ଟନ କରିଥାଏ ଏବଂ ସମାନ ତନ୍ତ୍ରରେ NUMA ନୋଡଗୁଡ଼ିକ ମଧ୍ୟରେ ସ୍ମୃତିସ୍ଥାନ ବଣ୍ଟନ କରିଥାଏ, ଅସମାନ ସ୍ମୃତିସ୍ଥାନ ବିଶିଷ୍ଟ ତନ୍ତ୍ର (NUMA) ସହିତ କାର୍ୟ୍ୟଦକ୍ଷତା ଉନ୍ନତି କରିଥାଏ।
APIC ଆଭାସୀକରଣ
ଉନ୍ନତ ପ୍ରଗ୍ରାମଯୋଗ୍ୟ ବାଧା ନିୟନ୍ତ୍ରକର ଆଭାସୀକରଣ (APIC) ରେଜିଷ୍ଟାର ନୂତନ ସଞ୍ଚାଳକର ହାର୍ଡୱେର କ୍ଷମତାକୁ ବ୍ୟବହାର କରି ସହାୟତା ପାଇଥାଏ ଯାହାକି ଆଭାସୀ ମେସିନ ମନିଟରକୁ (VMM) ବାଧା ନିୟନ୍ତ୍ରଣ ପାଇଁ ଉନ୍ନତ କରିଥାଏ।
vmcp
ପୂର୍ବନିର୍ମିତ କର୍ଣ୍ଣଲ
Red Hat Enterprise Linux 7.0 ରେ, vmcp
କର୍ଣ୍ଣଲ ମଡ୍ୟୁଲଟି ହେଉଛି ପୂର୍ବନିର୍ମିତ କର୍ଣ୍ଣଲ। ଏହା ନିଶ୍ଚିତ କରିଥାଏ ଯେ vmcp ଉପକରଣ ନୋଡ ସର୍ବଦା ଉପସ୍ଥିତ, ଏବଂ ବ୍ୟବହାରକାରୀମାନେIBM z/VM ହାଇପରଭାଇଜର ନିୟନ୍ତ୍ରଣ ପ୍ରଗ୍ରାମ ନିର୍ଦ୍ଦେଶଗୁଡ଼ିକ vmcp
କର୍ଣ୍ଣଲ ମଡ୍ୟୁଲକୁ ପ୍ରଥମେ ଧାରଣ ନକରି ପଠାଇଥାଏ।
ହାର୍ଡୱେର ତୃଟି ଖବରକାରୀ କୌଶଳ
ବର୍ତ୍ତମାନ, Linux ରେ ହାର୍ଡୱେର ତୃଟି ଖବରକାରୀ କୌଶଳ ସମସ୍ୟାବହୁଳ ହୋଇପାରେ, ପ୍ରାୟତଃ ବିଭିନ୍ନ ଉପକରଣ ହେତୁ (mcelog ଏବଂ EDAC) ଯାହାକି ବିଭିନ୍ନ ଉତ୍ସଗୁଡ଼ିକରୁ ଭିନ୍ନ ପଦ୍ଧତି ଏବଂ ବିଭିନ୍ନ ସାଧନ ସହିତ ତୃଟି ସଂଗ୍ରହ କରିଥାଏ (ଯେପରିକି mcelog , edac-utils , ଏବଂ syslog )।
ହାର୍ଡୱେର ତୃଟି ଖବରକାରୀ ସମସ୍ୟାଗୁଡ଼ିକ ଦୁଇଟି ଭାଗରେ ବିଭକ୍ତ:
ବିଭିନ୍ନ ତୃଟି ତଥ୍ୟ ସଂଗ୍ରହ କୌଶଳ ଯାହାକି ବିଭିନ୍ନ ପକାରର ଏବଂ କିଛି ସମୟରେ ନକଲି ତଥ୍ୟ ସଂଗ୍ରହ କରିଥାଏ,
ଏବଂ ବିଭିନ୍ନ ସାଧନଗୁଡ଼ିକ ଯାହାକି ଏହି ତଥ୍ୟକୁ ଭିନ୍ନ ଅବସ୍ଥାନରେ ଭିନ୍ନ ସମୟ ଚିହ୍ନ ସହିତ ଖବର କରିଥାଏ, ଯାହାକି ଘଟଣାଗୁଡ଼ିକୁ ଯୋଡ଼ିବା ପାଇଁ କଷ୍ଟକର କରିଥାଏ।
ନୂତନ ହାର୍ଡୱେର ଘଟଣା ଖବରକାରୀ କୌଶଳର ଲକ୍ଷ୍ଯ ହେଉଛି, କିମ୍ବା HERM, Red Hat Enterprise Linux 7.0 ରେ ତୃଟି ସଂଗ୍ରହକୁ ବିଭିନ୍ନ ଉତ୍ସଗୁଡ଼ିକରୁ ଅନନ୍ୟ କରିଥାଏ, ଏବଂ ତୃଟି ଘଟଣାଗୁଡ଼ିକୁ ବ୍ୟବହାରକାରୀ ସ୍ଥାନରେ କ୍ରମିକ ସମୟସୀମାରେ ଗୋଟିଏ ସ୍ଥାନରେ ଖବର କରିଥାଏ। HERM in Red Hat Enterprise Linux 7.0 ନୂତନ ବ୍ୟବହାରକାରୀ ସ୍ଥାନ ଡେମନକୁ ଆରମ୍ଭ କରିଥାଏ, rasdaemon
, ଯାହାକି ସମସ୍ତ ବିଶ୍ୱାସ, ଉପଲବ୍ଧତା, ଏବଂ ସର୍ଭିସ ଦେବା କ୍ଷମତା (RAS) ର ତୃଟି ଘଟଣାକୁ ଧରିଥାଏ। Red Hat Enterprise Linux 7.0 ରେ HERM ମଧ୍ଯତୃଟି ଖବର କରିବା ପାଇଁ ମଧ୍ଯ ସାଧନ ଦେଇଥାଏ ଏବଂ ବିଭିନ୍ନ ପ୍ରକାରର ତୃଟିକୁ ଚିହ୍ନିଥାଏ ଯେପରିକି ବଷ୍ଟ ଏବଂ ସ୍ପର୍ଶ ତୃଟି।
ସମ୍ପୂର୍ଣ୍ଣ DynTick ସହାୟତା
nohz_full
ବୁଟ ପ୍ରାଚଳ ପ୍ରକୃତ ବିନା ଟିକଟ କର୍ଣ୍ଣଲ ବିଶେଷତାକୁ ଅତିରିକ୍ତ ପରିସ୍ଥିତିରେ ଟିକ ଅଟକିଯାଇଥିବା ସମୟରେ ଅନୁଲମ୍ବିତ କରିଥାଏ, ଯେତେବେଳେ cpu ପ୍ରତି nr_running=1
ସଂରଚନାକୁ ବ୍ୟବହାର କରାଯାଇଥାଏ। ତାହା ହେଉଛି, ସେଠାରେ ଗୋଟିଏ ଚାଲିବାଯୋଗ୍ୟ କାର୍ୟ୍ୟ CPU ର ଚାଲିବା କ୍ରମରେ ଅଛି।
କର୍ଣ୍ଣଲ ଏକକାଂଶଗୁଡ଼ିକୁ ପ୍ରତ୍ୟାଖାନ କରିଅଛି
Red Hat Enterprise Linux 7.0 ସହିତ ପ୍ରକାଶିତ ହୋଇଥିବା modprobe ଉପଯୋଗିତାବ୍ୟବହାରକାରୀମାନଙ୍କୁ କର୍ଣ୍ଣଲ ମଡ୍ୟୁଲଗୁଡ଼ିକୁ ପ୍ରତ୍ୟାଖାନ କରିବା ପାଇଁ ସ୍ଥାପନ ସମୟରେ ଅନୁମତି ଦେଇଥାଏ। ସ୍ୱୟଂଚାଳିତ ଭାବରେ ମଡ୍ୟୁଲ ଧାରଣକୁ ନିଷ୍କ୍ରିୟ କରିବା ପାଇଁ, ନିମ୍ନଲିଖିତ ନିର୍ଦ୍ଦେଶକୁ ଚଲାନ୍ତୁ:
modprobe.blacklist=module
ଅସ୍ଥାୟୀ କର୍ଣ୍ଣଲ ପ୍ୟାଚ
Red Hat Enterprise Linux 7.0 kpatch କୁ, ଏକ ଅସ୍ଥାୟୀ କର୍ଣ୍ଣଲ ପ୍ୟାଚ ପରିଚାଳକ, ପ୍ରଯୁକ୍ତି ବିଜ୍ଞାନ ପ୍ରାକଦର୍ଶନ ଭାବରେ ଆରମ୍ଭ କରିଥାଏ। kpatch ବ୍ୟବହାରକାରୀମାନଙ୍କୁ ବାଇନାରୀ କର୍ଣ୍ଣଲ ପ୍ୟାଚଗୁଡ଼ିକୁ ଅନୁମତି ଦେଇଥାଏ ଯାହାକୁ ବିନା ରିବୁଟରେ ଅସ୍ଥାୟୀ ଭାବରେ ବ୍ୟବହାର କରାଯାଇଥାଏ।
ଏମୁଲେକ୍ସ ocrdma ଡ୍ରାଇଭର
Emulex ocrdma
ଡ୍ରାଇଭରକୁ Red Hat Enterprise Linux 7.0 ରେ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। ସେହି ଡ୍ରାଇଭରଟି ସିଧାସଳଖ ଭାବରେ ସୁଦୂର ସ୍ମୃତିସ୍ଥାନ ଅଭିଗମ୍ୟତା (RDMA) କ୍ଷମତାକୁ କିଛି ନିର୍ଦ୍ଦିଷ୍ଟ Emulex ଏଡପଟର ଉପରେ ପ୍ରଦାନ କରିଥାଏ।
dm-era ଲକ୍ଷ୍ଯସ୍ଥଳ
Red Hat Enterprise Linux 7.0 dm-era device-mapper ଲକ୍ଷ୍ଯକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଆରମ୍ଭ କରିଥାଏ। dm-era ଟି କେଉଁ ବ୍ଲକଗୁଡ଼ିକୁ ବ୍ୟବହାରକାରୀ ଦ୍ୱାରା ବ୍ୟାଖ୍ୟା ହୋଇଥିବା ଅବଧି "era" ମଧ୍ୟରେ ଲେଖାଯାଇଥାଏ ତାହା ଉପରେ ନଜର ଦେଇଥାଏ। ପ୍ରତ୍ୟେକ era ଲକ୍ଷ୍ଯ ସ୍ଥିତି ପ୍ରଚଳିତ era କୁ କ୍ରମବର୍ଦ୍ଧିଷ୍ଣୁ 32-ବିଟ ହିସାବରେ ପରିଚାଳିତ କରିଥାଏ। ଏହି ଲକ୍ଷ୍ଯସ୍ଥଳ ଶେଷ ନକଲ ସଂରକ୍ଷଣ ଠାରୁ କେଉଁ ବ୍ଲକଗୁଡ଼ିକୁ ପରିବର୍ତ୍ତନ କରାଯିବ ତାହା ପାଇଁ ସଫ୍ଟୱେର ନକଲ ସଂରକ୍ଷଣକୁ ଅନୁମତି ଦେଇଥାଏ। ଏହା ମଧ୍ଯ କ୍ୟାଶେର ବିଷୟବସ୍ତୁଗୁଡ଼ିକର ଆଂଶିକ ବୈଧିକୃତ ପାଇଁ ପଛକୁ ଫେରିଥାଏ। dm-era ଲକ୍ଷ୍ଯସ୍ଥଳ ପ୍ରାଥମିକ ଭାବରେ dm-cache ଲକ୍ଷ୍ଯସ୍ଥଳ ସହିତ ଯୁଗଳ ହେବା ପାଇଁ ଆଶାକରିଥାଏ।
9.1. କର୍ଣ୍ଣଲ ଆଧାରିତ ଆଭାସୀକରଣ virtio-blk-data-plane କୁ ବ୍ୟବହାର କରି ଉନ୍ନତ ବ୍ଲକ I/O କାର୍ଯ୍ୟଦକ୍ଷତା
Red Hat Enterprise Linux 7.0 ରେ, virtio-blk-data-plane
I/O ଆଭାସୀକରଣ କାର୍ଯ୍ୟକଳାପଟି ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଉପଲବ୍ଧ। ଏହି କାର୍ଯ୍ୟଟି QEMU କୁ ଡିସ୍କ I/O କୁ କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରଯୁଜ୍ୟ ଥ୍ରେଡରେ ଅନୁଲମ୍ବିତ କରିଥାଏ ଯାହାକି I/O କାର୍ଯ୍ୟଦକ୍ଷତାକୁ ଫଳପ୍ରଦ କରିଥାଏ।
PCI ବ୍ରିଜ
QEMU ପୂର୍ବରୁ କେବଳ 32 PCI ସ୍ଲଟ ପର୍ଯ୍ୟନ୍ତ ସହାୟତା ଦେଉଥିଲା। Red Hat Enterprise Linux 7.0 PCI ବ୍ରିଜକୁ ଆରମ୍ଭ କରିଥାଏ, ଯାହାକି ବ୍ୟବହାରକାରୀମାନଙ୍କୁ 32 ରୁ ଅଧିକ PCI ଉପକରଣଗୁଡ଼ିକୁ ବିନ୍ୟାସ କରିବା ପାଇଁ ଅନୁମତି ଦେଇଥାଏ। ମନେରଖନ୍ତୁ ଯେ ବ୍ରିଜ ପଛରେ ଉପକରଣଗୁଡ଼ିକୁ ହଟ ପ୍ଲଗ କରିବା ପାଇଁ ସହାୟତା ନାହିଁ।
QEMU ସ୍ୟାଣ୍ଡବକ୍ସିଙ୍ଗ
Red Hat Enterprise Linux 7.0 ଉନ୍ନତ KVM ଆଭାସୀକରଣ ସୁରକ୍ଷାକୁ କର୍ଣ୍ଣଲ ତନ୍ତ୍ର କଲ ଫିଲଟର ସହାୟତାରେ ଦର୍ଶାଇଥାଏ, ଯାହାକି ହୋଷ୍ଟ ତନ୍ତ୍ର ଏବଂ ଅତିଥି ମଧ୍ଯରେ ପୃଥକିକରଣକୁ ଉନ୍ନତ କରିଥାଏ।
QEMU ଆଭାସୀ CPU ହଟଏଡ଼ ସହାୟତା
Red Hat Enterprise Linux 7.0 ରେ ଥିବା QEMU ଆଭାସୀ CPU (vCPU) ହଟଏଡ଼ ସହାୟତାକୁ ଦର୍ଶାଇଥାଏ। ଆଭାସୀ CPUs (vCPUSs) କୁ ଚଳନ୍ତି ଆଭାସୀ ତନ୍ତ୍ରରେ କାର୍ଯ୍ୟଭାର ଆବଶ୍ୟକତା କିମ୍ବା ସମ୍ପୃକ୍ତ ସର୍ଭିସ ସ୍ତରୀୟ ଚୁକ୍ତିନାମା (SLA)କୁ ଯୋଗ କରାଯାଇପାରିବ। ମନେରଖନ୍ତୁ ଯେ vCPU ହଟ ପ୍ଲଗଟି କେବଳ ଆଭାସୀ ତନ୍ତ୍ରଗୁଡ଼ିକରେ pc-i440fx-rhel7.0.0
ତନ୍ତ୍ର ପ୍ରକାରକୁ ବ୍ୟବହାର କରି ସହାୟତା ପ୍ରାପ୍ତ, ଯାହାକି Red Hat Enterprise Linux 7.0 ଉପରେ ଥିବା ପୂର୍ବନିର୍ଦ୍ଧାରିତ ତନ୍ତ୍ର ପ୍ରକାର।
ଏକାଧିକ କ୍ରମିକ NIC ଗୁଡ଼ିକ
ଏକାଧିକ କ୍ରମିକ virtio_net ଉତ୍ତମ ମାପନୀୟତା ପ୍ରଦାନ କରିଥାଏ; ପ୍ରତ୍ୟେକ ଆଭାସୀ CPU ପାଖରେପୃଥକ ପରିବହନ କିମ୍ବା ଗ୍ରହଣ କ୍ରମ ରଖିପାରିବେ ଏବଂ ଅନ୍ୟ ଆଭାସୀ CPU ଗୁଡ଼ିକ ଉପରେ ପ୍ରଭାବ ନପକାଇ ବାଧାବିଘ୍ନଗୁଡ଼ିକୁ ପୃଥକ ରଖିପାରିବ।
ଏକାଧିକ କ୍ରମିକ virtio_scsi
ଏକାଧିକ କ୍ରମିକ virtio_scsi ଉତ୍ତମ ମାପନୀୟତା ପ୍ରଦାନ କରିଥାଏ; ପ୍ରତ୍ୟେକ ଆଭାସୀ CPU ପାଖରେପୃଥକ ପରିବହନ କିମ୍ବା ଗ୍ରହଣ କ୍ରମ ରଖିପାରିବେ ଏବଂ ଅନ୍ୟ ଆଭାସୀ CPU ଗୁଡ଼ିକ ଉପରେ ପ୍ରଭାବ ନପକାଇ ବାଧାବିଘ୍ନଗୁଡ଼ିକୁ ପୃଥକ ରଖିପାରିବ।
ଲାଇଭ ସ୍ଥାନାନ୍ତରଣ ପାଇଁ ପୃଷ୍ଠା ଡେଲଟା ସଙ୍କୋଚନ
KVM ଲାଇଭ ସ୍ଥାନାନ୍ତରଣ ବିଶେଷତାକୁ ଅତିଥି ସ୍ମୃତିସ୍ଥାନ ପୃଷ୍ଠାଗୁଡ଼ିକୁ ସଙ୍କୋଚିତ କରି ଏବଂ ପରିବହନ ହୋଇଥିବା ସ୍ଥାନାନ୍ତରଣ ତଥ୍ୟର ଆକାରକୁ କମ କରି ଉନ୍ନତ କରାଯାଇଛି। ଏହି ବିଶେଷତା ସ୍ଥାନାନ୍ତରଣକୁ ତୀବ୍ର ହେବା ପାଇଁ ଅନୁମତି ଦେଇଥାଏ।
KVM ରେ HyperV ଏନଲାଇଟେନମେଣ୍ଟ
KVM କୁ ଅନେକ Microsoft Hyper-V କାର୍ଯ୍ୟଗୁଡ଼ିକ ସହିତ ଅଦ୍ୟତନ କରାଯାଇଛି; ଉଦାହରଣ ସ୍ୱରୂପ, ସ୍ମୃତିସ୍ଥାନ ପରିଚାଳନା ଏକକ ପାଇଁ ସହାୟତା (MMU) ଏବଂ ଆଭାସୀ ବାଧା ନିୟନ୍ତ୍ରକ। Microsoft ଅତିଥି ଏବଂ ହୋଷ୍ଟ ମଧ୍ଯରେ ଗୋଟିଏ ଆଂଶିକ ଆଭାସୀ API ପ୍ରଦାନ କରିଥାଏ, ଏବଂ ଏହି କାର୍ଯ୍ୟର କିଛି ଅଂଶକୁ ହୋଷ୍ଟ ଉପରେ ନିୟୋଜନ କରିଥାଏ, ଏବଂ ଏହାକୁ Microsoft ନିର୍ଦ୍ଦେଶାଙ୍କ ଅନୁସାରେ ଉଲ୍ଲେଖ କରିଥାଏ, Microsoft Windows ଅତିଥିମାନେ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିପାରିବେ।
ଅଧିକ ବ୍ୟାଣ୍ଡୱିଡ଼ଥର I/O ପାଇଁ EOI ତ୍ୱରଣ
Red Hat Enterprise Linux 7.0 Intel ଏବଂ AMD ଉନ୍ନତିଗୁଡ଼ିକୁ ଉନ୍ନତ ପ୍ରଗ୍ରାମଯୋଗ୍ୟ ବାଧା ନିୟନ୍ତ୍ରକ (APIC) ରେ ବାଧାର ଅନ୍ତ (EOI) କାର୍ଯ୍ୟକଳାପରେ ବ୍ୟବହାର କରିଥାଏ। ପୁରୁଣା ଚିପସେଟଗୁଡ଼ିକ ପାଇଁ, Red Hat Enterprise Linux 7.0 ଆଂଶିକ-ଆଭାସୀ ବିକଳ୍ପଗୁଡ଼ିକୁEOI ତ୍ୱରଣ ପାଇଁ ପ୍ରଦାନ କରିଥାଏ।
KVM ଅତିଥିମାନଙ୍କ ପାଇଁ USB 3.0 ସହାୟତା
Red Hat Enterprise Linux 7.0 ଉନ୍ନତ USB ସହାୟତାକୁ USB 3.0 ହୋଷ୍ଟଏଡ଼ପଟର (xHCI) ଏମ୍ୟୁଲେସନ ବ୍ୟବହାର କରି ଏକ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଦର୍ଶାଇଥାଏ।
Windows 8 ଏବଂ Windows ସର୍ଭର 2012 ଅତିଥି ସହାୟତା
Red Hat Enterprise Linux 7.0 KVM ଆଭାସୀ ତନ୍ତ୍ରଗୁଡ଼ିକ ଭିତରେ ଚାଲୁଥିବା Microsoft Windows 8 ଏବଂ Windows ସର୍ଭର 2012 ଅତିଥିମାନଙ୍କୁ ସହାୟତା କରିଥାଏ।
QEMU ଅତିଥିମାନଙ୍କ ପାଇଁ I/O ତ୍ୱରାନ୍ୱିତ
QEMU ଅତିଥି ବ୍ଲକ ପାଇଁ ଏହି ବିଶେଷତା I/O ତ୍ୱରାନ୍ୱିତ, କିମ୍ବା ସୀମା, ପ୍ରଦାନ କରିଥାଏ।I/O ତ୍ୱରାନ୍ୱିତ I/O ସ୍ମୃତିସ୍ଥାନ ଅନୁରୋଧ କାର୍ଯ୍ୟକାରୀତାକୁ ମନ୍ଥର କରିଥାଏ।ଏହା ତନ୍ତ୍ରକୁ ମନ୍ଥର କରିଥାଏ କିନ୍ତୁ ତାହାକୁ ନଷ୍ଟ ହେବାରୁ ରକ୍ଷା କରିଥାଏ। ମନେରଖନ୍ତୁ ଯେ ତଥ୍ୟ ପଟିକକୁ ତ୍ୱରାନ୍ୱିତକରିବା ସମ୍ଭବ ଅଟେ।
ବ୍ୟାଲୁନିଙ୍ଗ ଏବଂ ସ୍ୱଚ୍ଛ ବଡ଼ ପୃଷ୍ଠାଗୁଡ଼ିକର ଏକତ୍ରିକରଣ
ବ୍ୟାଲୁନିଙ୍ଗ ଏବଂ ସ୍ୱଚ୍ଛ ବଡ଼ ପୃଷ୍ଠାଗୁଡ଼ିକ ଭଲ ଭାବରେ Red Hat Enterprise Linux 7.0 ରେ ସନ୍ନିହିତ। ବ୍ୟାଲୁନ ପୃଷ୍ଠାଗୁଡ଼ିକୁଘୁଞ୍ଚାଇପାରିବେ ଏବଂ ସଙ୍କୁଚିତ କରିପାରିବେ ଯାହା ଫଳରେ ସେଗୁଡ଼ିକ ବଡ଼ ପୃଷ୍ଠା ହୋଇପାରିବେ।
ହୋଷ୍ଟରୁ ତନ୍ତ୍ର ଏଣ୍ଟ୍ରପିକୁ ଟାଣୁଅଛି
ଗୋଟିଏ ନୂଆ ଉପକରଣ, virtio-rng
କୁ, ଅତିଥିମାନଙ୍କ ପାଇଁ ବିନ୍ୟାସ କରିପାରିବେ, ଯାହା ଅତିଥିମାନଙ୍କୁ ହୋଷ୍ଟରୁ ଏଣ୍ଟ୍ରପି ଉପଲବ୍ଧକରାଇବ। ପୂର୍ବନିର୍ଦ୍ଧାରିତ ଭାବରେ, ଏହି ସୂଚନାଟି ହୋଷ୍ଟର /dev/random
ଫାଇଲରୁ ଆସିଥାଏ, କିନ୍ତୁ ହୋଷ୍ଟଗୁଡ଼ିକରେ ଉପଲବ୍ଧ ହାର୍ଡୱେର ମନଇଚ୍ଛା ସଂଖ୍ୟା ନିର୍ମାତାଗୁଡ଼ିକ (RNGs) ଉତ୍ସ ଭାବରେ ମଧ୍ଯ ବ୍ୟବହାର କରାଯାଇପାରିବ।
ଶୂନ୍ୟ ନକଲ ପରିବହନକୁ ବ୍ରିଜ କରନ୍ତୁ
ବଡ଼ ସନ୍ଦେଶଗୁଡ଼ିକର CPU ସଞ୍ଚାଳନକୁ ଉନ୍ନତ କରିବା ପାଇଁ ବ୍ରିଜ ଶୂନ୍ୟ ନକଲ ପରିବହନଟି ଗୋଟିଏ କାର୍ଯ୍ୟଦକ୍ଷତା ବିଶେଷତା। ବ୍ରିଜ ବ୍ୟବହାର କରିବା ସମୟରେ ଅତିଥିରୁ ବାହ୍ୟ ଯାତାୟାତକୁ ଉନ୍ନତ କରିବା ପାଇଁ ବ୍ରିଜ ଶୂନ୍ୟ ନକଲ ପରିବହନଟି ଗୋଟିଏ କାର୍ଯ୍ୟଦକ୍ଷତା ବିଶେଷତା
ଚଳନ୍ତି ସ୍ଥାନାନ୍ତରଣ ସହାୟତା
Red Hat Enterprise Linux 6.5 ହୋଷ୍ଟରୁ Red Hat Enterprise Linux 7.0 ହୋଷ୍ଟକୁ ଅତିଥିର ଲାଇଭ ସ୍ଥାନାନ୍ତରଣ ସହାୟତା ପ୍ରାପ୍ତ।
qemu-kvm ରେ ସହାୟତାକୁ ବାରଣ କରନ୍ତୁ
ସହାୟତାକୁ ବାରଣ କରନ୍ତୁ, fstrim
କିମ୍ବା mount -o discard
ନିର୍ଦ୍ଦେଶକୁ ବ୍ୟବହାର କରି, discard='unmap'
କୁ <driver>
ଉପାଦାନରେ ଯୋଗ କରି ଡମେନର XML ସଂଜ୍ଞାରେ ଏକ ଅତିଥି ଉପରେ ଚାଲିଥାଏ। ଉଦାହରଣ ସ୍ୱରୂପ:
<disk type='file' device='disk'>
<driver name='qemu' type='raw' discard='unmap'/>
<source file='/var/lib/libvirt/images/vm1.img'>
...
</disk>
NVIDIA GPU ଉପକରଣ କାର୍ଯ୍ୟଭାର
Red Hat Enterprise Linux 7.0 NVIDIA ପ୍ରଫେସନାଲ କ୍ରମର ଆଲେଖିକ ଉପକରଣ (GRID ଏବଂ Quadro)କୁ ବୈକଳ୍ପିକ ଆଲେଖିକ ଉପକରଣ ଭାବରେ ଏମ୍ୟୁଲେଟେଡ଼ VGA ରେ ଉପକରଣ କାର୍ଯ୍ୟଭାରକୁ ସହାୟତା କରିଥାଏ।
ଆଂଶିକ ଆଭାସୀ ଟିକଟଲକଗୁଡ଼ିକ
Red Hat Enterprise Linux 7.0 ଆଂଶିକ ଆଭାସୀ ଟିକଟଲକଗୁଡ଼ିକୁ ସହାୟତା କରିଥାଏ (pvticketlocks) ଯାହାକିRed Hat Enterprise Linux 7.0 ଅତିଥି ଆଭାସୀ ଯନ୍ତ୍ରଗୁଡ଼ିକର କାର୍ଯ୍ୟଦକ୍ଷତାକୁ Red Hat Enterprise Linux 7.0 ହୋଷ୍ଟଗୁଡ଼ିକ ଉପରେ କିଣା ହୋଇନଥିବା CPU ଗୁଡ଼ିକୁ ଉନ୍ନତ କରିଥାଏ।
ନ୍ୟସ୍ତ ହୋଇଥିବା PCIe ଉପକରଣଗୁଡ଼ିକରେ ତୃଟି ନିୟନ୍ତ୍ରଣ
ଏକ ଅତିଥିରେ କାର୍ଯ୍ୟଭାର ଦେବା ସମୟରେ ଉନ୍ନତ ତୃଟି ଖବରକାରୀ (AER)ସହିତ ଯଦି ଗୋଟିଏ PCIe ଉପକରଣ ତୃଟିର ସମ୍ମୁଖିନ ହୋଇଥାଏ ତେବେ, ଅନ୍ୟ କୌଣସି ଚାଲୁଥିବା ଅତିଥି କିମ୍ବା ହୋଷ୍ଟକୁ ପ୍ରଭାବିତ ନକରି ଅତିଥିକୁ ଫେରାଇ ଅଣାଯାଇଥାଏ। ତୃଟିରୁ ଉପକରଣ ପୁନରୁଦ୍ଧାର ପାଇଁ ହୋଷ୍ଟ ଡ୍ରାଇଭର ପରେ ଅତିଥିମାନଙ୍କୁ ଅଣାଯାଇ ପାରିବ।
Q35 ଚିପସେଟ, PCI ଏକ୍ସପ୍ରେସ ବସ ଏବଂ AHCI ବସ ଏମ୍ୟୁଲେସନ
Q35 ଯନ୍ତ୍ର ପ୍ରକାର, ଯାହାକି PCI ଏକ୍ସପ୍ରେସ ବସ ସହାୟତା ପାଇଁ ଆବଶ୍ୟକୀୟ KVM ଅତିଥି ଆଭାସୀ ଯନ୍ତ୍ରଗୁଡ଼ିକ, Red Hat Enterprise Linux 7.0 ରେ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଉପଲବ୍ଧ।ଗୋଟିଏ AHCI ବସକୁ ଅନ୍ତର୍ଭୁକ୍ତ କରି କେବଳ Q35 ଯନ୍ତ୍ର ପ୍ରକାର ସହିତ ସହାୟତାପ୍ରାପ୍ତ ଏବଂ ମଧ୍ଯ Red Hat Enterprise Linux 7.0 ର ଏକ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଉପଲବ୍ଧ ଅଟେ।
VFIO-ଆଧାରିତ PCI ଉପକରଣ କାର୍ଯ୍ୟଭାର
ଆଭାସୀ କାର୍ୟ୍ୟ I/O (VFIO) ବ୍ୟବହାରକାରୀ ସ୍ଥାନ ଡ୍ରାଇଭର ଅନ୍ତରାପୃଷ୍ଠ KVM ଅତିଥି ଆଭାସୀ ଯନ୍ତ୍ରଗୁଡ଼ିକୁଏକ ଉନ୍ନତ PCI ଉପକରଣ କାର୍ୟ୍ୟନ୍ୟସ୍ତ ସମାଧାନ ସହିତ ପ୍ରଦାନ କରିଥାଏ। ଉପକରଣ ପୃଥକିକରଣର VFIO କର୍ଣ୍ଣଲ ସ୍ତରୀୟ ଉନ୍ନତି ପ୍ରଦାନ କରିଥାଏ, ଉପକରଣ ଅଭିଗମ୍ୟତାର ସୁରକ୍ଷାକୁ ଉନ୍ନତ କରିଥାଏ ଏବଂ ସୁରକ୍ଷିତ ବୁଟ ପରି ବିଶେଷତା ସହିତ ସୁସଙ୍ଗତ। VFIO Red Hat Enterprise Linux 6 ରେ ବ୍ୟବହୃତ KVM ଉପକରଣ କାର୍ଯ୍ୟନ୍ୟସ୍ତ କୌଶଳକୁ ସ୍ଥାନାନ୍ତରିତ କରିଥାଏ।
Intel VT-d ବଡ଼ ପୃଷ୍ଠାଗୁଡ଼ିକ
ଆଭାସୀ କାର୍ଯ୍ୟ I/O (VFIO) ଉପକରଣ କାର୍ଯ୍ୟଭାର ଏକ KVM ଅତିଥି ଆଭାସୀ ଯନ୍ତ୍ର ସହିତ Red Hat Enterprise Linux 7.0 ଉପରେ, 2MB ପୃଷ୍ଠାଗୁଡ଼ିକ ନିବେଶ/ଫଳାଫଳ ସ୍ମୃତିସ୍ଥାନ ପରିଚାଳନା ଏକକ (IOMMU) ଦ୍ୱାରା ବ୍ୟବହାର ହୋଇଥାଏ, ତେଣୁ ଅନୁବାଦକୁ କମ କରିବା ବଫର (TLB) କାର୍ଯ୍ୟଭାର I/O ପ୍ରୟୋଗଗୁଡ଼ିକ ପରି ଲାଗିଥାଏ। 1GB ପୃଷ୍ଠା ସହାୟତାକୁ Red Hat Enterprise Linux 7.0 ପାଇଁ ଯୋଜନା କରାଯାଇଥାଏ, VT-d ବଡ଼ ପୃଷ୍ଠାଗୁଡ଼ିକ କେବଳ କିଛି ନିକଟତର Intel-ଆଧାରିତ ପ୍ଲାଟଫର୍ମଗୁଡ଼ିକ ଉପରେ ଆଧାରିତ।
KVM ଘଡ଼ି ସମୟ କାର୍ଯ୍ୟଦକ୍ଷତା ପାଇଥାଏ
Red Hat Enterprise Linux 7.0 ରେ vsyscall
ଯନ୍ତ୍ରକୌଶଳକୁ KVM ଅତିଥିମାନଙ୍କ ପାଇଁ ବ୍ୟବହାରକାରୀ ସ୍ଥାନରୁ ଶିଘ୍ର ପଢ଼ିବାରେ ସହାୟତା କରିବା ପାଇଁ ଉନ୍ନତ କରାଯାଇଥିଲା। ଗୋଟିଏ ଆଭାସୀ ଯନ୍ତ୍ର Red Hat Enterprise Linux 7.0 କୁ ଏକ Red Hat Enterprise Linux 7.0 ହୋଷ୍ଟ ଉପରେ ଚଲଇଥାଏ ଯାହାକି ବାରମ୍ବାର ଦିନର ସମୟକୁ ପଢ଼ୁଥିବା ପ୍ରୟୋଗଗୁଡ଼ିକ ପାଇଁ ଉନ୍ନତ କାର୍ଯ୍ୟଦକ୍ଷତାକୁ ଦେଖିବ।
QCOW2 ସଂସ୍କରଣ 3 ଛବି ଶୈଳୀ
Red Hat Enterprise Linux 7.0 QCOW2 ସଂସ୍କରଣ 3 ଛବି ଶୈଳୀ ପାଇଁ ସହାୟତା ଦେଇଥାଏ।
ଉନ୍ନତ ଲାଇଭ ସ୍ଥାନାନ୍ତରଣ ପରିସଂଖ୍ୟାନ
ଜୀବନ୍ତ ସ୍ଥାନାନ୍ତରଣ ବିଷୟରେ ସୂଚନା ବର୍ତ୍ତମାନ କାର୍ଯ୍ୟଦକ୍ଷତାକୁ ବିଶ୍ଳେଷଣ ଏବଂ ସନ୍ତୁଳନ କରିବା ପାଇଁ ଉପଲବ୍ଧ। ଉନ୍ନତ ପରିସଂଖ୍ୟାନ ଆଶାକରାଯାଇଥିବା ନିଷ୍କ୍ରିୟ ସମୟ ବିଷୟରେ ସୂଚନାକୁ ଅନ୍ତର୍ଭୁକ୍ତ କରିଥାଏ, ନିଷ୍କ୍ରିୟ କିମ୍ବା ଅପରିସ୍କାର ପୃଷ୍ଠା ହାର।
ଲାଇଭ ସ୍ଥାନାନ୍ତରଣ ଥ୍ରେଡ଼ଗୁଡ଼ିକ
ଥ୍ରେଡ଼ିଙ୍ଗକୁ ସହାୟତା ଦେବା ପାଇଁ KVM ଲାଇଭ ସ୍ଥାନାନ୍ତରଣ ବିଶେଷତାକୁ ଉନ୍ନତ କରାଯାଇଛି।
ଅକ୍ଷର ଉପକରଣଗୁଡ଼ିକର ହଟ ପ୍ଲଗ ଏବଂ କ୍ରମିକ ପୋର୍ଟଗୁଡ଼ିକ
ନୂତନ କ୍ରମିକ ପୋର୍ଟଗୁଡ଼ିକୁ ନୂତନ ଅକ୍ଷର ଉପକରଣଗୁଡ଼ିକ ସହିତ ହଟ ପ୍ଲଗ କରିବା ବର୍ତ୍ତମାନRed Hat Enterprise Linux 7.0 ରେ ସହାୟତା ପ୍ରାପ୍ତ।
AMD Opteron G5 ର ଯନ୍ତ୍ରାନୁକରଣ
KVM ବର୍ତ୍ତମାନ AMD Opteron G5 ସଞ୍ଚାଳକଗୁଡ଼ିକର ଯନ୍ତ୍ରାନୁକରଣ ପାଇଁ ସକ୍ଷମ।
KVM ଅତିଥିଗୁଡ଼ିକ ଉପରେ ନୂତନ Intel ନିର୍ଦ୍ଦେଶଗୁଡ଼ିକର ସହାୟତା
KVM ଅତିଥିମାନେ Intel 22nm ସଞ୍ଚାଳକଗୁଡ଼ିକ ଦ୍ୱାରା ନୂଆ ନିର୍ଦ୍ଦେଶଗୁଡିକୁ ବ୍ୟବହାର କରିିପାରିବେ।ଏଥିରେ ନିମ୍ନଲିଖିତଗୁଡ଼ିକ ଅନ୍ତର୍ଭୁକ୍ତ:
ଚଳ ବିନ୍ଦୁ ଗୁଣନ-ଯୋଗ ସହିତ ସନ୍ନିହିତ,
256-ବିଟ ଗଣନ ଭେକ୍ଟରଗୁଡ଼ିକ,
big-endian ନିର୍ଦ୍ଦେଶ (MOVBE) ସହାୟତାକୁ ଘୁଞ୍ଚାଇଥାଏ,
କିମ୍ବା HLE/HLE+.
VPC ଏବଂ VHDX ଫାଇଲ ଶୈଳୀ
Red Hat Enterprise Linux 7.0 ରେ ଥିବା KVM Microsoft Virtual PC (VPC) ଏବଂ Microsoft Hyper-V ଆଭାସୀ ହାର୍ଡ ଡିସ୍କ (VHDX) ଫାଇଲ ଶୈଳୀ ପାଇଁ ସହାୟତାକୁ ଅନ୍ତର୍ଭୁକ୍ତ କରିଥାଏ।
libguestfs ରେ ନୂତନ ବିଶେଷତା
libguestfs ଟି ଆଭାସୀ ଯନ୍ତ୍ର ଡିସ୍କ ପ୍ରତିଛବିଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ଗୋଟିଏ ଉପକରଣ ସେଟ। Red Hat Enterprise Linux 7.0 ରେ ଅନ୍ତର୍ଭୁକ୍ତ libguestfs କିଛି ସଂଖ୍ୟକ ଉନ୍ନତିକୁ ଅନ୍ତର୍ଭୁକ୍ତ କରିଥାଏ, ଯେଉଁଥିରୁ ନିମ୍ନଲିଖିତଗୁଡ଼ିକ ହେଉଛି ଦୃଷ୍ଟିଯୋଗ୍ୟ:
SELinux, କିମ୍ବା sVirt ପ୍ରତିରକ୍ଷା ବ୍ୟବହାର କରି ଆଭାସୀକରଣକୁ ସୁରକ୍ଷିତ କରନ୍ତୁ, କ୍ଷତିକାରକ ଏବଂ ତୃଟିଯୁକ୍ତ ଡିସ୍କ ପ୍ରତିଛବିଗୁଡ଼ିକରୁ ଉନ୍ନତ ସୁରକ୍ଷା ପ୍ରଦାନକୁ ନିଶ୍ଚିତ କରନ୍ତୁ।
ସୁଦୂର ଡିସ୍କଗୁଡ଼ିକୁ ପ୍ରଥମେ Network Block Device (NBD) ଉପରେ ପରୀକ୍ଷା ଏବଂ ପରିବର୍ତ୍ତନ କରାଯାଇପାରିବ।
କିଛି ପ୍ରୟୋଗଗୁଡ଼ିକରେ ଡିସ୍କଗୁଡ଼ିକୁ ହଟପ୍ଲଗ କରାଯାଇପାରିବ।
WHQL-ପ୍ରମାଣିତ virtio-win ଡ୍ରାଇଭର
Red Hat Enterprise Linux 7.0 ରେ Windows ହାର୍ଡୱେର ନିପୁଣତା ଲ୍ୟାବ (WHQL) ପ୍ରମାଣିତvirtio-win
ଡ୍ରାଇଭରଗୁଡ଼ିକ ନୂତନତମ Microsoft Windows ଅତିଥିଗୁଡ଼ିକ ଅନ୍ତର୍ଭୁକ୍ତ, ଯଥା Microsoft Window 8, 8.1, 2012 ଏବଂ 2012 R2.
Red Hat Enterprise Linux 7.0 Xen HVM ଅତିଥି
ବ୍ୟବହାରକାରୀମାନେ ବର୍ତ୍ତମାନ Red Hat Enterprise Linux 7.0 କୁ ଅତିଥି ଭାବରେ ସୁପରିଚିତ Xen ପରିବେଶରେ ବ୍ୟବହାର କରିପାରିବେ।
Red Hat Enterprise Linux 7.0 କୁ ଦ୍ୱିତୀୟ ପୀଢ଼ୀର ଯନ୍ତ୍ର ଭାବରେ ହୋଷ୍ଟ କରାଯାଇଛି
Red Hat Enterprise Linux 7.0 କୁ ଦ୍ୱିତୀୟ ପୀଢ଼ୀର ଆଭାସୀ ଯନ୍ତ୍ର ଭାବରେ Microsoft Hyper-V ସର୍ଭର 2012 R2 ହୋଷ୍ଟରେ ବ୍ୟବହାର କରାଯାଇପାରିବ। ପୂର୍ବ ପୀଢ଼ୀରେ ସହାୟତା ପ୍ରାପ୍ତ କାର୍ଯ୍ୟଗୁଡ଼ିକ ସହିତ, ଦ୍ୱିତୀୟ ପୀଢ଼ୀ ଆଭାସୀ ଯନ୍ତ୍ର ଉପରେ ନୂତନ କାର୍ଯ୍ୟ ପ୍ରଦାନ କରିଥାଏ; ଉଦାହରଣ ସ୍ୱରୂପ ସୁରକ୍ଷିତ ବୁଟ, SCSI ଆଭାସୀ ହାର୍ଡ ଡିସ୍କ କିମ୍ବା UEFI ଫର୍ମୱେର ସହାୟତାରୁ ବୁଟ କରିବା।
ଅଧ୍ଯାୟ 10. ତନ୍ତ୍ର ଏବଂ ସର୍ଭିସଗୁଡ଼ିକ systemd
systemd ଟି Linux ପାଇଁ ଗୋଟିଏ ତନ୍ତ୍ର ଏବଂ ସର୍ଭିସ ପରିଚାଳକ, ଏବଂ ଏହା Red Hat Enterprise Linux ର ପୂର୍ବ ପ୍ରକାଶନରେ ବ୍ୟବହୃତ SysV କୁ ବଦଳାଇଥାଏ। systemd ଟି SysV ଏବଂ Linux ମାନକ ଆଧାର init ସ୍କ୍ରିପ୍ଟ ସହିତ ସୁସଙ୍ଗତ।
systemd, ଅନ୍ୟମାନଙ୍କ ମଧ୍ଯରେ, ନିମ୍ନଲିଖିତ କ୍ଷମତାଗୁଡ଼ିକୁ ପ୍ରଦାନ କରିଥାଏ:
ମହତ୍ତ୍ୱପୂର୍ଣ୍ଣ ସମାନ୍ତରାଳ ଦକ୍ଷତା।
ସର୍ଭିସଗୁଡ଼ିକୁ ଆରମ୍ଭ କରିବା ପାଇଁ ସକେଟ ଏବଂ D-Bus ସକ୍ରିୟଣର ବ୍ୟବହାର।
ଆବଶ୍ୟକତା ଅନୁସାରେ ଡେମନଗୁଡ଼ିକର ଆରମ୍ଭ।
ନିୟନ୍ତ୍ରଣ ଶ୍ରେଣୀଗୁଡ଼ିକର ପରିଚାଳନା।
ତନ୍ତ୍ର ସ୍ଥିତି ଆଶୁଚିତ୍ରର ନିର୍ମାଣ ଏବଂ ତନ୍ତ୍ର ସ୍ଥିତିର ପୁନଃସ୍ଥାପନ।
କ୍ଲଷ୍ଟରଗୁଡ଼ିକ ହେଉଛି ବିଶ୍ୱାସ, ମାପନୀୟତା, ଏବଂ ଉପଲବ୍ଧତା ବୃଦ୍ଧି ପାଇଁ ଏକା ସହିତ କାମକରୁଥିବା ଏକାଧିକ କମ୍ପୁଟର (ନୋଡ)। Red Hat Enterprise Linux 7.0 କୁ ବ୍ୟବହାର କରି ଉଚ୍ଚ ଉପଲବ୍ଧତାକୁ ବିଭିନ୍ନ ସଂରଚନାଗୁଡ଼ିକରେ କାର୍ଯ୍ୟଦକ୍ଷତା, ଉଚ୍ଚ ଉପଲବ୍ଧତା, ଭାର ସନ୍ତୁଳନ, ଏବଂ ଫାଇଲ ସହଭାଗ ପାଇଁ ନିୟୋଜନ କରାଯାଇଥାଏ ।
ମନେରଖନ୍ତୁ ଯେ Red Hat Enterprise Linux 7.0 ଭାର ସନ୍ତୁଳନଟି ବର୍ତ୍ତମାନ Red Hat Enterprise Linux ର ଅଂଶ ଅଟେ।
11.1. ପେସ ମେକର କ୍ଲଷ୍ଟର ପରିଚାଳକ
Red Hat Enterprise Linux 7.0 rgmanager କୁPacemaker ସହିତ କ୍ଲଷ୍ଟର ଉତ୍ସଗୁଡ଼ିକୁ ପରିଚାଳନା କରିବା ପାଇଁ ଏବଂ ନୋଡ ବିଫଳତାରୁ ରକ୍ଷା କରିବା ପାଇଁ ବଦଳାଇଥାଏ।
Pacemaker ର କିଛି ଲାଭ ଏଥିରେ ଅନ୍ତର୍ଭୁକ୍ତ:
ଉତ୍ସ ସଂରଚନାର ସ୍ୱୟଂଚାଳିତ ସନ୍ତୁଳନ ଏବଂ ସଂସ୍କରଣ।
ଏକ ଉତ୍ସ ଏବଂ ଫେନସିଙ୍ଗ ମଡେଲ ଯାହାକି ଭଲ ଭାବରେ ବ୍ୟବହାରକାରୀର ପରିବେଶ ସହିତ ମେଳ ଖାଇଥାଏ।
ଉତ୍ସ ସ୍ତରୀୟ ବିଫଳତାରୁ ଉଦ୍ଧାର ପାଇବା ପାଇଁ ଫେନସିଙ୍ଗକୁ ବ୍ୟବହାର କରାଯାଇଥାଏ।
ସମୟ ଆଧାରିତ ସଂରଚନା ବିକଳ୍ପଗୁଡ଼ିକ।
ସମାନ ଉତ୍ସକୁ ଏକାଧିକ ନୋଡରେ ଚଲାଇବାର କ୍ଷମତା। ଉଦାହରଣ ସ୍ୱରୂପ, ଏକ ୱେବ ସର୍ଭର କିମ୍ବା କ୍ଲଷ୍ଟର ଫାଇଲ ତନ୍ତ୍ର।
ଏକାଧିକ ନୋଡ ଉପରେ ସମାନ ଉତ୍ସକୁ ଗୋଟିଏ କିମ୍ବା ଅନେକ ଧାରାରେ ଚଲାଇବାର କ୍ଷମତା। ଉଦାହରଣ ସ୍ୱରୂପ, ଏକ ସନ୍ତୁଳନ ଉତ୍ସ ଏବଂ ଲକ୍ଷ୍ୟସ୍ଥଳ।
ପେସମେକର କୌଣସି ବଣ୍ଟିତ ଲକ ପରିଚାଳକ ଆବଶ୍ୟକ କରିନଥାଏ।
ବିନ୍ୟାସଯୋଗ୍ୟ ଆଚରଣ ଯେତେବେଳେ quorum ହଜିଯାଇଥାଏ କିମ୍ବା ଏକାଧିକ ବିଭାଜନ ସୃଷ୍ଟି ହୋଇଥାଏ।
11.2. Piranha କୁ keepalived ଏବଂ HAProxy ଦ୍ୱାରା ବଦଳାଯାଇଛି
Red Hat Enterprise Linux 7.0 Piranha ଭାର ସନ୍ତୁଳନକୁ keepalived ଏବଂ HAProxy ସହିତ ବଦଳାଯାଇଥାଏ।
keepalived ପ୍ୟାକେଜଭାର ସନ୍ତୁଳନ ଏବଂ ଉଚ୍ଚ-ଉପଲବ୍ଧତା ପାଇଁ ସରଳ ଏବଂ ସୁଦୃଢ଼ ସୁବିଧା ପ୍ରଦାନ କରିଥାଏ। ଭାର ସନ୍ତୁଳନ ଫ୍ରେମୱର୍କ ସୁପରିଚିତ ଏବଂ Linux ଆଭାସୀ ସର୍ଭର କର୍ଣ୍ଣଲ ମଡ୍ୟୁଲ ଉପରେ ନିର୍ଭର କରିଥାଏ ଯାହାକି ସ୍ତର 4 ନେଟୱର୍କ ଭାର-ସନ୍ତୁଳନ ପ୍ରଦାନ କରିଥାଏ। keepalived
ଡେମନ ସ୍ୱାସ୍ଥ ଯାଞ୍ଚକାରୀ ଭାର-ସନ୍ତୁଳନ ସମୂହର ସେଟକୁ ସେମାନଙ୍କର ସ୍ଥିତି ଅନୁସାରେ ନିୟୋଜନ କରିଥାଏ। keepalived
ଡେମନ ମଧ୍ଯ ଆଭାସୀ ରାଉଟର ଅତିରିକ୍ତତା ପ୍ରୋଟୋକଲ (VRRP)କୁ ନିୟୋଜନ କରିଥାଏ, ଯାହାକି ରାଉଟର କିମ୍ବା ଡିରେକ୍ଟର ବିଫଳତାକୁ ଅନୁମତି ଦେଇଥାଏ।
HAProxy ଟି ଏକମାତ୍ର, ସ୍ତର 7, TCP ଏବଂ HTTP-ଆଧାରିତ ଉଚ୍ଚ-ଦକ୍ଷତା ନେଟୱର୍କ ଧାର ସନ୍ତୁଳକ ପ୍ରୟୋଗ ଅଟେ ଯାହାକି HTTP ଅନୁରୋଧଗୁଡ଼ିକର ବିଷୟବସ୍ତୁ ଉପରେ ଆଧାରିତ ବିଭିନ୍ନ ପ୍ରକାରର ଯୋଜନାକୁ କାର୍ଯ୍ୟକାରୀ କରିଥାଏ। ଏହା ବିଶେଷଭାବରେ ଅଧିକ ବ୍ୟସ୍ତ ସମୟରେ ୱେବ ସାଇଟ କ୍ରୋଲିଙ୍ଗ ପାଇଁ ଉପଯୁକ୍ତ ହୋଇଥାଏ ଯେତେବେଳେ ଏହା ସ୍ଥାୟୀ କିମ୍ବା ସ୍ତର 7 କାର୍ଯ୍ୟକାରୀ ସମୟରେ ଆବଶ୍ୟକ ହୋଇଥାଏ।
11.3. ଅଧିକ ଉପଲବ୍ଧତା ପ୍ରଶାସନ
ପେସମେକର ସଂରଚନା ତନ୍ତ୍ର, କିମ୍ବା pcs , ଟି ccs , ricci ଏବଂ luci କୁ ଏକତ୍ରିତ କ୍ଲଷ୍ଟର ସଂରଚନା ଏବଂ ପ୍ରସାସନିକ ସାଧନ ଭାବରେ ବଦଳାଇଥାଏ। pcs ର କିଛି ଲାଭ ଏଥିରେ ଅନ୍ତର୍ଭୁକ୍ତ:
ନିର୍ଦ୍ଦେଶ ନାମା ସାଧନ।
ସହଜରେ କୌଣସି କ୍ଲଷ୍ଟରକୁ ବୁଟଷ୍ଟ୍ରାପ କରିବାର କ୍ଷମତା, ଯାହାକି, ତାହାର ପ୍ରାରମ୍ଭିକ କ୍ଲଷ୍ଟରକୁ ଅପ କରିଥାଏ ଏବଂ ଚଲାଇଥାଏ।
କ୍ଲଷ୍ଟର ବିକଳ୍ପଗୁଡ଼ିକୁ ବିନ୍ୟାସ କରିବାର କ୍ଷମତା।
ଯୋଗ କରିବା, କାଢ଼ିବା, କିମ୍ବା ଉତ୍ସଗୁଡ଼ିକୁ ପରିବର୍ତ୍ତନ କରିବାର କ୍ଷମତା ଏବଂ ସେମାନଙ୍କର ଅନ୍ୟ ସହିତ ସମ୍ପର୍କ।
Red Hat Enterprise Linux 7.0 କିଛି ସଂଖ୍ୟକ ଉତ୍ସ ସଦସ୍ୟ ସହିତ ପ୍ରକାଶ କରାଯାଇଥାଏ। ଗୋଟିଏ ଉତ୍ସ ସଦସ୍ୟଟି ହେଉଛିକ୍ଲଷ୍ଟର ଉତ୍ସ ପାଇଁ ମାନକ ଅନ୍ତରାପୃଷ୍ଠ। ଗୋଟିଏ ଉତ୍ସ ସଦସ୍ୟ ମାନକ ପ୍ରୟୋଗଗୁଡ଼ିକୁ ଉତ୍ସ କିମ୍ବା ପ୍ରୟୋଗ ପ୍ରତି ନିର୍ଦ୍ଦିଷ୍ଟ ପଦକ୍ଷେପରେ ଅନୁବାଦ କରିଥାଏ, ଏବଂ ସେମାନଙ୍କର ଫଳାଫଳକୁ ସଫଳତା କିମ୍ବା ବିଫଳତା ଭାବରେ ଅନୁବାଦ କରିଥାଏ।
ଅଧ୍ଯାୟ 12. ସଙ୍କଳକ ଏବଂ ସାଧାନମାନ
Red Hat Enterprise Linux 7.0 ରେ, gcc ଟୁଲଚେନ gcc-4.8.x ପ୍ରକାଶନ କ୍ରମ ଅନୁସାରେ ଆଧାରିତ, ଏବଂ Red Hat Enterprise Linux 6 ସାଦୃଶ୍ୟ ଅନେକ ବିକାଶ ଏବଂ ତୃଟି ନିବାରଣଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ। ସେହିପରି, Red Hat Enterprise Linux 7 ରେ binutils-2.23.52.x ଅନ୍ତର୍ଭୁକ୍ତ।
ଏହି ସଂସ୍କରଣଗୁଡ଼ିକ ସମାନ ଉପକରଣଗୁଡ଼ିକୁ Red Hat ବିକାଶ ଟୁଲସେଟ 2.0; ରେ Red Hat Enterprise Linux 6 ଏବଂ Red Hat Enterprise Linux 7 gcc ଏବଂ binutils ସଂସ୍କରଣଗୁଡ଼ିକରେ ଏକ ବିସ୍ତୃତ ତୁଳନା ଭାବରେ ଦେଖିପାରିବେ:
Red Hat Enterprise Linux 7.0 ଟୁଲଚେନର ଦୃଷ୍ଟିଯୋଗ୍ୟ ବିଶେଷ ଦ୍ରଷ୍ଟବ୍ୟଗୁଡ଼ିକ ନିମ୍ନଲିଖିତ ପରି:
C++11 (ସମ୍ପୂର୍ଣ୍ଣ C++11 ଭାଷା ସହାୟତାକୁ ଅନ୍ତର୍ଭୁକ୍ତ କରି) ସହିତ ସୁସଙ୍ଗତ ପ୍ରୟୋଗ ନିର୍ମାଣ ପାଇଁ ପରୀକ୍ଷାମୂଳକ ସହାୟତା ଏବଂ C11 ବିଶେଷତାଗୁଡ଼ିକ ପାଇଁ କିଛି ପରୀକ୍ଷାମୂଳକ ସହାୟତା।
ସମାନ୍ତରାଳ ପ୍ରୟୋଗଗୁଡ଼ିକର ପ୍ରଗ୍ରାମିଙ୍ଗ ପାଇଁ ଉନ୍ନତ ସହାୟତା, OpenMP v3.1, C++11 ପ୍ରକାର ଏବଂ ଏଟମିକ ସ୍ମୃତିସ୍ଥାନ ଅଭିଗମ୍ୟତା ପାଇଁ GCC ସୁନିର୍ମିତ ଏବଂ କାରବାରୀ ସ୍ମୃତିସ୍ଥାନ ପାଇଁ ପରୀକ୍ଷାମୂଳକ ସହାୟତା (Intel RTM/HLE ଇଣ୍ଟ୍ରିନଜିକ, ପୂର୍ବନିର୍ମିତ, ଏବଂ ସଂକେତ ସୃଷ୍ଟି)
ଗୋଟିଏ ନୂତନ ସ୍ଥାନୀୟ ଦଲିଲ ବଣ୍ଟନକାରୀ (LRA), ସଂକେତ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିଥାଏ।
DWARF4 ଟି ବର୍ତ୍ତମାନ ପୂର୍ବନିର୍ଦ୍ଧାରିତ ତୃଟିନିବାରଣ ଶୈଳୀ ଭାବରେ ବ୍ୟବହାର ହୋଇଥାଏ।
ନୂତନ ସଂରଚନା ନିର୍ଦ୍ଦିଷ୍ଟ ବିକଳ୍ପଗୁଡ଼ିକର ପ୍ରକାର।
AMD ପରିବାରର 15h ଏବଂ 16h ସଞ୍ଚାଳକ ପାଇଁ ସହାୟତା।
ଲିଙ୍କ ସମୟ ବର୍ଦ୍ଧକ ସହାୟତା।
ଉନ୍ନତ ଚେତାବନୀ ଏବଂ ବିଶ୍ଳେଷଣ।
ନୂତନ Fortran ବିଶେଷତାଗୁଡ଼ିକର ଏକ ପ୍ରକାର।
Red Hat Enterprise Linux 7.0 ରେ, glibc ଲାଇବ୍ରେରୀଗୁଡ଼ିକ(libc
, libm
, libpthread
, NSS ପ୍ଲଗଇନ, ଏବଂ ଅନ୍ୟଗୁଡ଼ିକ) glibc 2.17 ପ୍ରକାଶନ ଉପରେ ଆଧାରିତ, ଯେଉଁଥିରେ Red Hat Enterprise Linux 6 ସହିତ ସମ୍ପୃକ୍ତ ଅନେକ ପ୍ରକାରର ଉନ୍ନତି ଏବଂ ତୃଟି ସମାଧାନଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ।
Red Hat Enterprise Linux 7.0 glibc ର ଦୃଷ୍ଟିଯୋଗ୍ୟ ବିଶେଷ ଦ୍ରଷ୍ଟବ୍ୟଗୁଡ଼ିକ ନିମ୍ନରେ ପ୍ରଦତ୍ତ:
ପରୀକ୍ଷାମୂଳକ ISO C11 ସହାୟତା।
ନୂତନ Linux ଅନ୍ତରାପୃଷ୍ଠଗୁଡ଼ିକ: prlimit
, prlimit64
, fanotify_init
, fanotify_mark
, clock_adjtime
, name_to_handle_at
, open_by_handle_at
, syncfs
, setns
, sendmmsg
, process_vm_readv
, process_vm_writev
.
ପ୍ରବାହିତ SIMD ଅନୁଲଗ୍ନଗୁଡ଼ିକ (SSE) ପାଇଁ AMD64 ଏବଂ Intel 64 ସଂରଚନା ପାଇଁ ନୂତନ ଉତ୍କୃଷ୍ଟ ବାକ୍ୟଖଣ୍ଡ କାର୍ଯ୍ୟ, SIMD ଅନୁଲଗ୍ନ 3 (SSSE3) ଅତିରିକ୍ତ ପ୍ରବାହ, SIMD ଅନୁଲଗ୍ନ 4.2 (SSE4.2) ପ୍ରବାହ, ଏବଂ ଉନ୍ନତ ଭେକ୍ଟର ଅନୁଲଗ୍ନ (AVX).
IBM PowerPC ଏବଂ IBM POWER7 ପାଇଁ ନୂତନ ଅତିରିକ୍ତ ଉତ୍କୃଷ୍ଟ ବାକ୍ୟଖଣ୍ଡ କାର୍ଯ୍ୟ।
IBM System z10 ଏବଂ IBM zEnterprise 196 ପାଇଁ ବିଶେଷ ଉତ୍କୃଷ୍ଟ ନିତ୍ୟକ୍ରମ ସହିତ IBM S/390 ଏବଂ IBM System z ପାଇଁ ନୂତନ ଅତିରିକ୍ତ ବାକ୍ୟଖଣ୍ଡ କାର୍ଯ୍ୟ।
ନୂତନ ଭାଷାଗୁଡ଼ିକ: os_RU, bem_ZA, en_ZA, ff_SN, sw_KE, sw_TZ, lb_LU, wae_CH, yue_HK, lij_IT, mhr_RU, bho_IN, unm_US, es_CU, ta_LK, ayc_PE, doi_IN, ia_FR, mni_IN, nhn_MX, niu_NU, niu_NZ, sat_IN, szl_PL, mag_IN.
ନୂତନ ସାଙ୍କେତିକରଣଗୁଡ଼ିକ: CP770, CP771, CP772, CP773, CP774.
ନୂତନ ଅନ୍ତରାପୃଷ୍ଠଗୁଡ଼ିକ: scandirat
, scandirat64
.
FD_SET, FD_CLR, FD_ISSET, poll, ଏବଂ ppoll ଫାଇଲ ବର୍ଣ୍ଣନାକାରୀ ସଂସ୍କରଣ ଯାଞ୍ଚର କାର୍ଯ୍ୟକୁ ଯୋଗ କରାଯାଇଛି।
netgroup ତଥ୍ୟାଧାରର କ୍ୟାଶେ ବର୍ତ୍ତମାନ nscd
ଡେମନରେ ସହାୟତା ପ୍ରାପ୍ତ।
ନୂତନ କାର୍ଯ୍ୟ secure_getenv()
ପରିବେଶକୁ ସୁରକ୍ଷିତ ଅଭିଗମ୍ୟତା ପ୍ରଦାନ କରିଥାଏ, SUID କିମ୍ବା SGID କାର୍ଯ୍ୟରେ ଚାଲୁଥିଲେ NULL ଫେରାଇଥାଏ।ଏହି କାର୍ଯ୍ୟ ଆଭ୍ୟନ୍ତରୀଣ କାର୍ଯ୍ୟ __secure_getenv()
କୁ ସ୍ଥାନାନ୍ତରିତ କରିଥାଏ।
crypt()
କାର୍ଯ୍ୟ ବର୍ତ୍ତମାନ ବିଫଳ ହୋଇଥାଏ ଯଦି ସଲ୍ଟ ବାଇଟଗୁଡ଼ିକ ସେହି ନିର୍ଦ୍ଦେଶାଙ୍କକୁ ଅମାନ୍ୟ କରିଥାଏ। Linux ଉପରେ crypt()
କାର୍ଯ୍ୟ /proc/sys/crypto/fips_enabled
ଫାଇଲକୁ ଯଦି FIPS ଧାରାକୁ ନିର୍ଦ୍ଧାରଣ କରିବା ପାଇଁ ସକ୍ରିୟ କରିଥାଏ, ଏବଂ ସଂଗୁପ୍ତ ବାକ୍ୟଖଣ୍ଡ ଉପରେ ମେସେଜ-ଡାଇଜେଷ୍ଟ ଆଲଗୋରିଦମ 5 (MD5) କିମ୍ବା ତଥ୍ୟ ସଂଗୁପ୍ତକରଣ ମାନକ (DES) ଆଲଗୋରିଦମ ଉପରେ ବିଫଳ ହୋଇଥାଏ ଯେତେବେଳେ ସେହି ଧାରାକୁ ସକ୍ରିୟ କରାଯାଇଥାଏ।
କାର୍ଯ୍ୟଗୁଡ଼ିକର clock_*
ସୁଟ (<time.h> ରେ ଦର୍ଶାଯାଇଥିବା) ବର୍ତ୍ତମାନ ସିଧାସଳଖ ଭାବରେ ମୂଖ୍ୟ C ଲାଇବ୍ରେରୀରେ ଉପଲବ୍ଧ। ସେହି କାର୍ଯ୍ୟଗୁଡ଼ିକୁ ବ୍ୟବହାର କରିବା ପାଇଁ ପୂର୍ବରୁ ଏହା -lrt
ସହିତ ସଂଯୁକ୍ତ ହେବା ପାଇଁ ଆବଶ୍ୟକ ହୋଇଥାଏ। ସେହି ପରିବର୍ତ୍ତନରେ ଯେଉଁ ପ୍ରଭାବ ଥାଏ ସେଥିରେ ଗୋଟିଏ ଥ୍ରେଡ଼ ବିଶିଷ୍ଟ ପ୍ରଗ୍ରାମ ଗୋଟିଏ କାର୍ଯ୍ୟ ବ୍ୟବହାର କରିଥାଏ ଯେପରିକି clock_gettime()
(ଏବଂ ଯାହା -lrt
କାର୍ଯ୍ୟ ସହିତ ସଂଯୁକ୍ତ ହୋଇନଥାଏ) ତାହା ବିଶେଷକରି pthreads ଲାଇବ୍ରେରୀକୁ ଚାଲୁଥିବା ସମୟରେ ଧାରଣ କରିନଥାଏ ଏବଂ ସେହିପରି ମଲଟିଥ୍ରେଡ଼ ସହାୟତା ସହିତ ଅନ୍ୟ ସଂକେତରେ ସମ୍ପୃକ୍ତ କାର୍ଯ୍ୟଭାର ଉପରେ ପ୍ରଭାବ ପକାଇନଥାଏ ଯେପରିକି C++ ଚଳନ୍ତି ଲାଇବ୍ରେରୀ।
ନୂତନ ଶୀର୍ଷକ <sys/auxv.h> ଏବଂ getauxval()
କାର୍ଯ୍ୟAT_* key-value ଯୁଗଳକୁ ସହଜମୟ ଅଭିଗମ୍ୟତା ପାଇଁ ଅନୁମତି ଦେଇଥାଏ ଯାହାକି Linux କର୍ଣ୍ଣଲରୁ ଯାଇଥାଏ। ସେହି ଶୀର୍ଷକ ସମ୍ପୃକ୍ତ HWCAP_* bits ସହିତ AT_HWCAP କି ସହିତ ବ୍ୟାଖ୍ୟା ହୋଇଥାଏ।
ସ୍ଥାପିତ ଶୀର୍ଷକର ନୂତନ ଶ୍ରେଣୀକୁ ନିମ୍ନ-ସ୍ତରର ପ୍ଲାଟଫର୍ମ ନିର୍ଦ୍ଦିଷ୍ଟ କାର୍ୟ୍ୟ ପାଇଁ ଲେଖାଯାଇଛି। PowerPC ପ୍ରଥମ ସ୍ଥିତିକୁ ସମୟ ଆଧାରିତ ପଞ୍ଜିକରଣ ଅଭିଗମ୍ୟତା ପ୍ରଦାନ କରିବା ପାଇଁ ଯୋଗ କରାଯାଇଛି।
Red Hat Enterprise Linux 7.0 ରେ, GDB ତୃଟିନିବାରକ gdb-7.6.1 ପ୍ରକାଶନ ଉପରେ ଆଧାରିତ, ଏବଂ Red Hat Enterprise Linux 6 ସାଦୃଶ୍ୟ ଅନେକ ଉନ୍ନତି ଏବଂ ତୃଟି ନିବାରଣକୁ ଅନ୍ତର୍ଭୁକ୍ତ କରିଥାଏ।
ଏହି ସଂସ୍କରଣ Red Hat Developer Toolset v2.0; ରେ ନିର୍ଭର କରିଥାଏ, Red Hat Enterprise Linux 6 ଏବଂ Red Hat Enterprise Linux 7.0 GDB ସଂସ୍କରଣଗୁଡ଼ିକର ଏକ ବିସ୍ତୃତ ତୁଳନା ଏଠାରେ ଦେଖିପାରିବେ:
Red Hat Enterprise Linux 7.0 ରେ ଅନ୍ତର୍ଭୁକ୍ତGDB ର ଦୃଷ୍ଟିଯୋଗ୍ୟ ନୂତନ ବିଶେଷତାଗୁଡ଼ିକ ନିମ୍ନଭାବରେ:
ନୂଆ .gdb_index
ବିଭାଗ ଏବଂ ନୂଆ gdb-add-index
ସେଲ ନିର୍ଦ୍ଦେଶକୁ ବ୍ୟବହାର କରି ସଂକେତଗୁଡ଼ିକର ତୀବ୍ର ଧାରଣ। ମନେରଖନ୍ତୁ ଯେ ଏହି ବିଶେଷତା ପୂର୍ବରୁ Red Hat Enterprise Linux 6.1 ଏବଂ ପରବର୍ତ୍ତୀ ସଂସ୍କରଣରେ ଉପସ୍ଥିତ ଅଛି।
gdbserver ବର୍ତ୍ତମାନ ମାନ୍ୟତାପ୍ରାପ୍ତ ନିବେଶ/ଫଳାଫଳ(STDIO) ସଂଯୋଗଗୁଡ଼ିକୁ ସହାୟତା କରିଥାଏ, ଉଦାହରଣସ୍ୱରୂପ: (gdb) target remote | ssh myhost gdbserver - hello
-location
ପ୍ରାଚଳକୁ ବ୍ୟବହାର କରି watch
ର ଅଧିକ ଆଶାତିତ ଆଚରଣ।
ଆଭାସୀ ପଦ୍ଧତି ସାରଣୀଗୁଡ଼ିକୁ ନୂତନ ନିର୍ଦ୍ଦେଶ ଦ୍ୱାରା ଦର୍ଶାଯାଇ ପାରିବ, info vtbl
.
info auto-load
, set auto-load
ଏବଂ show auto-load
ନୂତନ ନିର୍ଦ୍ଦେଶ ଦ୍ୱାରା ସ୍ୱୟଂଚାଳିତ ଭାବରେ ଫାଇଲ ଧାରଣର ନିୟନ୍ତ୍ରଣ।
set filename-display absolute
ନିର୍ଦ୍ଦେଶକୁ ବ୍ୟବହାର କରି ଉତ୍ସ ଫାଇଲ ନାମଗୁଡ଼ିକୁ ବିଶେଷ ପଥ ଦର୍ଶାଇବା।
ନୂତନ ନିର୍ଦ୍ଦେଶ record btrace
ଦ୍ୱାରା ହାର୍ଡୱେର ସହାୟତା ସହିତ ପ୍ରବାହ ଲିପିବଦ୍ଧକୁ ନିୟନ୍ତ୍ରଣ କରିଥାଏ।
Red Hat Enterprise Linux 7.0 ରେ ପ୍ରକାଶିତ GDB ରେ ଦୃଷ୍ଟିଯୋଗ୍ୟ ତୃଟି ନିବାରଣଗୁଡ଼ିକ ନିମ୍ନଲିଖିତ ଭାବରେ:
info proc
ନିର୍ଦ୍ଦେଶକୁ ମୂଖ୍ୟ ଫାଇଲଗୁଡ଼ିକରେ କାମ କରିବା ପାଇଁ ଅଦ୍ୟତିତ କରାଯାଇଛି।
ବ୍ରେକପଏଣ୍ଟଗୁଡ଼ିକ ବର୍ତ୍ତମାନ ସମସ୍ତ ମେଳକ ଅବସ୍ଥାନଗୁଡ଼ିକରେ ସେଟ କରାଯାଇଛି।
ବ୍ରେକପଏଣ୍ଟ ଅବସ୍ଥାନର ଫାଇଲନାମ ଅଂଶ ବର୍ତ୍ତମାନ ଉତ୍ସ ଫାଇଲ ନାମର ଅନୁଗାମୀ ଉପାଦାନଗୁଡ଼ିକ ଉପରେ ମେଳ ଖାଇଥାଏ।
ବ୍ରେକପଏଣ୍ଟଗୁଡ଼ିକ ବର୍ତ୍ତମାନ ଇନଲାଇନ କାର୍ଯ୍ୟଗୁଡ଼ିକରେ ରଖାଯାଇପାରିବ।
ନମୁନାର ପ୍ରାଚଳଗୁଡ଼ିକ ବର୍ତ୍ତମାନ ନମୁନା ସ୍ଥାପନର ସୁବିଧାରେ ରଖାଯାଇପାରିବ।
ଏହା ସହିତ, Red Hat Enterprise Linux 7.0 ନୂତନ ପ୍ୟାକେଜ ପ୍ରଦାନ କରିଥାଏ, gdb-doc , ଯାହାକି GDB କୁ ହସ୍ତକୃତ ଭାବରେ PDF, HTML, ଏବଂସୂଚନା ଶୈଳୀରେ ଧାରଣ ହୋଇଥାଏ। ସେହି GDB ହସ୍ତପୁସ୍ତକଟି Red Hat Enterprise Linux ର ପୂର୍ବ ସଂସ୍କରଣଗୁଡ଼ିକରେ ମୂଖ୍ୟ RPM ପ୍ୟାକେଜର ଅଂଶ ଅଟେ।
12.4. କାର୍ଯ୍ୟଦକ୍ଷତା ସାଧନଗୁଡ଼ିକ
Red Hat Enterprise Linux 7.0 ଅନେକ କାର୍ଯ୍ୟ ଦକ୍ଷତା ସାଧନଗୁଡ଼ିକର ନିକଟତମ ସଂସ୍କରଣଗୁଡ଼ିକର ଅଦ୍ୟତନକୁ ଅନ୍ତର୍ଭୁକ୍ତ କରିଥାଏ, ଯେପରିକି oprofile , papi ଏବଂ elfutils , ବ୍ରାଇଣ୍ଡିଙ୍ଗ କାର୍ଯ୍ୟଦକ୍ଷତା, ସ୍ଥାନାନ୍ତରଣ ଯୋଗ୍ୟ, ଏବଂ କାର୍ଯ୍ୟ ଉନ୍ନତି।
ଏହାଠୁ ଅଧିକ, Red Hat Enterprise Linux 7.0 ପ୍ରିମିଅରଗୁଡ଼ିକ:
କାର୍ଯ୍ୟଦକ୍ଷତା ସହଯୋଗୀ-ପାଇଲଟ ପାଇଁ ସହାୟତା।
(DynInst-ଆଧାରିତ) ଯାନ୍ତ୍ରିକ ପାଇଁ SystemTap ସହାୟତା ଯାହାକି ଅନାଧିକୃତ ବ୍ୟବହାରକାରୀ ସ୍ଥାନରେ ସମଗ୍ର ଭାବରେ ଚାଲିଥାଏ, ଏବଂ Java ପ୍ରୟୋଗଗୁଡ଼ିକର ପ୍ରଭାବଶାଳୀ ପ୍ରୟୋଗଗୁଡ଼ିକର (ବାଇଟମ୍ୟାନ-ଆଧାରିତ) ପିନପଏଣ୍ଟ ପ୍ରବିଙ୍ଗ।
ହାର୍ଡୱେର କାରବାରୀ ସ୍ମୃତିସ୍ଥାନ ପାଇଁ Valgrind ସହାୟତା ଏବଂ ଭେକ୍ଟରାଇଜଡ଼ ନିର୍ଦ୍ଦେଶଗୁଡ଼ିକରେ ମଡେଲିଙ୍ଗ ଉନ୍ନତି।
12.4.1. କାର୍ଯ୍ୟଦକ୍ଷତା ସହଯୋଗୀ ପାଇଲଟ
Red Hat Enterprise Linux 7.0 କାର୍ଯ୍ୟଦକ୍ଷତା ସହଯୋଗୀ ପାଇଲଟ ପାଇଁ (PCP) ସହାୟତା ଆରମ୍ଭ କରିଥାଏ, ଏକ ପ୍ରକାରର ସାଧନ, ସର୍ଭିସ, ଏବଂ ଅଧିଗ୍ରହଣ, ଅଭିଲେଖ ଏବଂ ତନ୍ତ୍ର ସ୍ତରୀୟ କାର୍ଯ୍ୟଦକ୍ଷତା ମାପର ବିଶ୍ଳେଷଣ ଲାଇବ୍ରେରୀଗୁଡ଼ିକ ପାଇଁ ସହାୟତା ଦେଇଥାଏ। ଏହାର ହାଲୁକା, ବଣ୍ଟିତ ସଂରଚନା ଏହାକୁ ବିଶେଷ ଭାବରେକେନ୍ଦ୍ରିୟ ଜଟିଳ ତନ୍ତ୍ରଗୁଡ଼ିକ ପାଇଁ ଉପଯୁକ୍ତ କରିଥାଏ।
କାର୍ଯ୍ୟଦକ୍ଷତା ମେଟ୍ରିକ୍ସକୁ Python, Perl, C++ ଏବଂ C ଅନ୍ତରାପୃଷ୍ଠ ବ୍ୟବହାର କରି ଯୋଗ କରାଯାଇପାରିବ।ବିଶ୍ଳେଷଣ ସାଧନଗୁଡ଼ିକ APIs (Python, C++, C) ସିଧାସଳଖ ଭାବରେ ବ୍ୟବହାର କରିପାରିବେ, ଏବଂ ୱେବ ପ୍ରୟୋଗଗୁଡ଼ିକ ସମସ୍ତ ଉପଲବ୍ଧ କାର୍ଯ୍ୟଦକ୍ଷତାକୁ ଗୋଟିଏ JSON ଅନ୍ତରାପୃଷ୍ଠ ବ୍ୟବହାର କରି ଆବିଷ୍କାର କରିପାରିବେ।
ଅଧିକ ସୂଚନା ପାଇଁ, pcp ଏବଂ pcp-libs-devel ପ୍ୟାକେଜଗୁଡ଼ିକରେ man ପୃଷ୍ଠାଗୁଡ଼ିକୁ ଦେଖନ୍ତୁ। pcp-doc ପ୍ୟାକେଜ ଦୁଇଟି ମୁକ୍ତ ଏବଂ ଖୋଲା ପୁସ୍ତକକୁ ଅପଷ୍ଟ୍ରିମ ପ୍ରକଳ୍ପରୁ ଅନ୍ତର୍ଭୁକ୍ତ କରିଥାଏ:
Red Hat Enterprise Linux 7.0 ରେ systemtap ସଂସ୍କରଣ 2.4 ଅନ୍ତର୍ଭୁକ୍ତ, ଯାହାକି ଅନେକ ନୂତନ କ୍ଷମତା ଆଣିଥାଏ। ଏଥିରେ ବୈକଳ୍ପିକ କେବଳ ବ୍ୟବହାରକାରୀ ସ୍ଥାନ ସ୍କ୍ରିପ୍ଟ ନିଷ୍ପାଦନ, ଅଧିକ କାର୍ଯ୍ୟକ୍ଷମ Java ପ୍ରବିଙ୍ଗ, ଆଭାସୀ ମେସିନ ପ୍ରବିଙ୍ଗ, ଉନ୍ନତ ତୃଟି ସନ୍ଦେଶ, ଏବଂ କିଛି ସଂଖ୍ୟକ ତୃଟି ସମାଧାନ ଏବଂ ନୂତନ ବିଶେଷତା ଅନ୍ତର୍ଭୁକ୍ତ। ବିଶେଷ ଭାବରେ, ନିମ୍ନଲିଖିତଗୁଡ଼ିକ:
dyninst
ବାଇନାରୀ ସମ୍ପାଦନ ଲାଇବ୍ରେରୀକୁ ବ୍ୟବହାର କରି, SystemTap ବର୍ତ୍ତମାନ କିଛି ସ୍କ୍ରିପ୍ଟଗୁଡ଼ିକୁ ବିଶେଷକରି ବ୍ୟବହାରକାରୀ ସ୍ଥାନ ସ୍ତରରେ ନିଷ୍ପାଦନ କରିପାରିବେ; କର୍ଣ୍ଣଲ ବିନା କିମ୍ବା ରୁଟ ଅଧିକାରଗୁଡ଼ିକ ବ୍ୟବହାର ହୋଇଥାଏ। ଏହି ଧାରାକୁ, stap --dyninst
କୁ ବ୍ୟବହାର କରି ବଛାହୋଇଥାଏ, କେବଳ ସେହି ପ୍ରକାରର ପ୍ରବ କିମ୍ବା ପ୍ରୟୋଗଗୁଡ଼ିକୁ ସକ୍ରିୟ କରିଥାଏ ଯାହାକି ବ୍ୟବହାରକାରୀଙ୍କ ନିଜ ପଦ୍ଧତିଗୁଡ଼ିକୁ ପ୍ରଭାବିତ କରିଥାଏ। ମନେରଖନ୍ତୁ ଯେ ଏହି ଧାରାଟି C++ ବ୍ୟତୀକ୍ରମଗୁଡ଼ିକୁ ଦେଉଥିବା ପ୍ରଗ୍ରାମଗୁଡ଼ିକ ସହିତ ସୁସଙ୍ଗତ।
Java ପ୍ରୟୋଗଗୁଡ଼ିକରେ ପ୍ରବଗୁଡ଼ିକୁ ଭର୍ତ୍ତିକରିବାର ଏକ ନୂତନ ଉପାୟ byteman ସାଧନ ଦ୍ୱାରା ସହାୟତା ପ୍ରାପ୍ତ। ନୂତନ SystemTap ପ୍ରବ ପ୍ରକାରଗୁଡ଼ିକ, java("com.app").class("class_name
").method("name
(signature
)").*
, ବ୍ୟକ୍ତିଗତ ପଦ୍ଧତିର ପ୍ରବିଙ୍ଗକୁ ସକ୍ରିୟ କରିଥାଏ ଏବଂଗୋଟିଏ ପ୍ରୟୋଗରେ ଘଟଣାଗୁଡ଼ିକୁ ଭର୍ତ୍ତି କରିଥାଏ, ତନ୍ତ୍ର ମୟ ଅନୁସରଣ ବିନା।
ଗୋଟିଏ ନୂତନ ସୁବିଧାକୁ ସର୍ଭରରେ ଚାଲୁଥିବା libvirt-ପରିଚାଳିତ KVM ପରିସ୍ଥିତି ଉପରେ ସୁଦୂର ନିଷ୍ପାଦନ ପାଇଁ ସକ୍ରିୟ କରିବାକୁ SystemTap ଡ୍ରାଇଭର ସାଧନରେ ଯୋଗ କରାଯାଇଛି। ଏହା SystemTap ସ୍କ୍ରିପ୍ଟକୁ ଏକ ଆଭାସୀ ମେଲିନ ଅତିଥିରେ ସ୍ୱୟଂଚାଳିତ ଏବଂ ସୁରକ୍ଷିତ ଭାବରେ ଏକ ସୁରକ୍ଷିତ virtio-serial ଲିଙ୍କ ମାଧ୍ଯମରେ ପରିବହନ ପାଇଁ ସକ୍ରିୟ କରିଥାଏ। ଏକ ନୂତନ ଅତିଥି ପାଖ ଡେମନ ସେହି ସ୍କ୍ରିପ୍ଟକୁ ଧାରଣ କରିଥାଏ ଏବଂ ସେଗୁଡ଼ିକର ଫଳାଫଳକୁ ପଛକୁ ଙୋଷ୍ଟ ପାଖକୁ ପରିବହନ କରିଥାଏ। ଏହି ଉପାୟଟି SSH ଠାରୁ ତୀବ୍ର ଏବଂ ସୁରକ୍ଷିତ ଅଟେ ଏବଂ ହୋଷ୍ଟ ଏବଂ ଅତିଥି ମଧ୍ଯରେ IP-ସ୍ତରୀୟ ନେଟୱର୍କିଙ୍ଗ ସଂଯୋଗ ଆବଶ୍ୟକ ହୋଇନଥାଏ। ଏହି କାର୍ଯ୍ୟକୁ ପରୀକ୍ଷା କରିବା ପାଇଁ, ନିମ୍ନଲିଖିତ ନିର୍ଦ୍ଦେଶକୁ ଚଲାନ୍ତୁ:
stap --remote=libvirt://MyVirtualMachine
ଏହା ସହିତ, କିଛି ସଂଖ୍ୟକ ଉନ୍ନତିଗୁଡ଼ିକୁ SystemTap ର ବିଶ୍ଳେଷଣାତ୍ମକ ସନ୍ଦେଶଗୁଡ଼ିକରେ କରାଯାଇଥାଏ:
ଅନେକ ତୃଟି ସନ୍ଦେଶଗୁଡ଼ିକ ବର୍ତ୍ତମାନ ସମ୍ପୃକ୍ତ ପୁସ୍ତକରେ କ୍ରସ ହସ୍ତପୁସ୍ତକ ସନ୍ଦର୍ଭ ଧାରଣ କରିଥାଏ।ଏହି ପୃଷ୍ଠାଗୁଡ଼ିକ ତୃଟିଗୁଡ଼ିକୁ ବର୍ଣ୍ଣନା କରିଥାଏ ଏବଂ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥାଏ।
ଯଦି ଗୋଟିଏ ସ୍କ୍ରିପ୍ଟ ନିବେଶରେ ଟାଇପଗ୍ରାଫି ତୃଟି ଅଛି ବୋଲି ଆଶାକରାଯାଉଛି, ତେବେ ଗୋଟିଏ ସଜଡ଼ା ପ୍ରସ୍ତାବ ତାଲିକାକୁ ବ୍ୟବହାରକାରୀଙ୍କୁ ଦିଆଯାଇଥାଏ। ଏହି ପ୍ରସ୍ତାବ ସୁବିଧାକୁ କିଛି ପ୍ରସଙ୍ଗରେ ବ୍ୟବହାର କରାଯାଇଥାଏ ଯେତେବେଳେ ବ୍ୟବହାରକାରୀ ନିର୍ଦ୍ଦିଷ୍ଟ ନାମଗୁଡ଼ିକ ହୁଏତଃ ଗ୍ରହଣଯୋଗ୍ୟ ନାମଗୁଡ଼ିକ ସହିତ ମେଳଖାଇନଥାଏ, ଯେପରିକି ପ୍ରବ କାର୍ୟ୍ୟ ନାମ, ଚିହ୍ନ, ପ୍ରାଚଳ, ଫାଇଲ, ଉପନାମ, ଏବଂ ଅନ୍ୟାନ୍ୟ।
ବିଶ୍ଳେଷଣାତ୍ମକ ନକଲି ବିଲୋପକୁ ଉନ୍ନତ କରାଯାଇଛି।
ANSI ରଙ୍ଗକୁ ସନ୍ଦେଶଗୁଡ଼ିକୁ ସହଜରେ ବୁଝିବା ପାଇଁ ଯୋଗ କରାଯାଇଛି।
Red Hat Enterprise Linux 7.0 ରେ Valgrind ଅନ୍ତର୍ଭୁକ୍ତ, ଯାହାକି ଏକ ଯାନ୍ତ୍ରିକରଣ ପ୍ଲାଟଫର୍ମ ଅଟେ ଯାହା କିଛି ସଂଖ୍ୟକ ସାଧନରେ ଆସିଥାଏ। ଏହି ସଂସ୍କରଣଟି Valgrind 3.9.0 ପ୍ରକାଶନ ଉପରେ ଆଧାର କରି ଥାଏ ଏବଂ Red Hat Enterprise Linux 6 ଏବଂ Red Hat Developer Toolset 2.0 ତୁଳନାରେ ଅନେକ ପ୍ରକାରର ଉନ୍ନତିକୁ ଆଣିଥାଏ, ଯାହାକି Valgrind 3.8.1 ଉପରେ ଆଧାରିତ।
Red Hat Enterprise Linux 7.0 ରେ ଅନ୍ତର୍ଭୁକ୍ତValgrind ର ଦୃଷ୍ଟିଯୋଗ୍ୟ ନୂତନ ବିଶେଷତାଗୁଡ଼ିକ ନିମ୍ନଭାବରେ:
ହୋଷ୍ଟଗୁଡ଼ିକ ଉପରେ IBM System z ଦଶମିକ ଚଳ ବିନ୍ଦୁ ନିର୍ଦ୍ଦେଶଗୁଡ଼ିକ ପାଇଁ ସହାୟତା ଦେଇଥାଏ ଯେଉଁଥିରେ DFP ସୁବିଧା ସ୍ଥାପିତ ଅଛି।
IBM POWER8 (Power ISA 2.07) ନିର୍ଦ୍ଦେଶଗୁଡ଼ିକ ପାଇଁ ସହାୟତା।
Intel AVX2 ନିର୍ଦ୍ଦେଶଗୁଡ଼ିକ ପାଇଁ ସହାୟତା। ମନେରଖନ୍ତୁ ଯେ ଏହା କେବଳ 64-ବିଟ ସଂରଚନାରେ ଉପଲବ୍ଧ।
Intel କାରବାରୀ ସନ୍ତୁଳନ ଅନୁଲଗ୍ନ ପାଇଁ ପ୍ରାରମ୍ଭିକ ସହାୟତା, ଉଭୟପ୍ରତିରୋଧିତ କାରବାରୀ ସ୍ମୃତିସ୍ଥାନ (RTM) ଏବଂ ହାର୍ଡୱେର ଲକ ଏଲିଜନ (HLE).
ହାର୍ଡୱେର କାରବାରୀ ସ୍ମୃତିସ୍ଥାନ ପାଇଁ IBM PowerPC ଉପରେ ପ୍ରାରମ୍ଭିକ ସହାୟତା।
କାରବାରୀ କ୍ୟାଶେର ପୂର୍ବନିର୍ଦ୍ଧାରିତ ଆକାରକୁ 16 ସେକ୍ଟରକୁ ବୃଦ୍ଧିକରାଯାଇଛି, ଯାହାକିବଡ଼ ପ୍ରୟୋଗଗୁଡ଼ିକରେଯାନ୍ତ୍ରିକରଣ ଏବଂବହୁ ମାତ୍ରାର କୋଡ ରଖିବା ଆବଶ୍ୟକ କରିଥାଏ। ସମାନ କାରଣ ସହିତ,ସ୍ମୃତିସ୍ଥାନ ମେଳକ ବିଭାଗଗୁଡ଼ିକ ସଂଖ୍ୟା ଯାହାକୁ ଅନୁସରଣ କରାଯାଇପାରିବ ତାହାକୁ 6 ର ଗୁଣିତକ ଭାବରେ ବଢ଼ାଯାଇଛି। ସର୍ବାଧିକ ସଂଖ୍ୟକ ବିଭାଗକୁ କାରବାରୀ କ୍ୟାଶେରେ ନୂତନ ସୂଚକ --num-transtab-sectors
ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ।
Valgrind ବର୍ତ୍ତମାନ ଅସ୍ଥାୟୀ ଭାବରେ ସମଗ୍ର ବସ୍ତୁର ମେଳକକୁ ସେଥିରୁ ପଢ଼ିବା ପାଇଁ ନିର୍ମାଣ କରିନଥାଏ। ଏହା ପରିବର୍ତ୍ତେ, ଏକ ଛୋଟ ସ୍ଥାୟୀ ଆକାର ବିଶିଷ୍ଟ ବଫର ମାଧ୍ଯମରେ ପଢ଼ାଯାଇଥାଏ। ଏହା ଆଭାସୀ ସ୍ମୃତିସ୍ଥାନ ସ୍ପାଇକକୁ ଏଡ଼ାଇଥାଏ ଯେତେବେଳେValgrind ତୃଟିନିବାରଣ ସୂଚନାକୁ ବଡ଼ ସହଭାଗୀ ବସ୍ତୁଗୁଡ଼ିକରୁ ପଢ଼ିଥାଏ।
ବ୍ୟବହୃତ ସଙ୍କୋଚନଗୁଡ଼ିକର ତାଲିକାକୁ (-v
ବିକଳ୍ପକୁ ଉଲ୍ଲେଖ କରିବା ସମୟରେ ଦର୍ଶାଯାଇଥାଏ), ପ୍ରତ୍ୟେକ ବ୍ୟବହୃତ ସଙ୍କୋଚନ ପାଇଁ, ଫାଇଲ ନାମ ଏବଂ ଧାଡ଼ି ସଂଖ୍ୟା ପାଇଁ ବର୍ତ୍ତମାନ ଦର୍ଶାଇଥାଏ ଯେଉଁଠି ସଙ୍କୋଚନକୁ ବ୍ୟାଖ୍ୟା କରାଯାଇଥାଏ।
ଗୋଟିଏ ନୂତନ ସୂଚକ, --sigill-diagnostics
କୁ ବର୍ତ୍ତମାନ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଇଥାଏ ଯେଉଁଠି ବିଶ୍ଳେଷଣାତ୍ମକ ସନ୍ଦେଶକୁ ମୁଦ୍ରଣ କରାଯାଇଥାଏ ଯେତେବେଳେ just-in-time (JIT) ସଂଙ୍କଳକ ଅନୁବାଦ କରିପାରୁ ନଥିବା ଏକ ନିର୍ଦ୍ଦେଶର ସମ୍ମୁଖିନ ହୋଇଥାଏ। SIGILL ସଂକେତର ପ୍ରକୃତ ଆଚରଣ —କୁ — ପ୍ରୟୋଗରେ ଅପରିବର୍ତ୍ତିତ ରଖାଯାଇଥାଏ।
Memcheck ସାଧନକୁ ନିମ୍ନଲିଖିତ ବିଶେଷତାଗୁଡ଼ିକ ସହିତ ଉନ୍ନତ କରାଯାଇଛି:
ଭେକ୍ଟରାିଜଡ ସଂକେତର ନିୟନ୍ତ୍ରଣରେ ଉନ୍ନତି, ଯାହାକି ଅଳ୍ପ କିଛି ମିଥ୍ୟା ତୃଟି ବିବରଣୀ ଦର୍ଶାଇଥାଏ। ଏହି ପରିବର୍ତ୍ତନଗୁଡ଼ିକରୁ ଲାଭ ପାଇବା ପାଇଁ --partial-loads-ok=yes
ସୂଚକକୁ ବ୍ୟବହାର କରନ୍ତୁ।
ଲିକ ଯାଞ୍ଚକାରୀ ଉପରେ ଉତ୍ତମ ନିୟନ୍ତ୍ରଣ। ଏହା ବର୍ତତ୍ମାନ କେଉଁ ଲିକ ପ୍ରକାରକୁ ଦର୍ଶାଇବା ଉଚିତ ତାହାକୁ ଉଲ୍ଲେଖ କରିବା ପାଇଁ ସମ୍ଭବପର ହୋଇଛି (ନିର୍ଦ୍ଦିଷ୍ଟ/ଅପ୍ରତ୍ୟକ୍ଷ/ସମ୍ଭାବ୍ୟ/ପହଞ୍ଚିବାଯୋଗ୍ୟ), କାହାକୁ ତୃଟି ଭାବରେ ଗ୍ରହଣ କରିବା ଉଚିତ, ଏବଂ କାହାକୁ ଲିକ ସଙ୍କୋଚନ ଦ୍ୱାରା ବଦାଇବା ଉଚିତ। ଏହାକୁ --show-leak-kinds=kind1,kind2,..
, --errors-for-leak-kinds=kind1,kind2,..
ବିକଳ୍ପକୁ ବ୍ୟବହାର କରି କାର୍ୟ୍ୟକାରୀ କରାଯାଇଥାଏ ଏବଂ ଏକ ବୈକଳ୍ପିକ match-leak-kinds:
ଧାଡ଼ିକୁ ସଙ୍କୋଚନ ନିବେଶରେ, କ୍ରମାନୁସାରେ ବ୍ୟବହାର କରାଯାଇଥାଏ।
ମନେରଖନ୍ତୁ ଯେ ସୃଷ୍ଟି ହୋଇତିବା ଲିକ ସଙ୍କୋଚନ ଏହି ନୂଆ ଧାଡ଼ିକୁ ଧାରଣ କରିଥାଏ ଏବଂ ତେଣୁ ପୂର୍ବ ପ୍ରକାଶନ ଠାରୁ ଅଧିକ ନିର୍ଦ୍ଦିଷ୍ଟ। ପୂର୍ବ ପ୍ରକାଶନ ପରି ସେହି ସମାନ ଆଚରଣକୁ ପାଇବା ପାଇଁ , match-leak-kinds:
ଧାଡ଼ିକୁସୃଷ୍ଟି ହୋଇଥିବା ସଙ୍କୋଚନରୁ ତାହାକୁ ବ୍ୟବହାର କରିବା ପୂର୍ବରୁ କାଢ଼ିଦିଅନ୍ତୁ।
ହ୍ରାସ ପାଇଥିବା ସମ୍ଭାବ୍ୟ ଲିକ
ଲିକ ଯାଞ୍ଚକାରୀରୁ ଉତ୍ତମ ଭାବରେ ଅନୁମାନ କରି ଖବର କରିଥାଏ। ଉପଲବ୍ଧ ଅନୁମାନ ବୈଧ ଆଭ୍ୟନ୍ତରୀଣ ସୂଚକକୁ ଚିହ୍ନିଥାଏ std::stdstring, କୁ ନୂତନ []ବଣ୍ଟିତ ଆରେରେ ଉପାଦାନଗୁଡ଼ିକ ସହିତନଷ୍ଟକାରୀ ଏବଂ ଏକାଧିକ ଅନୁଗାମୀ ବ୍ୟବହାର କରି C++ ବସ୍ତୁ ଆଭ୍ୟନ୍ତରୀଣ ସୂଚକ ପ୍ରଦାନ କରିଥାଏ। ସେମାନଙ୍କୁ ବ୍ୟକ୍ତିଗତ ଭାବରେ--leak-check-heuristics=heur1,heur2,...
ବିକଳ୍ପକୁ ବ୍ୟବହାର କରି ବଛାଯାଇପାରିବ।
ହିପ ବଣ୍ଟିତ ବ୍ଲକଗୁଡ଼ିକ ପାଇଁ ଷ୍ଟାକଟ୍ରେସ ହାସଲର ଉତ୍ତମ ନିୟନ୍ତ୍ରଣ। --keep-stacktraces
ବିକଳ୍ପକୁ ବ୍ୟବହାର କରି, ଏହାକୁ ବ୍ୟକ୍ତିଗତ ଭାବରେ ନିୟନ୍ତ୍ରଣ କରିବା ସମ୍ଭବପର ହୋଇଥାଏ ଯେଉଁଠି ଷ୍ଟାକଟ୍ରେସକୁ ପ୍ରତ୍ୟେକ ବଣ୍ଟନ ଏବଂ ଖାଲି କରିବା ସମ୍ଭବ ହୋଇଥାଏ। ଏହାକୁ ଉତ୍ତମ "ଖାଲି ହେବା ପରେ ବ୍ୟବହାର କରନ୍ତୁ" ତୃଟିଗୁଡ଼ିକୁ କିମ୍ବା ହ୍ରାସ ପାିଥିବା Valgrind ର ଉତ୍ସ ଉପଯୋଗକୁ କମ ସୂଚନା ଲିପିବଦ୍ଧ କରି ବ୍ୟବହାର କରିପାରିବେ।
ଲିକ ଲୁଚାଇବା ଉପଯୋଗିତାର ଉତ୍ତମ ବିବରଣୀ। ବ୍ୟବହୃତ ସଙ୍କୋଚନଗୁଡ଼ିକର ତାଲିକା (-v
ବିକଳ୍ପକୁ ଉଲ୍ଲେଖ କରିବା ସମୟରେ ଦର୍ଶାଯାଇଥାଏ) ତାହା ବର୍ତ୍ତମାନ ଦର୍ଶାଯାଇଛି, ପ୍ରତ୍ୟେକ ଲିକ ସଙ୍କୋଚନ ପାଇଁ, କେତେ ମାତ୍ରାର ବ୍ଲକ ଏବଂ ବାଇଟ ଆବଶ୍ୟକ ତାହାକୁ ଶେଷ ଲିକ ସନ୍ଧାନ ସମୟରେ ଲୁଚାଯାଇଥାଏ।
Valgrind GDB ସର୍ଭର ମିଶ୍ରଣକୁ ନିମ୍ନଲିଖିତ ମନିଟର ନିର୍ଦ୍ଦେଶଗୁଡ଼ିକ ସହାୟତାରେ ଉନ୍ନତ କରାଯାଇଛି:
ଏକ ନୂତନ ମନିଟର ନିର୍ଦ୍ଦେଶ, v.info open_fds
, ଯାହାକି ଖୋଲା ଫାଇଲ ବର୍ଣ୍ଣନାକାରୀ ଏବଂ ଅତିରିକ୍ତ ବିବରଣୀର ତାଲିକା ପ୍ରଦାନ କରିଥାଏ।
ଏକ ନୂଆ ମନିଟର ନିର୍ଦ୍ଦେଶ, v.info execontext
, ଯାହାକି Valgrind ଦ୍ୱାରା ଲିପିବଦ୍ଧ ଷ୍ଟାକଟ୍ରେସ ବିଷୟରେ ସୂଚନା ପ୍ରଦାନ କରିଥାଏ।
ଗୋଟିଏ ନୂତନ ମନିଟର ନିର୍ଦ୍ଦେଶ, v.do expensive_sanity_check_general
,କିଛି ଆଭ୍ୟନ୍ତରୀଣ ଅସ୍ଥାୟୀ ଯାଞ୍ଚଗୁଡ଼ିକୁ ଚଲାଇବାକୁ।
12.5. ପ୍ରୋଗ୍ରାମିଙ୍ଗ ଭାଷାଗୁଡ଼ିକ Ruby 2.0.0
Red Hat Enterprise Linux 7.0 ନୂତନତମ Ruby ସଂସ୍କରଣ, 2.0.0 ଦେଇଥାଏ। Red Hat Enterprise Linux 6 ରେ ଅନ୍ତର୍ଭୁକ୍ତ ସଂସ୍କରଣ 2.0.0 ଏବଂ1.8.7 ମଧ୍ଯରେ ଥିବା ଦୃଷ୍ଟିଯୋଗ୍ୟ ପରିବର୍ତ୍ତନଗୁଡ଼ିକ ନିମ୍ନପ୍ରକାରେ:
ନୂଆ ଅନୁବାଦକ, YARV (yet another Ruby VM), ଯାହାକି ବିଶେଷ ଭାବରେ ଧାରଣ ସମୟକୁ କମ କରିଥାଏ, ବିଶେଷକରି ବଡ଼ ଟ୍ରୀ କିମ୍ବା ଫାଇଲ ବିଶିଷ୍ଟ ପ୍ରୟୋଗଗୁଡ଼ିକ ପାଇଁ।
ନୂଆ ଏବଂ ତୀବ୍ର "Lazy Sweep" ଅଳିଆ ସଂଗ୍ରହକାରୀ।
Ruby ବର୍ତ୍ତମାନ ବାକ୍ୟଖଣ୍ଡ ସାଙ୍କେତିକରଣକୁ ସହାୟତା କରିଥାଏ।
Ruby ବର୍ତ୍ତମାନ ସ୍ଥାନୀୟ ଥ୍ରେଡ଼ଗୁଡ଼ିକୁ ସବୁଜ ଥ୍ରେଡ଼ ପରିବର୍ତ୍ତେ ସହାୟତା କରିଥାଏ।
Python 2.7.5
Red Hat Enterprise Linux 7.0 ରେ Python 2.7.5 ଅନ୍ତର୍ଭୁକ୍ତ, ଯାହାକି ହେଉଛି ନୂତନତମ Python 2.7 କ୍ରମିକ ପ୍ରକାଶନ। ଏହି ସଂସ୍କରଣଟି କାର୍ଯ୍ୟଦକ୍ଷତାରେ ଅନେକ ଉନ୍ନତିଗୁଡ଼ିକୁ ଧାରଣ କରିଥାଏ ଏବଂ Python 3 ସହିତ ଅଗ୍ରଗାମୀ ସୁସଙ୍ଗତତା ପ୍ରଦାନ କରିଥାଏ। Python 2.7.5 ରେ ଥିବା ଦୃଷ୍ଟିଯୋଗ୍ୟ ପରିବର୍ତ୍ତନଗୁଡ଼ିକ ନିମ୍ନରେ ପ୍ରଦତ୍ତ:
Java 7 ଏବଂ ଏକାଧିକ JDKs
Red Hat Enterprise Linux OpenJDK7 କୁ ପୂର୍ବନିର୍ଦ୍ଧାରିତ Java ବିକାଶ କିଟ (JDK) ଭାବରେ ଦର୍ଶାଇଥାଏ ଏବଂ Java 7 ସର୍ଭରଗୁଡ଼ିକ ପୂର୍ବନିର୍ଦ୍ଧାରିତ Java ସଂସ୍କରଣ ଭାବରେ ଦର୍ଶାଇଥାଏ। ସମସ୍ତ Java 7 ପ୍ୟାକେଜଗୁଡ଼ିକ (java-1.7.0-openjdk , java-1.7.0-oracle , java-1.7.0-ibm ) ଏକାଧିକ ସଂସ୍କରଣକୁ ସମାନ୍ତରାଳ ଭାବରେ ସମାନ କର୍ଣ୍ଣଲ ପରି ସ୍ଥାପନ ପାଇଁ ଅନୁମତି ଦେଇଥାଏ।
ସମାନ୍ତରାଳ ସ୍ଥାପନର କ୍ଷମତା ବ୍ୟବହାରକାରୀମାନଙ୍କୁ ସମାନ JDK ବିଶିଷ୍ଟ ଏକାଧିକ ସଂସ୍କରଣକୁ ଏକ ସଙ୍ଗେ ଅନୁମତି ଦେଇଥାଏ, ଆବଶ୍ୟକ ହେଲେ କାର୍ଯ୍ୟଦକ୍ଷତା ସନ୍ତୁଳନ ଏବଂ ସମସ୍ୟାର ତୃଟି ନିବାରଣକୁ ମଧ୍ଯ ଅନୁମତି ଦେଇଥାଏ। JDK ଟି ବିକଳ୍ପ ମାଧ୍ଯମରେ ପୂର୍ବପରି ବଛାଯୋଗ୍ୟ ହୋଇଥାଏ।
ନେଟୱାର୍କ ଶ୍ରେଣୀ ପ୍ରସ୍ତୁତ
ନେଟୱର୍କ ଶ୍ରେଣୀକୁ ଲିଙ୍କ ଏକତ୍ରିତ ପାଇଁ ଏକ ବିକଳ୍ପ ଭାବରେ ଆରମ୍ଭ କରାଯାଇଛି। ଏହାକୁ ସହଜରେ ପରିଚାଳନା କରିବା, ତୃଟି ନିବାରଣ ଏବଂ ଅନୁଲମ୍ବିତ କରିବା ପାଇଁ ରଚନା କରାଯାଇଛି। ବ୍ୟବହାରକାରୀଙ୍କ ପାଇଁ ଏହାକୁ କାର୍ଯ୍ୟଦକ୍ଷତା ଏବଂ ନମନିୟତା ଉନ୍ନତି କରାଯାଇଛି ଏବଂ ଏହାକୁ ସମସ୍ତ ନୂତନ ସ୍ଥାପନଗୁଡ଼ିକ ପାଇଁ ମୂଲ୍ୟାଙ୍କନ କରାଯାଇଛି।
NetworkManager
ସର୍ଭର ପ୍ରୟୋଗଗୁଡ଼ିକରେ ଏହାକୁ ଅଧିକ ଉପଯୁକ୍ତ କରିବା ପାଇଁ NetworkManager ରେ କିଛି ଉନ୍ନତି କରାଯାଇଛି। ବିଶେଷ ଭାବରେ, NetworkManager ପୂର୍ବନିର୍ଦ୍ଧାରିତ ଭାବରେ ବିନ୍ୟାସ ଫାଇଲ ପରିବର୍ତ୍ତନକୁ ଅପେକ୍ଷା କରିନଥାଏ, ଯେପରିକି ସମ୍ପାଦକଙ୍କ ଦ୍ୱାରା କରାଯାଇଥିବା ପରିବର୍ତ୍ତନଗୁଡ଼ିକ ଅଥବା ନିୟୋଜନ ସାଧନ ଦ୍ୱାରା ହୋଇଥିବା ପରିବର୍ତ୍ତନ। ଏହା ପ୍ରଶାସକଙ୍କୁ nmcli connection reload
ନିର୍ଦ୍ଦେଶ ଦ୍ୱାରା ବାହ୍ୟ ପରିବର୍ତ୍ତନଗୁଡ଼ିକ ବିଷୟରେ ଅବଜ୍ଞ ରହିବା ପାଇଁ ଅନୁମତି ଦେଇଥାଏ।NetworkManager ର D-Bus API ଅଥବା NetworkManager ନିର୍ଦ୍ଦେଶ ଧାରା ସାଧନ, nmcli , ଦ୍ୱାରା ହୋଇଥିବା ପରିବର୍ତ୍ତନଗୁଡ଼ିକ ବର୍ତ୍ତମାନ ସଙ୍ଗେ ସଙ୍ଗେ କାର୍ୟ୍ୟକାରୀ ହୋଇଥାଏ।
nmcli ସାଧନ ବ୍ୟବହାରକାରୀ ଏବଂ ସ୍କ୍ରିପ୍ଟଗୁଡ଼ିକୁ ପରସ୍ପର ମଧ୍ଯରେ କାମ କରିବା ପାଇଁ NetworkManager ସହାୟତାରେ ଅନୁମତି ଦିଆ ହୋଇଛି।
chrony ପ୍ରକାର
chrony ଉପଯୋଗିତା ପ୍ରକାର ତନ୍ତ୍ର ପ୍ରକାର ଉପରେ ତନ୍ତ୍ର ଘଡ଼ିକୁ ଅଦ୍ୟତନ କରିବା ପାଇଁଉପଲବ୍ଧ ଯାହାକି ପାରମ୍ପରିକ ଭାବରେ ସବୁଦିନ ପାଇଁ ନେଟୱର୍କରେ, ସର୍ବଦା ଅନ ଥାଏ, ନିର୍ଦ୍ଦିଷ୍ଟ ସର୍ଭର ବିଭାଗରେ ଫିଟ ହୋଇନଥାଏ। chrony ପ୍ରକାରକୁ ସମସ୍ତ ତନ୍ତ୍ରଗୁଡ଼ିକ ପାଇଁ ଗ୍ରହଣ କରାଯାଇଥାଏ ଯାହାକି ବାରମ୍ବାର ନିଲମ୍ବିତ କରାଯାଇଥାଏ ଅଥବା ସେହି ମଧ୍ଯରେ ସଂଯୋଗ ବିଚ୍ଛିନ୍ନ କରାଯାଇଥାଏ ଏବଂ ନେଟୱର୍କ ସହିତ ପୁଣି ସଂଯୁକ୍ତ ହୋଇଥାଏ। ଉଦାହରଣ ସ୍ୱରୂପ ମୋବାଇଲ ଏବଂ ଆଭାସୀ ତନ୍ତ୍ରଗୁଡ଼ିକ।
ଅସ୍ଥାୟୀ ଫାୟାରୱାଲ ଡେମନ, firewalld ପ୍ରକାର
Red Hat Enterprise Linux 7.0 ଅସ୍ଥାୟୀ ଫାୟାରୱାଲ ଡେମନ ସହିତ ଆସିଥାଏ, firewalld
, ଯାହାକି ନେଟୱର୍କ ଏବଂ ସମ୍ପୃକ୍ତ ସଂଯୋଗ ଏବଂ ଅନ୍ତରାପୃଷ୍ଠ ପ୍ରତି ବିଶ୍ୱାସ ପାଇବା ପାଇଁ ଅସ୍ଥାୟୀ ଭାବରେ ପରିଚାଳିତ ଫାୟାରୱାଲକୁ ନେଟୱର୍କ "ମଣ୍ଡଳ" ସହାୟତା ସହିତ ପ୍ରଦତ୍ତ। ଏଥିରେ IPv4 ଏବଂ IPv6 ଫାୟାରୱାଲ ସଂରଚନାର ସହାୟତା ଥାଏ। ଏହା ଇଥରନେଟ ବ୍ରିଜଗୁଡ଼ିକୁ ସହାୟତା ଦେଇଥାଏ ଏବଂଚାଲିବା ସମୟ ଏବଂ ସ୍ଥାୟୀ ସଂରଚନା ବିକଳ୍ପଗୁଡ଼ିକ ମଧ୍ଯରେ ପୃଥକିକରଣ ସମୟକୁ ସହାୟତା ଦେଇଥାଏ। ଏଥିରେ ମଧ୍ଯ ସର୍ଭିସ ଅଥବା ପ୍ରୟୋଗଗୁଡ଼ିକ ପାଇଁ ସିଧାସଳଖ ଭାବରେ ଫାୟାରୱାଲ ନିୟମ ଯୋଗ କରିଥାଏ।
DNSSEC
DNSSEC ଟି ଗୋଟିଏ ଡମେନ ନାମ ତନ୍ତ୍ର ସୁରକ୍ଷା ଅନୁଲଗ୍ନ (DNSSEC) ର ଗୋଟିଏ ସେଟ ଅଟେ ଯାହାକିDNS କ୍ଲାଏଣ୍ଟକୁ ବୈଧିକୃତ କରିଥାଏ ଏବଂ ଉତ୍ତରଗୁଡ଼ିକର ଅଖଣ୍ଡତାକୁ ସେମାନଙ୍କର ଉତ୍ପତ୍ତି ସ୍ଥାନକୁ ଯାଞ୍ଚ କରିବା ପାଇଁ DNS nameserver ରେ ଯାଞ୍ଚ କରିଥାଏ ଏବଂ ଦେଖିଥାଏ ଯେ ତାହା ରାସ୍ତାରେ ଆଉ କାହା ଦ୍ୱାରା ହସ୍ତକ୍ଷେପ ହୋଇଛି କି ନାହିଁ।
OpenLMI
Red Hat Enterprise Linux 7.0 OpenLMI ପ୍ରକଳ୍ପକୁ ଦର୍ଶାଇଥାଏ, ଯାହାକି Linux ତନ୍ତ୍ରଗୁଡ଼ିକର ପରିଚାଳନା ପାଇଁ ଏକ ସାଧାରଣ ସଂରଚନା ପ୍ରଦାନ କରିଥାଏ। ଏହା ବ୍ୟବହାରକାରୀମାନଙ୍କୁ ବିନ୍ୟାସ, ପରିଚାଳନା କରିବା ପାଇଁ ଏବଂ ହାର୍ଡୱେର, ପ୍ରଚାଳନ ତନ୍ତ୍ର, ଏବଂ ତନ୍ତ୍ର ସର୍ଭିସଗୁଡ଼ିକୁ ମନିଟର କରିବା ପାଇଁ ଅନୁମତି ଦେଇଥାଏ। OpenLMI କୁ ଉତ୍ପାଦନ ସର୍ଭରଗୁଡ଼ିକର ବିନ୍ୟାସ କାମକୁ ସହଜମୟ କରିବା ଉଦ୍ଦେଶ୍ୟରେ ରଖାଯାଇଥାଏ।
OpenLMI କୁ Red Hat Enterprise Linux ର ସଂସ୍କରଣ ପରିବର୍ତ୍ତନକୁ ଗୋଟିଏ ସାଧାରଣ ପରିଚାଳନା ଅନ୍ତରାପୃଷ୍ଠ ଦେବା ପାଇଁ ରଚନା କରାଯାଇଥାଏ। ଏହା ସ୍ଥିତବାନ ସାଧନ ଉପରେ ନିର୍ମିତ ହୋଇଥାଏ, ଯାହାକି ଏବଷ୍ଟ୍ରାକସନ ସ୍ତର ଦେଇକରି ତନ୍ତ୍ରର ଅଧିକାଂଶ ଜଟିଳତାକୁ ତନ୍ତ୍ର ପ୍ରଶାସକଙ୍କଠାରୁ ଲୁଚାଇଥାଏ।
OpenLMI ଏକ ପରିଚାଳିତ ସ୍ଥାପିତ ତନ୍ତ୍ର ଉପରେ ଏକ ତନ୍ତ୍ର ପରିଚାଳନା ସେଟ ଧାରଣ କରିଥାଏ, ଗୋଟିଏ OpenLMI ନିୟନ୍ତ୍ରକ, ଯାହାକି ସଦସ୍ୟମାନଙ୍କୁ ପରିଚାଳନା କରିଥାଏ ଏବଂ ସେମାନଙ୍କୁ ଏକ ଅନ୍ତରାପୃଷ୍ଠ, ଏବଂ କ୍ଲାଏଣ୍ଟ ପ୍ରୟୋଗ ଅଥବା ସ୍କ୍ରିପ୍ଟଗୁଡ଼ିକୁ ପ୍ରଦାନ କରିଥାଏ ଯାହାକି ତନ୍ତ୍ର ପରିଚାଳନା ସଦସ୍ୟଗୁଡ଼ିକୁ OpenLMI ନିୟନ୍ତ୍ରକ ମାଧ୍ଯମରେ ଡାକିଥାଏ।
OpenLMI ବ୍ୟବହାରକାରୀମାନଙ୍କୁ ଅନୁମତି ଦେଇଥାଏ:
ଖୋଲା ଧାତୁ ଉତ୍ପାଦନ ସର୍ଭରଗୁଡ଼ିକୁ , ଆଭାସୀ ଅତିଥିମାନଙ୍କୁ ମଧ୍ଯ ବିନ୍ୟାସ, ପରିଚାଳନା ଏବଂ ମନିଟର କରିଥାଏ;
ଭାଷା ସଂକେତ କିମ୍ବା ସୁଦୂର ତନ୍ତ୍ରଗୁଡ଼ିକୁ ବିନ୍ୟାସ, ପରିଚାଳନା ଏବଂ ମନିଟର କରିଥାଏ;
ସଂରକ୍ଷଣ ଏବଂ ନେଟୱର୍କଗୁଡ଼ିକୁ ବିନ୍ୟାସ, ପରିଚାଳନା ଏବଂ ମନିଟର କରିଥାଏ;
ତନ୍ତ୍ର ପରିଚାଳନା କାର୍ଯ୍ୟଗୁଡ଼ିକୁ C/C++, Python, Java, କିମ୍ବା ନିର୍ଦ୍ଦେଶ ଧାରା ଅନ୍ତରାପୃଷ୍ଠରୁ ଡ଼ାକିଥାଏ।
ଦୟାକରି ମନେରଖନ୍ତୁ ଯେ OenLMI ସଫ୍ଟୱେର ପ୍ରଦାତାକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଦିଆଯାଇଛି। ସଫ୍ଟୱେରଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ, ତଥାପି, କିଛି ପ୍ରୟୋଗଗୁଡ଼ିକ ହୁଏତଃ କିଛି ଅତିରିକ୍ତ ଉତ୍ସ ବ୍ୟବହାର କରିଥାଏ।
qlcnic ଡ୍ରାଇଭରରେ SR-IOV କାର୍ୟ୍ୟ
ଗୋଟିଏ ରୁଟ I/O ଆଭାସୀକରଣ (SR-IOV) ପାଇଁ ସହାୟତାକୁ qlcnic
ଡ୍ରାଇଭରରେ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଯୋଗକରାଯାଇଛି। ଏହି କାର୍ଯ୍ୟପାଇଁ ସହାୟତାକୁ ସିଧାସଳଖ ଭାବରେ QLogic ଦ୍ୱାରା ଦିଆଯାଇଥାଏ, ଏବଂ ଗ୍ରାହକମାନଙ୍କୁ QLogic ଏବଂ Red Hat ପାଖକୁ ମତାମତ ଦେବା ପାଇଁ ଉତ୍ସାହିତ କରାଯାଇଥାଏ। qlcnic ଡ୍ରାଇଭରରେ ଅନ୍ୟାନ୍ୟ ଫଳାଫଳଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ।
FreeRADIUS 3.0.1
Red Hat Enterprise Linux 7.0 ରେ FreeRADIUS ସଂସ୍କରଣ 3.0.1 ଅନ୍ତର୍ଭୁକ୍ତ, ଯାହାକି କିଛି ସଂଖ୍ୟକ ନୂତନ ବିଶେଷତା ଅନ୍ତର୍ଭୁକ୍ତ ଯେଉଁଥିରୁ ନିମ୍ନଲିଖିତଗୁଡ଼ିକ ଦୃଷ୍ଟିଯୋଗ୍ୟ:
RadSec, RADIUS ଡାଟାଗ୍ରାମକୁ TCP ଏବଂ TLS ଉପରେ ପରିବହନ କରିବା ପାଇଁ ଗୋଟିଏ ପ୍ରଟୋକଲ।
Yubikey ସହାୟତା
ସଂଯୋଗ ଟଣା। radiusd
ସର୍ଭର ବିଭିନ୍ନ ପ୍ରକାରର ପୃଷ୍ଠଭୂମିଗୁଡ଼ିକୁ (SQL, LDAP, ଏବଂ ଅନ୍ୟାନ୍ଯ) ସଂଯୋଗ ଟଣା କମ ଉତ୍ସ ଆବଶ୍ୟକତା ଠାରୁ ବଡ଼ ଫଳ ପ୍ରଦାନ କରିଥାଏ।
ସର୍ଭରର ସଂରଚନା ପ୍ରଗ୍ରାମିଙ୍ଗ ଭାଷାର ବାକ୍ୟ ବିନ୍ୟାସ,unlang, କୁ ବିସ୍ତାର କରାଯାଇଛି।
ସାଇଟ ନିର୍ଦ୍ଦିଷ୍ଟ ଏବଂ ବିକ୍ରେତା ନିର୍ଦ୍ଦିଷ୍ଟ ଗୁଣଗୁଡ଼ିକ ପାଇଁ ଉନ୍ନତ ସହାୟତାI।
ତୃଟିନିବାରଣ ଉନ୍ନତ ହୋଇଛି ଯାହାକି ସମସ୍ୟାଗୁଡ଼ିକୁ ଭର୍ବୋସ ଫଳାଫଳରେ ଦର୍ଶାଇଥାଏ।
SNMP ଟ୍ରାପ ନିର୍ମାଣ।
ଉନ୍ନତ WIMAX ସହାୟତା।
EAP-PWD ସହାୟତା।
ବିଶ୍ୱସ୍ତ ନେଟୱର୍କ ସଂଯୋଗ
Red Hat Enterprise Linux 7.0 ବିଶ୍ୱସ୍ତ ନେଟୱର୍କ ସଂଯୋଗ କାର୍ଯ୍ୟକାରୀତାକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଆରମ୍ଭ କରିଥାଏ। ବିଶ୍ୱସ୍ତ ନେଟୱର୍କ ସଂଯୋଗକୁ ସ୍ଥିତବାନ ନେଟୱର୍କ ଅଭିଗମ୍ୟତା ନିୟନ୍ତ୍ରଣ (NAC) ସମାଧାନ ସହିତ ବ୍ୟବହାର କରାଯାଇଥାଏ, ଯେପରିକି TLS, 802.1x, କିମ୍ବା IPSec ; ଯାହାକି, ଗୋଟିଏ ତନ୍ତ୍ରର ଶେଷ ବିନ୍ଦୁ ସୂଚନାକୁ ସଂଗ୍ରହ କରିବା (ଯେପରିକି ପ୍ରଚାଳନ ତନ୍ତ୍ର ବିନ୍ୟାସ ସଂରଚନା, ସ୍ଥାପିତ ପ୍ୟାକେଜ, ଏବଂ ଅନ୍ୟାନ୍ୟ, ଅଖଣ୍ଡତା ପରିମାପ ନାମରେ ପରିଚିତ)। ବିଶ୍ୱସ୍ତ ନେଟୱର୍କ ସଂଯୋଗକୁ ଏହି ମାପକୁ ନେଟୱର୍କ ଅଭିଗମ୍ୟ ନିତୀ ପୂର୍ବରୁ ଯାଞ୍ଚ କରିବା ପାଇଁ ବ୍ୟବହାର କରାଯାଇଥାଏ।.
ନିୟନ୍ତ୍ରଣ ଶ୍ରେଣୀ
Red Hat Enterprise Linux 7.0 ନିୟନ୍ତ୍ରଣ ଶ୍ରେଣୀଗୁଡ଼ିକୁ ଦର୍ଶାଇଥାଏ, ଯାହାକି କାର୍ଯ୍ୟଗୁଡ଼ିକୁ ସମାପନ କରିବା ପାଇଁ ନାମକରଣ ହୋଇଥିବା ଶ୍ରେଣୀଗୁଡ଼ିକର ଶାଖାମୟ ଭାବରେ ଉତ୍ସ ପରିଚାଳନା ପାଇଁ ଏକ ବିଷୟବସ୍ତୁ ଅଟେ। ସେଗୁଡ଼ିକ କ୍ରମାନ୍ୱୟରେ କାର୍ଯ୍ୟଗୁଡ଼ିକୁ ଶ୍ରେଣୀ ଏବଂ ନାମ ଅନୁସାରେ ସଜାଡ଼ିବା ପାଇଁ ଏବଂ ସେହି ଶ୍ରେଣୀଗୁଡ଼ିକରେ ଉତ୍ସ ସୀମାକୁ ପ୍ରୟୋଗ କରିବା ପାଇଁ ଉପାୟ ପ୍ରଦାନ କରିଥାଏ। Red Hat Enterprise Linux 7.0 ରେ, ନିୟନ୍ତ୍ରଣ ଶ୍ରେଣୀଗୁଡ଼ିକ ପାରସ୍ପରିକ ଭାବରେ systemd ମାଧ୍ଯମରେ ପରିଚାଳିତ ହୋଇଥାଏ। cgroups ଗୁଡ଼ିକ systemd ଏକକ ଫାଇଲଗୁଡ଼ିକରେ ପରିଚାଳିତ ହୋଇଥାଏ ଏବଂ systemd's ନିର୍ଦ୍ଦେଶ ଧାରା ଅନ୍ତରାପୃଷ୍ଠ (CLI) ସାଧନ ସହିତ ପରିଚାଳିତ ହେବା ଯୋଗ୍ୟ।
ନିୟନ୍ତ୍ରଣ ଶ୍ରେଣୀ ଏବଂ ଅନ୍ୟାନ୍ୟ ଉତ୍ସ ପରିଚାଳନା ବିଶେଷତାମାନଙ୍କୁ Red Hat Enterprise Linux ରେ ଆଲୋଚନା କରିଥାଏ
ଉତ୍ସ ପରିଚାଳନା ପୁସ୍ତକ .
ଅଧ୍ଯାୟ 15. ବୈଧିକରଣ ଏବଂ ପାରସ୍ପରିକ କାର୍ଯ୍ୟଦକ୍ଷତା ନୂତନ ବିଶ୍ୱାସ ନିୟୋଜନ
ବ୍ୟବହାରକାରୀ ସୁରକ୍ଷା ପରିଚାୟକରୁ ନିର୍ମିତ ବ୍ୟବହାରକାରୀ ID କିମ୍ବା ଶ୍ରେଣୀ ID କୁ ବ୍ୟବହାର ନକରି ସକ୍ରିୟ ଡିରେକ୍ଟୋରୀରେ ଥିବା ଏକ ବ୍ୟବହାରକାରୀ ID କିମ୍ବା ଶ୍ରେଣୀ ID ବ୍ୟବହାର କରିବା ବର୍ତ୍ତମାନ Red Hat Enterprise Linux 5.9 କ୍ଲାଏଣ୍ଟ ଏବଂ ପରେ Red Hat Enterprise Linux 6.3 କ୍ଲାଏଣ୍ଟଗୁଡ଼ିକରେ ସହାୟତା ପ୍ରାପ୍ତ। ଏହି ବିଶ୍ୱାସ ନିୟୋଜନଟି ବ୍ୟବହାରଯୋଗ୍ୟ ଯଦି POSIX ଗୁଣଗୁଡ଼ିକ ସକ୍ରିୟ ଡିରେକ୍ଟୋରୀରେ ବ୍ୟାଖ୍ୟା ହୋଇଥାଏ।
ଅଦ୍ୟତିତ slapi-nis
ପ୍ଲଗଇନ
Red Hat Enterprise Linux 7.0 ଅଦ୍ୟତିତ ଡିରେକ୍ଟୋରୀ ସର୍ଭର ପ୍ଲଗଇନକୁ ଦର୍ଶାଇଥାଏ, slapi-nis
, ଯାହାକି ସକ୍ରିୟ ଡିରେକ୍ଟୋରୀର ବ୍ୟବହାରକାରୀମାନଙ୍କୁ ପୁରୁଣା କ୍ଲାଏଣ୍ଟରେ ବୈଧିକୃତ ହେବା ପାଇଁ ଅନୁମତି ଦେଇଥାଏ। ମନେରଖନ୍ତୁ ଯେ ଏହା ଏକ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଅଟେ।
IPA ପାଇଁ ନକଲ ସଂରକ୍ଷଣ ଏବଂ ପୁନଃସ୍ଥାପନ ଯନ୍ତ୍ର କୌଶଳ
IPA ପାଇଁ ନକଲ ସଂରକ୍ଷଣ ଏବଂ ପୁନଃସ୍ଥାପନ କୌଶଳକୁ Red Hat Enterprise Linux 7.0 ରେ ପ୍ରଯୁକ୍ତି ଜ୍ଞାନ ପ୍ରାକଦର୍ଶନ ଭାବରେ ଦର୍ଶାଯାଇଛି।
Samba 4.1.0
Red Hat Enterprise Linux 7.0 samba ପ୍ୟାକେଜଗୁଡ଼ିକୁ ନୂତନତମ ଅପଷ୍ଟ୍ରିମ ସଂସ୍କରଣକୁ ଅଦ୍ୟତନ କରି ଅନ୍ତର୍ଭୁକ୍ତ କରିଥାଏ, ଯାହାକି ଅନେକ ତୃଟି ସମାଧାନ ଏବଂ ଉନ୍ନତିଗୁଡ଼ିକୁ ଆଣିଥାଏ, ଯାହା ମଧ୍ଯରୁ ଏକ ଦୃଷ୍ଟିଯୋଗ୍ୟ ହେଉଛି SMB3 ପ୍ରଟୋକଲ ପାଇଁ ସର୍ଭର ଏବଂ କ୍ଲାଏଣ୍ଟ ସାଧନଗୁଡ଼ିକରେ ସହାୟତା।
ଏହା ସହିତ, SMB3 ପରିବହନ ସଂଗୁପ୍ତ ପରିବହନ ସଂଯୋଗଗୁଡ଼ିକୁ Windows ସର୍ଭରରେ ସକ୍ରିୟ କରିଥାଏ ଯାହାକି SMB3 କୁ ସହାୟତା କରିଥାଏ, ଏବଂ Samba ସର୍ଭରଗୁଡ଼ିକୁ ମଧ୍ଯ ସହାୟତା କରିଥାଏ। Samba 4.1.0 ସର୍ଭର ପାଖ ନକଲ ପ୍ରୟୋଗ ପାଇଁ ସହାୟତା ଯୋଗ କରିଥାଏ। କ୍ଲାଏଣ୍ଟଗୁଡ଼ିକ ସର୍ଭର ପାଖ ନକଲ ପ୍ରୟୋଗର ଲାଭ ଉଠାଇଥାଏ, ଯେପରିକି ନୂତନତମ Windows ପ୍ରକାଶନ, ଫାଇଲ ନକଲ କାର୍ଯ୍ୟଗୁଡ଼ିକ ପାଇଁ କିଛି କାର୍ଯ୍ୟଦକ୍ଷତା ଉନ୍ନତିର ଅଭିଜ୍ଞତା ହାସଲ କରିଥାଏ।
ଅଦ୍ୟତିତ samba ପ୍ୟାକେଜଗୁଡ଼ିକ ଅନେକ ପୁରୁଣା ବିନ୍ୟାସ ବିକଳ୍ପଗୁଡ଼ିକୁ ବାହାର କରିଥାଏ। ଆବଶ୍ଯକୀୟଟି ହେଉଛି ସର୍ଭର ଭୂମିକା security = share
ଏବଂ security = server
. ୱେବ ସଂରଚନା ସାଧନ SWAT କୁ ସମ୍ପୂର୍ଣ୍ଣ ଭାବରେ କଢ଼ାଯାଇଛି। ଅଧିକ ବିବରଣୀ Samba 4.0 ଏବଂ 4.1 ପ୍ରକାଶନ ଟିପ୍ପଣୀରେ ମିଳି ପାରିବ:
ମନେରଖନ୍ତୁ ଯେ ଅନେକ tdb
ଫାଇଲଗୁଡ଼ିକୁ ଅଦ୍ୟତନ କରାଯାଇଛି। ଏହା ଅର୍ଥ ହେଉଛି ସମସ୍ତ tdb
ଫାଇଲଗୁଡ଼ିକୁ ଅଦ୍ୟତନ କରାଯାଇଥାଏ ଯେତେବେଳେ ଆପଣ smbd
ଡେମନର ନୂତନ ସଂସ୍କରଣକୁ ଆରମ୍ଭ କରନ୍ତି। ଆପଣ କୌଣସି ପୁରୁଣା Samba ସଂସ୍କରଣକୁ ଯାଇପାରିବେ ନାହିଁ ଅନ୍ୟଥା tdb ଫାଇଲଗୁଡ଼ିକ ନକଲ ଥିବା ଉଚିତ
ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ ଅଧିକ ସୂଚନା ପାଇଁ, ଉପରେ ଲିଖିତ Samba 4.0 ଏବଂ 4.1 ର ପ୍ରକାଶନ ଟିପ୍ପଣୀକୁ ଅନୁସରଣ କରନ୍ତୁ।
AD ଏବଂ LDAP sudo ପ୍ରଦାତାମାନଙ୍କର ବ୍ୟବହାର
AD ପ୍ରଦାତାଟି ହେଉଛି ସକ୍ରିୟ ଡିରେକ୍ଟୋରୀ ସର୍ଭର ସହିତ ସଂଯୁକ୍ତ ହେବାକୁ ଥିବା ଏକ ପୃଷ୍ଠଭୂମି।Red Hat Enterprise Linux 7.0 ରେ, AD sudo ପ୍ରଦାତାକୁ LDAP ସହିତ ବ୍ୟବହାର କରି ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ସହାୟତା ଦିଆଯାଇଥାଏ। AD sudo ପ୍ରଦାତାକୁ ସକ୍ରିୟ କରିବା ପାଇଁ, sudo_provider=ad
ସେଟିଙ୍ଗକୁ sssd.conf ଫାଇଲର ଡମେନ ବିଭାଗରେ ଯୋଗ କରନ୍ତୁ।
OpenSSH chroot
ସେଲ ଲଗଇନ
ସାଧାରଣତଃ, ପ୍ରତ୍ୟେକ Linux ବ୍ୟବହାରକାରୀଙ୍କୁ ଏକ SELinux ବ୍ୟବହାରକାରୀ SELinux ନିତୀ ବ୍ୟବହାର କରି, Linux ବ୍ୟବହାରକାରୀମାନଙ୍କୁ SELinux ବ୍ୟବହାରକାରୀଙ୍କ ଉପରେ ରଖାଯାଇଥିବା ବାରଣକୁ ସ୍ଥାନାନ୍ତରିତ କରିବା ପାଇଁଅନୁମତି ଦେଇଥାଏ। ସେଠାରେ ଗୋଟିଏ ପୂର୍ବନିର୍ଦ୍ଧାରିତ ମ୍ୟାପିଙ୍ଗ ଥାଏ ଯାହାକି Linux ବ୍ୟବହାରକାରୀମାନେSELinux unconfined_u ବ୍ୟବହାରକାରୀଙ୍କ ସହିତ ମେଳାଇଥାନ୍ତି।
Red Hat Enterprise Linux 7 ରେ, ChrootDirectory
ବିକଳ୍ପବ୍ୟବହାରକାରୀମାନଙ୍କୁ chrooting କରିବା ପାଇଁ ଅଜ୍ଞାତ ବ୍ୟବହାରକାରୀ ସହିତ ବିନା ପରିବର୍ତ୍ତନରେ ବ୍ୟବହାର କରିପାରିବେ, କିନ୍ତୁ ଜ୍ଞାତ ବ୍ୟବହାରକାରୀମାନଙ୍କ ପାଇଁ, ଯେପରିକି staff_u, user_u, କିମ୍ବା guest_u ପାଇଁ, SELinux selinuxuser_use_ssh_chroot
ପ୍ରାଚଳକୁ ସେଟ କରିବା ଉଚିତ।ପ୍ରଶାସକମାନଙ୍କୁ ସମସ୍ତ chrooted ବ୍ୟବହାରକାରୀଙ୍କ କ୍ଷେତ୍ରରେ guest_uusers କୁ ବ୍ୟବହାର କରିବା ପାଇଁ ଅଧିକ ସୁରକ୍ଷା ପାଇବା ପାଇଁ ChrootDirectory
ବିକଳ୍ପକୁ ବ୍ୟବହାର କରୁଥିବା ସମୟରେ ପରାମର୍ଶ ଦିଆଯାଇଥାଏ।
ଏକାଧିକ ଆବଶ୍ୟକୀୟ ବୈଧିକରଣ
Red Hat Enterprise Linux 7.0 ଏକାଧିକ ଆବଶ୍ୟକୀୟ ବୈଧିକରଣଗୁଡ଼ିକୁ SSH ପ୍ରଟୋକଲ ସଂସ୍କରଣ 2 ରେ AuthenticationMethods
ବିକଳ୍ପକୁ ବ୍ୟବହାର କରି ସହାୟତା ଦିଆଯାଇଥାଏ। ଏହି ବିକଳ୍ପଟି ବୈଧିକରଣ ପଦ୍ଧତି ନାମଗୁଡ଼ିକର ଗୋଟିଏ କିମ୍ବା ଅନେକ କୋମା ଦ୍ୱାରା ପୃଥକ ତାଲିକାଗୁଡ଼ିକୁ ତାଲିକାଭୁକ୍ତ କରିଥାଏ। ସେହି ସମସ୍ତ ପଦ୍ଧିତିଗୁଡ଼ିକର ସଫତାର ସହିତ ସମାପନ ବୈଧିକରଣ ପାଇଁ ଆବଶ୍ୟକ ହୋଇଥାଏ। ଏହା ସକ୍ରିୟ କରିଥାଏ, ଉଦାହରଣ ସ୍ୱରୂପ, ଏକ ବ୍ୟବହାରକାରୀଙ୍କୁ ପ୍ରବେଶ ସଂକେତ ପଚାରିବା ପୂର୍ବରୁ ପବ୍ଲିକ କି କିମ୍ବା GSSAPI ବ୍ୟବହାର କରି ବୈଧିକୃତ କରିବା ପାଇଁ ଆବଶ୍ୟକ ହୋଇଥାଏ।
GSS ପ୍ରକ୍ସି
GSS ପ୍ରକ୍ସି ହେଉଛି ତନ୍ତ୍ର ସର୍ଭିସ ଯାହାକି GSS API କର୍ବୋରସ ପ୍ରସଙ୍ଗକୁ ଅନ୍ୟ ପ୍ରୟୋଗଗୁଡ଼ିକ ବଦଳରେ ସ୍ଥାପନ କରିଥାଏ। ଏହା ସୁରକ୍ଷା ଲାଭ ଆଣିଥାଏ; ଉଦାହରଣ ସ୍ୱରୂପ, ଏକ ପରିସ୍ଥିତିରେ ଯେତେବେଳେ ତନ୍ତ୍ର କି ଟ୍ୟାବ ପାଇଁ ଅଭିଗମ୍ୟତାକୁ ବିଭିନ୍ନ ପ୍ରକ୍ରିୟା ମଧ୍ଯରେ ସହଭାଗ କରାଯାଇଥାଏ, ସେହି ପ୍ରକ୍ରିୟା ବିପକ୍ଷରେ ଏକ ସଫଳ ଆକ୍ରମଣ ଅନ୍ୟ ସମସ୍ତ କାର୍ଯ୍ୟଗୁଡ଼ିକରେ କର୍ବୋରସ ଚୋରି ହୋଇଥାଏ।
NSS ରେ ଥିବା ପରିବର୍ତ୍ତନଗୁଡ଼ିକ
nss ପ୍ୟାକେଜଗୁଡ଼ିକୁ ଅପଷ୍ଟ୍ରିମ ସଂସ୍କରଣ 3.15.2 କୁ ଉନ୍ନତ କରାଯାଇଛି। Message-Digest algorithm 2 (MD2), MD4, ଏବଂ MD5 ହସ୍ତାକ୍ଷରଗୁଡ଼ିକ ବର୍ତ୍ତମାନ ଅନଲାଇନ ପ୍ରମାଣପତ୍ର ସ୍ଥିତି ପ୍ରଟୋକଲ (OCSP) କିମ୍ବା certificate revocation lists (CRLs) ରେ ସହାୟତା ପ୍ରାପ୍ତ ନୁହଁ, ସେମାନଙ୍କର ସାଧାରଣ ହସ୍ତାକ୍ଷରଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାୟୀ ନୁହଁ।
ଉନ୍ନତ ସଂଗୁପ୍ତକରଣ ମାନକ Galois Counter ଧାରା (AES-GCM) ସିଫର ସୁଟ(RFC 5288 ଏବଂ RFC 5289) କୁ ଯୋଗ କରାଯାଇଛି ଯେତେବେଳେ TLS 1.2 ସହିତ ବୁଝାମଣା କରାଯାଉଥାଏ। ବିଶେଷ ଭାବରେ, ନିମ୍ନଲିଖିତ ସିଫର ସୁଟଗୁଡ଼ିକ ବର୍ତ୍ତମାନ ସହାୟତା ପ୍ରାପ୍ତ:
TLS_ECDHE_ECDSA_WITH_AES_128_GCM_SHA256
TLS_ECDHE_RSA_WITH_AES_128_GCM_SHA256
TLS_DHE_RSA_WITH_AES_128_GCM_SHA256
TLS_RSA_WITH_AES_128_GCM_SHA256
SCAP ୱର୍କବେଞ୍ଚ
SCAP ୱର୍କବେଞ୍ଚଟି ଗୋଟିଏ GUI ପ୍ରଚ୍ଛଦଭୂମି ଯାହାକି SCAP ବିଷୟବସ୍ତୁ ପାଇଁ ସ୍କାନିଙ୍ଗ କାର୍ଯ୍ୟ ପ୍ରଦାନ କରିଥାଏ। SCAP ୱର୍କବେଞ୍ଚକୁ Red Hat Enterprise Linux 7.0ରେ ପ୍ରଯୁକ୍ତଜ୍ଞାନ ପ୍ରାକଦର୍ଶନ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି।
ଆପଣ ଅପଷ୍ଟ୍ରିମ ପ୍ରକଳ୍ପର ବିସ୍ତୃତ ବିବରଣୀ ୱେବସାଇଟରେ ପାଇପାରିବେ:
OSCAP Anaconda ଏଡ଼ଅନ
Red Hat Enterprise Linux 7.0 OSCAP Anaconda ଏଡ଼ଅନକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଦର୍ଶାଇପାରିବେ।ସେହି ଏଡ଼ଅନ OpenSCAP ଉପଯୋଗିତାକୁ ସ୍ଥାପନ କାର୍ଯ୍ୟ ସହିତ ସନ୍ନିହିତ କରିଥାଏ ଏବଂ ତନ୍ତ୍ରର ନିମ୍ନଲିଖିତ ପ୍ରତିରୋଧଗୁଡ଼ିକୁ SCAP ବିଷୟବସ୍ତୁ ଦ୍ୱାରା ସ୍ଥାପନ କ୍ରିୟାକୁ ସକ୍ରିୟ କରିଥାଏ।
ଅଧ୍ଯାୟ 17. ସଦସ୍ଯତା ପରିଚାଳନା
Red Hat ସଦସ୍ୟତା ପରିଚାଳନା ସର୍ଭିସଗୁଡ଼ିକୁ ବ୍ୟବହାର କରି Red Hat Enterprise Linux 7.0 ଉପଲବ୍ଧ। ନିମ୍ନଲିଖିତ
ଜ୍ଞାନ ଆଧାର ପତ୍ରିକା ଏକ ସମୀକ୍ଷା ପ୍ରଦାନ କରିଥାଏ ଏବଂଆପଣଙ୍କର Red Hat Enterprise Linux 7.0 ତନ୍ତ୍ରକୁ Red Hat ସଦସ୍ୟତା ପରିଚାଳନା ସହିତ କିପରି ପଞ୍ଜିକରଣ କରାଯିବ ତାହାର ନିର୍ଦ୍ଦେଶ ପ୍ରଦାନ କରିଥାଏ।
ପ୍ରମାଣପତ୍ର ଆଧାରିତ ଅଧିକାର
Red Hat Enterprise Linux 7.0 ନୂତନ ପ୍ରମାଣପତ୍ର ଆଧାରିତ ଅଧିକାରଗୁଡ଼ିକୁ subscription-manager ସାଧନ ମାଧ୍ଯମରେ ସହାୟତା କରିଥାଏ। ପୁରୁଣା ଅଧିକାରଗୁଡ଼ିକ ମଧ୍ଯ ସାଟେଲାଇଟ ପାଇଁ Red Hat Enterprise Linux 5 ଏବଂ 6 ମଧ୍ଯରେ ପରିବର୍ତ୍ତନ ପାଇଁ ସହାୟତା ପ୍ରାପ୍ତ। ମନେରଖନ୍ତୁ ଯେ rhn_register କିମ୍ବା rhnreg_ks ସାଧନକୁ ବ୍ୟବହାର କରି Red Hat ନେଟୱର୍କ କ୍ଲାସିକରେ ପଞ୍ଜିକରଣ କରିବା Red Hat Enterprise Linux 7.0 ରେ କାମ କରିବ ନାହିଁ। ଆପଣ ଲିଖିତ ସାଧନଗୁଡ଼ିକୁ ବ୍ୟବହାର କରି Red Hat ସାଟେଲାଇଟ କିମ୍ବା ପ୍ରକ୍ସି ସଂସ୍କରଣ 5.6 କୁ ବ୍ୟବହାର କରିପାରିବେ।
Red Hat Enterprise Linux 7.0 GNOME ଡେସ୍କଟପର ପରବର୍ତ୍ତୀ ମୂଖ୍ୟ ସଂସ୍କରଣ, GNOME 3 କୁ ଦର୍ଶାଇଥାଏ। GNOME 3 ର ବ୍ୟବହାରକାରୀ ଅଭିଜ୍ଞତା ମୂଖ୍ୟତଃ GNOME ସେଲ ଦ୍ୱାରା ବ୍ୟାଖ୍ୟା କରାଯାଇଛି, ଯାହାକିGNOME 2 ଡେସ୍କଟପ ସେଲକୁ ବଦଳାଇଥାଏ। ଏହା ବ୍ୟତୀତ ୱିଣ୍ଡୋ ପରିଚାଳନା, GNOME ସେଲପରଦାର ଉପରେ ପଟି ପ୍ରଦାନ କରିଥାଏ, ଯେଉଁଥିରେ ଡାହାଣ ପାଖରେ 'ତନ୍ତ୍ର ସ୍ଥିତି' କୁ ହୋଷ୍ଟ କରିଥାଏ, ଗୋଟିଏ ଘଡ଼ି, ଏବଂ ଗୋଟିଏ କାର୍ଯ୍ୟରତ କୋଣ ଯାହାକି କାର୍ୟ୍ୟକ୍ରମ ସମୀକ୍ଷା
କୁ ବଦଳାଇଥାଏ, ଯାହାକି ପ୍ରୟୋଗ ଏବଂ ୱିଣ୍ଡୋଗୁଡ଼ିକୁ ସହଜମୟ ଅଭିଗମ୍ୟତା ପ୍ରଦାନ କରିଥାଏ।
Red Hat Enterprise Linux 7.0 ରେ ପୂର୍ବନିର୍ଦ୍ଧାରିତ GNOME ସେଲ ଅନ୍ତରାପୃଷ୍ଠଟି ହେଉଛି GNOME କ୍ଲାସିକ ଯାହାକିଗୋଟିଏ ୱିଣ୍ଡୋ ତାଲିକାକୁ ପରଦା ତଳେ ଏବଂ ପାରମ୍ପରିକ ଏବଂ ତାଲିକାକୁ ଦର୍ଶାଇଥାଏ।
GNOME 3 ବିଷୟରେ ଅଧିକ ସୂଚନା ପାଇଁ, GNOME ସହାୟତା ସହିତ ସମ୍ପର୍କ କରନ୍ତୁ। ଏହାକୁ ଅଭିଗମ୍ୟ କରିବା ପାଇଁ,Super (Windows) କି କୁ ଦବାନ୍ତୁ ଯାହା ଆପଣଙ୍କୁ କାର୍ଯ୍ୟକ୍ରମ ସମୀକ୍ଷା
ରେ ପ୍ରବେଶାନୁମତି ଦେବ, help
ଲେଖନ୍ତୁ, ଏବଂ ତାପରେ Enter ଦବାନ୍ତୁ।
GTK+ 3
GNOME 3 GTK+ 3 ଲାଇବ୍ରେରୀକୁ ବ୍ୟବହାର କରିଥାଏ ଯାହାକି GTK+ 2 ସହିତ ସ୍ଥାପନ କରାଯାଇପାରିବ। ଉଭୟ GTK+ ଏବଂ GTK+ 3 Red Hat Enterprise Linux 7.0 ରେ ଉପଲବ୍ଧ। ସ୍ଥିତବାନ GTK+ 2 ପ୍ରୟୋଗଗୁଡ଼ିକGNOME 3 ରେ କାମ କରିଚାଲିବ।
GNOME ବାକ୍ସ
Red Hat Enterprise Linux 7.0 ଏକ ହାଲୁକା ଆଲେଖିକ ଡେସ୍କଟପ ଆଭାସୀକରଣ ସାଧନକୁ ଆରମ୍ଭ କରିଛି ଯାହାକୁ ଆଭାସୀ ତନ୍ତ୍ର ଏବଂ ସୁଦୂର ତନ୍ତ୍ରଗୁଡ଼ିକୁ ଦେଖିବା ପାଇଁ ବ୍ୟବହାର କରାଯାଇଥାଏ। GNOME ବାକ୍ସ ଭିନ୍ନ ପ୍ରକାରର ପ୍ରଚାଳନ ତନ୍ତ୍ର ଏବଂ ପ୍ରୟୋଗଗୁଡ଼ିକୁ ଅତିକମ ବିନ୍ୟାସରେ ଡେସ୍କଟପରୁ ପରୀକ୍ଷା କରିବା ପାଇଁ ସୁବିଧା ପ୍ରଦାନ କରିଥାଏ।
Red Hat Enterprise Linux 7.0 KDE ପ୍ଲାଜମା କାର୍ଯ୍ୟକ୍ଷେତ୍ର ସଂସ୍କରଣ 4.10 ଏବଂ KDE ପ୍ଲାଟଫର୍ମ ଏବଂ ପ୍ରୟୋଗଗୁଡ଼ିକର ନୂତନ ସଂସ୍କରଣକୁ ଦର୍ଶାଇଥାଏ। ଏହି ପ୍ରକାଶନ ବିଷୟରେ ଅଧିକ ଜାଣିବା ପାଇଁ,
http://www.kde.org/announcements/4.10/ ସହିତ ଯୋଗାଯୋଗ କରନ୍ତୁ।
KScreen
ଏକାଧିକ ପ୍ରଦର୍ଶନୀଗୁଡ଼ିକର ବିନ୍ୟାସ
KScreen ସହିତ ଉନ୍ନତ ହୋଇଛି, ଯାହା ହେଉଛି KDE ପାଇଁ ଏକ ନୂତନ ପରଦା ପରିଚାଳନା ସଫ୍ଟୱେର।
KScreen ମନିଟର ବିନ୍ୟାସ ଏବଂ ରୂପରେଖାର ସ୍ୱୟଂଚାଳିତ ସଂରକ୍ଷଣ ଏବଂ ସଂଯୁକ୍ତ ମନିଟରଗୁଡ଼ିକର ପୁନଃସ୍ଥାପନ ପାଇଁ ନୂତନ ବ୍ୟବହାରକାରୀ ଅନ୍ତରାପୃଷ୍ଠ ପ୍ରଦାନ କରିଥାଏ।KScreen ବିଷୟରେ ଅଧିତ ତଥ୍ୟ ପାଇଁ,
http://community.kde.org/Solid/Projects/ScreenManagement କୁ ଦେଖନ୍ତୁ।
ଅଧ୍ଯାୟ 19. ୱେବ ସର୍ଭର ଏବଂ ସର୍ଭିସମାନ Apache HTTP ସର୍ଭର 2.4
Apache HTTP ସର୍ଭରର ସଂସ୍କରଣ 2.4 (httpd
) କୁRed Hat Enterprise Linux 7.0 ରେ ଅନ୍ତର୍ଭୁକ୍ତ କରାଯାଇଛି, ଏବଂ କିଛି ନୂତନ ବିଶେଷତା ପ୍ରଦାନ କରିଥାଏ:
"ଘଟଣା" କାର୍ଯ୍ୟକାରୀ ମଡ୍ୟୁଲ, ଅସନ୍ତୁଳିତ ଅନୁରୋଧ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟଦକ୍ଷତାର ଏକ ଉନ୍ନତ ସଂସ୍କରଣ;
mod_proxy
ମଡ୍ୟୁଲରେ ସ୍ଥାନୀୟ FastCGI ସହାୟତା;
Lua ଭାଷା ବ୍ୟବହାର କରି ସନ୍ନିହତ ସ୍କ୍ରିପ୍ଟିଙ୍ଗ ପାଇଁ ସହାୟତା।
MariaDB 5.5
MariaDB ଟି ହେଉଛି Red Hat Enterprise Linux 7.0ରେ MySQL ର ପୂର୍ବନିର୍ଦ୍ଧାରିତ ନିୟୋଜନ। MariaDB ହେଉଛିMySQL ତଥ୍ୟାଧାର ପ୍ରକଳ୍ପର ସମ୍ପ୍ରଦାୟ ଦ୍ୱାରା ବିକାଶିତ ଫର୍କ, ଏବଂଏହା MySQL ର ଏକ ବିକଳ୍ପ ହୋଇଥାଏ। MariaDB ଟି MySQL ସହିତ API ଏବଂ ABI ସୁସଙ୍ଗତତାକୁ ସଂରକ୍ଷଣ କରିଥାଏ ଏବଂ ଅନେକ ନୂତନ ବିଶେଷତାଗୁଡ଼ିକୁ ଯୋଗ କରିଥାଏ; ଉଦାହରଣ ସ୍ୱରୂପ, ଉନ୍ନତ କାର୍ଯ୍ୟଦକ୍ଷତା,ଉତ୍ତମ ସର୍ଭିର ସ୍ଥିତି ପ୍ରାଚଳ କିମ୍ବା ଉନ୍ନତ ପ୍ରତିଫଳନ ବିଶିଷ୍ଟ ଏକ ଅଟକାଉନଥିବା କ୍ଲାଏଣ୍ଟ API ଲାଇବ୍ରେରୀ, Aria ଏବଂ XtraDB ସଂରକ୍ଷଣ ଯନ୍ତ୍ରଗୁଡ଼ିକ।
PostgreSQL 9.2
PostgreSQL ଟି ଗୋଟିଏ ଉନ୍ନତ ଧରଣର ବସ୍ତୁ-ନିର୍ଦ୍ଦିଷ୍ଟ ତଥ୍ୟାଧାର ପରିଚାଳନା ତନ୍ତ୍ର (DBMS). postgresql ପ୍ୟାକେଜଗୁଡ଼ିକରେ PostgreSQL ସର୍ଭର ପ୍ୟାକେଜ, କ୍ଲାଏଣ୍ଟ ପ୍ରଗ୍ରାମ ଏବଂ ଲାଇବ୍ରେରୀ ଅନ୍ତର୍ଭୁକ୍ତ ଯାହାକି ଗୋଟିଏ PostgreSQL DBMS ସର୍ଭର ଆବଶ୍ୟକ କରିଥାଏ।
Red Hat Enterprise Linux 7.0 PostgreSQL ର ସଂସ୍କରଣ 9.2 କୁ ଦର୍ଶାଇଥାଏ। ସଂସ୍କରଣ 8.4 ବିପକ୍ଷରେ ନୂତନ ବିଶେଷତା, ତୃଟି ସମାଧାନ ଏବଂ ସମ୍ଭାବ୍ୟ ଅସଙ୍ଗତତାଗୁଡ଼ିକର ଏକ ତାଲିକା ପାଇଁ ତାହାକୁ Red Hat Enterprise Linux 6 ରେ ପ୍ୟାକ ହୋଇଛି, ଦୟାକରି ଅପଷ୍ଟ୍ରିମ ପ୍ରକାଶନ ଟିପ୍ପଣୀକୁ ଅନୁସରଣ କରନ୍ତୁ:
ଅଥବା PostgreSQL ୱିକି ପୃଷ୍ଠାଗୁଡ଼ିକ:
Red Hat Enterprise Linux 7.0 ପାଇଁ ଦଲିଲିକରଣ ଅନେକ ପୃଥକ ଦଲିଲର ମିଶ୍ରଣରେ ହୋଇଥାଏ।ଏହି ଦଲିଲଗୁଡ଼ିକ ମଧ୍ଯରୁ ପ୍ରତ୍ୟେକଟିଦଲିଲ ଗୋଟିଏ କିମ୍ବା ଅନେକ ବସ୍ତୁ ସ୍ଥାନ ମଧ୍ଯରୁ ହୋଇଥାଏ:
ପ୍ରକାଶନ ଦଲିଲକରଣ
ସ୍ଥାପନ ଏବଂ ନିୟୋଜନ
ସୁରକ୍ଷା
ସାଧନ ଏବଂ କାର୍ଯ୍ୟକ୍ଷମତା
ଏକତ୍ରିକରଣ
ଆଭାସୀକରଣ
ପ୍ରକାଶନ ଟିପ୍ପଣୀ
ପ୍ରକାଶନ ଟିପ୍ପଣୀ Red Hat Enterprise Linux 7.0 ରେ ଥିବା ମୂଖ୍ୟ ନୂତନ ବିଶେଷତାଗୁଡ଼ିକୁ ଲେଖିଥାଏ।
ଯାନ୍ତ୍ରିକ ଟିପ୍ପଣୀ
Red Hat Enterprise Linux
ଯାନ୍ତ୍ରିକ ଟିପ୍ପଣୀ ଏହି ପ୍ରକାଶନରେ ଜଣା ଥିବା ସମସ୍ୟାଗୁଡ଼ିକ ବିଷୟରେ ସୂଚନା ଗ୍ରହଣ କରିଥାଏ।
ସ୍ଥାନାନ୍ତରଣ ଯୋଜନା ପୁସ୍ତକ
Red Hat Enterprise Linux
ସ୍ଥାନାନ୍ତରଣ ଯୋଜନା ପୁସ୍ତକ Red Hat Enterprise Linux 6 ରୁ Red Hat Enterprise Linux 7 କୁ ସ୍ଥାନାନ୍ତରଣର ତଥ୍ୟକୁ ଲେଖିଥାଏ।
ଡେସ୍କଟପ ସ୍ଥାନାନ୍ତରଣ ଏବଂ ପ୍ରଶାସନ ପୁସ୍ତକ
ଡେସ୍କଟପ ଏବଂ ପ୍ରଶାସନ ପୁସ୍ତକ ଟି GNOME 3 ଡେସ୍କଟପ ସ୍ଥାନାନ୍ତରଣ ଯୋଜନା, ନିୟୋଜନ, ବିନ୍ୟାସ, ଏବଂ Red Hat Enterprise Linux 7 ର ପ୍ରଶାସନ ପାଇଁ ଏକ ପୁସ୍ତକ।
ସ୍ଥାପନ ପୁସ୍ତିକା
ସ୍ଥାପନ ପୁସ୍ତକ Red Hat Enterprise Linux 7 ର ସ୍ଥାପନ ସମ୍ପୃକ୍ତ ସୂଚନାକୁ ଲେଖିଥାଏ। ଏହି ପୁସ୍ତକଟି ଉନ୍ନତ ସ୍ଥାପନ ପଦ୍ଧତିକୁ ବର୍ଣ୍ଣନା କରିଥାଏ ଯେପରିକି kickstart ଏବଂ PXE ସ୍ଥାପନ, ଏବଂ VNC ଉପରେ ସ୍ଥାପନ, ଏବଂ ମଧ୍ଯ ସାଧାରଣ ସ୍ଥାପନ ପରବର୍ତ୍ତୀ କାର୍ୟ୍ୟ।
ତନ୍ତ୍ର ପ୍ରଶାସନ ପୁସ୍ତକ
ତନ୍ତ୍ର ପ୍ରଶାସନ ପୁସ୍ତକ ନିୟୋଜନ, ବିନ୍ୟାସ, ଏବଂ Red Hat Enterprise Linux 7 ର ପ୍ରଶାସନ ବିଷୟରେ ସୂଚନା ପ୍ରଦାନ କରିଥାଏ।
ତନ୍ତ୍ର ପ୍ରଶାସନର ସନ୍ଦର୍ଭ ପୁସ୍ତକ ସଂରକ୍ଷଣ ପ୍ରଶାସନ ପୁସ୍ତକ
ସଂରକ୍ଷଣ ପ୍ରଶାସନ ପୁସ୍ତକ କେଉଁପରି ଭାବରେ ସଂରକ୍ଷଣ ଉପକରଣ ଏବଂ Red Hat Enterprise Linux 7 ରେ ଫାଇଲତନ୍ତ୍ରଗୁଡ଼ିକୁ ପରିଚାଳନା କରିବେ ତାହା ବିଷୟରେ ନିର୍ଦ୍ଦେଶ ପ୍ରଦାନ କରିଥାଏ। ଏହାକୁ ତନ୍ତ୍ର ପ୍ରଶାସକମାନଙ୍କ ଦ୍ୱାରା ବ୍ୟବହାର ହେବା ପାଇଁ Linux ର Red Hat Enterprise Linux କିମ୍ବା Fedora ବଣ୍ଟନରେ ରଖାଯାଇଥାଏ ।
ଜାଗତିକ ଫାଇଲ ତନ୍ତ୍ର 2
ଜାଗତିକ ଫାଇଲ ତନ୍ତ୍ର 2 ପୁସ୍ତକ ସଂରଚନା ବିଷୟରେ ତଥ୍ୟ ପ୍ରଦାନ କରିଥାଏ ଏବଂ Red Hat GFS2 (Red Hat ଜାଗତିକ ଫାଇଲ ତନ୍ତ୍ର 2) କୁ Red Hat Enterprise Linux 7 ପାଇଁ ପରିଚାଳନା କରିଥାଏ ।
ତାର୍କିକ ଭଲ୍ୟୁମ ପରିଚାଳନା ପ୍ରଶାସନ
ସଂରକ୍ଷଣ ପ୍ରଶାସନ ପୁସ୍ତକ ସଂରକ୍ଷଣ ଉପକରଣ ଏବଂ Red Hat Enterprise Linux 7 ଉପରେ ଫାଇଲତନ୍ତ୍ରଗୁଡ଼ିକୁ କିପରି ପ୍ରଦାନ କରାଯିବ ତାହା ବିଷୟରେ ନିର୍ଦ୍ଦେଶ ଦେଇଥାଏ। ଏହାକୁ ତନ୍ତ୍ର ପ୍ରଶାସକଙ୍କ ଦ୍ୱାରା Linux ର Red Hat Enterprise Linux କିମ୍ବା Fedora ବଣ୍ଟନର ତୁରନ୍ତ ଅଭିଜ୍ଞତା ଦ୍ୱାରା ବ୍ୟବହାର କରିବା ପାଇଁ ଆଶା ରଖାଯାଇଥାଏ।
କର୍ଣ୍ଣଲ କ୍ରାସ ଡମ୍ପ ପୁସ୍ତକ ସୁରକ୍ଷା ପୁସ୍ତକ
ସୁରକ୍ଷା ପୁସ୍ତକ କୁ ବ୍ୟବହାକାରୀ ଏବଂ ପ୍ରଶାସକଙ୍କୁ ୱର୍କଷ୍ଟସନ ଏବଂ ସର୍ଭରଗୁଡ଼ିକୁ ସ୍ଥାନିୟ ଏବଂ ସୁଦୂର ଚୋରୀ,ପ୍ରଲୋଭନ ଏବଂ ତୃଟିଯୁକ୍ତ କାର୍ଯ୍ୟକଳାପରୁ ସୁରକ୍ଷା ଦେବା ପାଇଁ ସହାୟତା ଦେବାକୁ କାର୍ଯ୍ୟଗୁଡ଼ିକୁ ରଚନା କରାଯାଇଥାଏ।
SELinux ବ୍ୟବହାରକାରୀ ଏବଂ ପ୍ରଶାସକ ପୁସ୍ତକ
SELinux ବ୍ୟବହାରକାରୀ ଏବଂ ପ୍ରଶାସକ ପୁସ୍ତକ Linux ପରିଚାଳନା ଏବଂ ସୁରକ୍ଷା ଉନ୍ନତିକୁ ବର୍ଣ୍ଣନା କରିଥାଏ। ମନେରଖନ୍ତୁ ଯେ ସର୍ଭିସଗୁଡ଼ିକୁ ସହାୟତା ଦେବା ପାଇଁ, ଯାହାକି Red Hat Enterprise Linux 6 ର ଏକମାତ୍ର ବହିରେ ଲେଖା ହୋଇଥାଏ, ତାହା ବର୍ତ୍ତମାନ SELinux ବ୍ୟବହାରକାରୀ ଏବଂ ପ୍ରଶାସକ ପୁସ୍ତକର ଏକ ଅଂଶ ଅଟେ।
20.4. ସାଧନ ଏବଂ କାର୍ଯ୍ୟକ୍ଷମତା ଉତ୍ସ ପରିଚାଳନା ପୁସ୍ତକ
ଉତ୍ସ ପରିଚାଳନା ପୁସ୍ତକ Red Hat Enterprise Linux 7 ରେ ସାଧନ ଏବଂ କୌଶଳଗୁଡ଼ିକୁ ତନ୍ତ୍ର ଉତ୍ସକୁ ପରିଚାଳନା କରିବା ପାଇଁ ଦଲିଲଭୁକ୍ତ କରିଥାଏ।
ଶ୍କତି ପରିଚାଳନା ପୁସ୍ତକ
ଶକ୍ତି ପରିଚାଳନା ପୁସ୍ତକ କୁ Red Hat Enterprise Linux 7 ରେ କିପରି ଶକ୍ତି ପରିଚାଳନା କରାଯିବ ତାହା ବିଷୟରେ ଲେଖା ଯାଇଥାଏ।
କାର୍ଯ୍ୟଦକ୍ଷତା ସଜଡ଼ା ପୁସ୍ତକ ବିକାଶକାରୀ ପୁସ୍ତକ
ବିକାଶକାରୀ ପୁସ୍ତକ Red Hat Enterprise Linux 7 କୁ ଏକ ବାଣିଜ୍ୟିକ ପ୍ଲାଟଫର୍ମ କରୁଥିବା ବିଭିନ୍ନ ବିଶେଷତା ଏବଂ ଉପଯୋଗିତାଗୁଡ଼ିକୁ ବର୍ଣ୍ଣନା କରିଥାଏ।
SystemTap ପ୍ରାରମ୍ଭକାରୀ ପୁସ୍ତକ
SystemTap ପ୍ରାଥମିକ ପୁସ୍ତକ SystemTap କୁ Red Hat Enterprise Linux ର ବିଭିନ୍ନ ଉପତନ୍ତ୍ରଗୁଡ଼ିକରେ କିପରି ଲେଖାଯିବ ତାହା ବିଷୟରେ ମୌଳିକ ନିର୍ଦ୍ଦେଶ ପ୍ରଦାନ କରିଥାଏ।
SystemTap ସନ୍ଦର୍ଭ 20.5. କ୍ଲଷ୍ଟରିଙ୍ଗ ଏବଂ ଉଚ୍ଚ ଉପଲବ୍ଧତା ଉଚ୍ଚ ଉପଲବ୍ଧତା ଏଡ଼ଅନ ପ୍ରଶାସନ
ଉଚ୍ଚ ଉପଲବ୍ଧତା ଏଡ଼ଅନ ପ୍ରଶାସନ ପୁସ୍ତକ Red Hat Enterprise Linux 7ରେ କିପରି ଉଚ୍ଚ ଉପଲବ୍ଧତା ଏଡ଼ଅନଗୁଡ଼ିକୁ ବିନ୍ୟାସ କରାଯିବ ତାହା ବିଷୟରେ ସୂଚନା ପ୍ରଦାନ କରିଥାଏ।
ଉଚ୍ଚ ଉପଲବ୍ଧତା ଏଡ଼ଅନ ସମୀକ୍ଷା ଉଚ୍ଚ ଉପଲବ୍ଧତା ଏଡ଼ଅନ ସନ୍ଦର୍ଭ ଭାର ସନ୍ତୁଳନ ପ୍ରଶାସନ DM ଏକାଧିକ ପଥ
DM ମଲଟିପଥ ପୁସ୍ତକ ବ୍ୟବହାରକାରୀଙ୍କୁ Red Hat Enterprise Linux 7 ପାଇଁ ଉପକରଣ ମେଳକ ମଲଟିପଥ ବିଶେଷତାକୁ ଦର୍ଶାଇଥାଏ।
ଆଭାସୀକରଣ ପ୍ରାରମ୍ଭିକ ପୁସ୍ତକ ଆଭାସୀକରଣ ନିୟୋଜନ ଏବଂ ପ୍ରଶାସନ ପୁସ୍ତକ ଆଭାସୀକରଣ ସୁରକ୍ଷା ପୁସ୍ତକ
ଆଭାସୀକରଣ ସୁରକ୍ଷା ପୁସ୍ତକ Red Hat ଦ୍ୱାରା ପ୍ରଦତ୍ତ ଆଭାସୀକରଣ ସୁରକ୍ଷା ପ୍ରଯୁକ୍ତିଜ୍ଞାନ ବିଷୟରେ ସମୀକ୍ଷା ଦେଇଥାଏ, ଏବଂ ଆଭାସୀ ହୋଷ୍ଟ, ଅତିଥି, ଏବଂ ସହଭାଗୀ ସଂରଚନା ଏବଂ ଉତ୍ସପରିବେଶଗୁଡ଼ିକ ବିଷୟରେ ପରାମର୍ଶ ଦେଇଥାଏ।
ଆଭାସୀକରଣ ସନ୍ତୁଳନ ଏବଂ ଉତ୍କୃଷ୍ଟକରଣ ପୁସ୍ତକ
ଆଭାସୀକରଣସନ୍ତୁଳନ ଏବଂ ଉତ୍କୃଷ୍ଟକରଣ ପୁସ୍ତକ KVM ଏବଂ ଆଭାସୀକରଣ କାର୍ଯ୍ୟଦକ୍ଷତାକୁ ବର୍ଣ୍ଣନା କରିଥାଏ। ସେହି ପୁସ୍ତକ ମଧ୍ଯରେ ଆପଣ KVM କାର୍ଯ୍ୟଦକ୍ଷତା ବିଶେଷତା ଏବଂ ବିକଳ୍ପଗୁଡ଼ିକ ବିଷୟରେ ଆପଣଙ୍କର ହୋଷ୍ଟ ତନ୍ତ୍ର ଏବଂ ଆଭାସୀ ଅତିଥିଗୁଡ଼ିକ ପାଇଁ ସୂଚନା ଏବଂ ପ୍ରସ୍ତାବ ପାଇପାରିବେ।
Linux ଧାରଣକାରୀ ପୁସ୍ତକ
Linux ଧାରଣକାରୀ ପୁସ୍ତକ Red Hat Enterprise Linux 7.0 ରେ Linux ଧାରଣ ପାତ୍ରର ସଂରଚନା ଏବଂ ପରିଚାଳନା ବିଷୟରେ Linux ଧାରଣପାତ୍ର ପାଇଁ ସୂଚନା ପାଇଥାଏ।
ଅଧ୍ଯାୟ 21. ଆନ୍ତର୍ଜାତୀୟକରଣ 21.1. Red Hat Enterprise Linux 7.0 ଆନ୍ତର୍ଜାତୀୟକରଣ ଭାଷା
Red Hat Enterprise Linux 7.0 ଏକାଧିକ ଭାଷାର ସ୍ଥାପନ ଏବଂ ଆପଣଙ୍କର ଆବଶ୍ୟକତା ଅନୁସାରେ ଭାଷା ପରିବର୍ତ୍ତନକୁ ସହାୟତା କରିଥାଏ।
ନିମ୍ନଲିଖିତ ଭାଷାଗୁଡ଼ିକ Red Hat Enterprise Linux 7.0 ରେ ସହାୟତା ପ୍ରାପ୍ତ:
ପୂର୍ବ ଏସିଆନ ଭାଷା - ଜାପାନିଜ, କୋରିଆନ, ସରଳିକୃତ ଚାଇନିଜ, ଏବଂ ପାରମ୍ପରିକ ଚାଇନିଜ।
ୟୁରୋପିଆନ ଭାଷା - ଇଂରାଜୀ, ଜର୍ମାନ, ସ୍ପେନିସ, ଫ୍ରେଞ୍ଚ, ଇଟାଲିଆନ, ପର୍ତ୍ତୁଗିଜବ୍ରାଜିଲିଆନ, ଏବଂ ରୁସିଆନ।
ଭାରତୀୟ ଭାଷା - ଆସାମିଜ, ବେଙ୍ଗଲି, ଗୁଜୁରାତି, ହିନ୍ଦି, କନ୍ନଡ଼, ମାଲୟାଲାମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ଏବଂ ତେଲୁଗୁ।
ନିମ୍ନରେ ଥିବା ସାରଣୀ ବର୍ତ୍ତମାନ ସହାୟତା ପ୍ରାପ୍ତ ଭାଷା, ସେଗୁଡ଼ିକର ସ୍ଥାନୀୟତା, ପୂର୍ବନିର୍ଦ୍ଧାରିତ ଭାବେ ସ୍ଥାପିତ ଅକ୍ଷରରୂପ, ଏବଂ କିଛି ସହାୟତା ପ୍ରାପ୍ତ ଭାଷାଗୁଡ଼ିକ ପାଇଁ ଆବଶ୍ୟକୀୟ ପ୍ୟାକେଜଗୁଡ଼ିକର ସାରାଂଶ ପ୍ରଦାନ କରିଥାଏ।
ସାରଣୀ 21.1. ଭାଷା ସହାୟତା ମେଟ୍ରିକ୍ସ
ପ୍ରଦେଶ
ଭାଷା
ଲୋକେଲ
ପୂର୍ବନିର୍ଦ୍ଧାରିତ ଅକ୍ଷରରୂପ (ଅକ୍ଷରରୂପ ପ୍ୟାକେଜ)
ନିବେଶ ପ୍ରଣାଳୀ
ବ୍ରାଜିଲ
ପର୍ତ୍ତୁଗିଜ
pt_BR.UTF-8
DejaVu Sans (dejavu-sans-fonts)
ଫ୍ରାନ୍ସ
ଫ୍ରେଞ୍ଚ
fr_FR.UTF-8
DejaVu Sans (dejavu-sans-fonts)
ଜର୍ମାନୀ
ଜର୍ମାନ
de_DE.UTF-8
DejaVu Sans (dejavu-sans-fonts)
ଇଟାଲୀ
ଇଟାଲୀ
it_IT.UTF-8
DejaVu Sans (dejavu-sans-fonts)
ରୁଷ
ରୁସିଆନ
ru_RU.UTF-8
DejaVu Sans (dejavu-sans-fonts)
ସ୍ପେନ
ସ୍ପେନିସ
es_ES.UTF-8
DejaVu Sans (dejavu-sans-fonts)
USA
ଇଂରାଜୀ
en_US.UTF-8
DejaVu Sans (dejavu-sans-fonts)
ଚାଇନା
ସରଳିକୃତ ଚାଇନିଜ
zh_CN.UTF-8
WenQuanYi Zen Hei Sharp (wqy-zenhei-fonts)
ibus-libpinyin, ibus-table-chinese
ଜାପାନ
ଜାପାନୀ
ja_JP.UTF-8
VL PGothic (vlgothic-p-fonts)
ibus-kkc
କୋରୀୟା
କୋରୀୟାନ
ko_KR.UTF-8
NanumGothic (nhn-nanum-gothic-fonts)
ibus-hangul
ତାଇୱାନ
ପାରମ୍ପରିକ ଚାଇନିଜ
zh_TW.UTF-8
AR PL UMing TW (cjkuni-uming-fonts)
ibus-chewing, ibus-table-chinese
ଭାରତ
ଆସାମୀ
as_IN.UTF-8
ଲୋହିତ ଆସାମୀ (lohit-assamese-fonts)
ibus-m17n, m17n-db, m17n-contrib
ବେଙ୍ଗଲି
bn_IN.UTF-8
ଲୋହିତ ବେଙ୍ଗଲି (lohit-bengali-fonts)
ibus-m17n, m17n-db, m17n-contrib
ଗୁଜୁରାଟୀ
gu_IN.UTF-8
ଲୋହିତ ଗୁଜୁରାତୀ (lohit-gujarati-fonts)
ibus-m17n, m17n-db, m17n-contrib
ହିନ୍ଦୀ
hi_IN.UTF-8
ଲୋହିତ ହିନ୍ଦି (lohit-devanagari-fonts)
ibus-m17n, m17n-db, m17n-contrib
କନ୍ନଡ
kn_IN.UTF-8
ଲୋହିତ କନ୍ନଡ଼ (lohit-kannada-fonts)
ibus-m17n, m17n-db, m17n-contrib
ମଲୟାଲମ
ml_IN.UTF-8
ମୀରା (smc-meera-fonts)
ibus-m17n, m17n-db, m17n-contrib
ମରାଠି
mr_IN.UTF-8
ଲୋହିତ ମରାଠି (lohit-marathi-fonts)
ibus-m17n, m17n-db, m17n-contrib
ଓଡ଼ିଆ
or_IN.UTF-8
ଲୋହିତ ଓଡ଼ିଆ (lohit-oriya-fonts)
ibus-m17n, m17n-db, m17n-contrib
ପଞ୍ଜାବି
pa_IN.UTF-8
ଲୋହିତ ପଞ୍ଜାବୀ(lohit-punjabi-fonts)
ibus-m17n, m17n-db, m17n-contrib
ତାମିଲ
ta_IN.UTF-8
ଲୋହିତ ତାମିଲ (lohit-tamil-fonts)
ibus-m17n, m17n-db, m17n-contrib
ତେଲଗୁ
te_IN.UTF-8
ଲୋହିତ ତେଲୁଗୁ (lohit-telugu-fonts)
ibus-m17n, m17n-db, m17n-contrib
21.2. ଆନ୍ତର୍ଜାତୀୟକରଣରେ ସାଧାରଣ ପରିବର୍ତ୍ତନଗୁଡ଼ିକ ନୂତନ yum-langpacks ପ୍ଲଗଇନ
ଗୋଟିଏ ନୂତନ YUM ପ୍ଲଗଇନ, yum-langpacks ବର୍ତ୍ତମାନ ବ୍ୟବହାରକାରୀମାନଙ୍କୁ ଅନୁବାଦ ଉପପ୍ୟାକେଜଗୁଡ଼ିକୁ ବିଭିନ୍ନ ଭାଷାର ସଂକେତ ସ୍ଥାପନ କରିବା ପାଇଁ ଅନୁମତି ଦେଇଥାଏ।
ଭାଷା ସଂକେତ ଏବଂ କିବୋର୍ଡ ବିନ୍ୟାସ
localectl ଟି ତନ୍ତ୍ରର ଭାଷା ସଂକେତ ଏବଂ କିବୋର୍ଡ ବିନ୍ୟାସକୁ ପରିବର୍ତ୍ତନ କରିବା ପାଇଁ ଗୋଟିଏ ନୂଆ ଉପଯୋଗିତା; ବିନ୍ୟାସଟି ପାଠ୍ୟ କୋନସଲରେ ପୁନଃ ବ୍ୟବହାର ହୋଇଥାଏ ଏବଂ ଡେସ୍କଟପ ପରିବେଶଗୁଡ଼ିକରେ ସେଥିରୁ ଗୁଣ ସ୍ଥାନାନ୍ତରିତ ହୋଇଥାଏ।localectl ମଧ୍ଯ ଗୋଟିଏ ହୋଷ୍ଟନାମ ସ୍ୱତନ୍ତ୍ରଚରକୁ SSH ଉପରେ ସୁଦୂର ତନ୍ତ୍ରର ପ୍ରଶାସନ ପାଇଁ ଗ୍ରହଣ କରିଥାଏ।
IBus ରେ ପରିବର୍ତ୍ତନଗୁଡ଼ିକ
Red Hat Enterprise Linux 7.0 ରେ Intelligent Input Bus (IBus) ସଂସ୍କରଣ 1.5 ସହାୟତା ଅନ୍ତର୍ଭୁକ୍ତ। IBus ପାଇଁ ସହାୟତା ବର୍ତ୍ତମାନ GNOME ରେ ସନ୍ନିହିତ।
ନିବେଶ ପଦ୍ଧତିକୁ gnome-control-center region
ନିର୍ଦ୍ଦେଶ ବ୍ୟବହାର କରି ଯୋଗକରାଯାଇପାରିବ, ଏବଂ gnome-control-center keyboard
ନିର୍ଦ୍ଦେଶକୁ ନିବେଶ ହଟକିଗୁଡ଼ିକୁ ସେଟ କରିବା ପାଇଁ ବ୍ୟବହାର କରାଯାଇପାରିବ।
GNOME ଅଧିବେଶନ ବ୍ୟତୀତ, ibus ଉଭୟ XKB ବିନ୍ୟାସ ଏବଂ ibus-setup ଉପକରଣରେ ଥିବା ନିବେଶ ପଦ୍ଧତିଗୁଡ଼ିକୁ ବିନ୍ୟାସ କରିପାରିବେ ଏବଂ ହଟକି ସହାୟତାରେ ସେଗୁଡ଼ିକୁ ବଦଳାଇପାରିବେ।
ପୂର୍ବନିର୍ଦ୍ଧାରିତ ହଟକିଟି ହେଉଛି Super +space , ଯାହାକି Control +space ଦ୍ୱାରା Red Hat Enterprise Linux 6 ର ibus ରେ ଅନ୍ତର୍ଭୁକ୍ତ। ଏହା ଏକା ପ୍ରକାରର UI ପ୍ରଦାନ କରିଥାଏ ଯାହାକି ବ୍ୟବହାରକାରୀAlt +Tab ଯୁଗଳ ଦ୍ୱାରା ଦେଖିପାରିବେ। ଏକାଧିକନିବେଶ ପଦ୍ଧତିଗୁଡ଼ିକୁ Alt +Tab ଯୁଗଳ ଦ୍ୱାରା ବଦଳାଇପାରିବେ।
IBus ପାଇଁ ଆନୁମାନିକ ନିବେଶ ପଦ୍ଧତି
ibus-typing-booster ଟି ହେଉଛି ibus ପ୍ଲାଟଫର୍ମ ପାଇଁ ଆନୁମାନିକ ନିବେଶ ପଦ୍ଧତି। ଆଂଶିକ ନିବେଶ ଉପରେ ଆଧାର କରି ଏହା ସମ୍ପୂର୍ଣ୍ଣ ଶବ୍ଦଗୁଡ଼ିକୁ ଅନୁମାନ କରିଥାଏ। ବ୍ୟବହାରକାରୀମାନେ ତାଲିକାରୁ ଇଚ୍ଛାମୁତାବକ ଶବ୍ଦ ବାଛିପାରିବେ ଏବଂ ସେମାନଙ୍କର ଲେଖିବା ଗତି ଏବଂ ବନାନକୁ ଉନ୍ନତ କରିପାରିବେ। ibus-typing-booster ହଲସ୍ପେଲ ଅବିଧାନଗୁଡ଼ିକ ସହିତ ମଧ୍ଯ କାମ କରିପାରିବ ଏବଂ ହନସ୍ପେଲ ଅବିଧାନ ବ୍ୟବହାର କରି ଏକ ଭାଷା ପାଇଁ ପ୍ରସ୍ତାବ ଦେଇପାରିବେ।
ମନେରଖନ୍ତୁ ଯେ ibus-typing-booster ପ୍ୟାକେଜଟି ଏକ ଆବଶ୍ୟକୀୟ ବୈକଳ୍ପିକ ପ୍ୟାକେଜ, ଏବଂ ତାହାଫଳରେ ପୂର୍ବନିର୍ଦ୍ଧାରିତ ଭାବରେ input-methods ର ଅଂଶ ଭାବରେ ସ୍ଥାପିତ ହେବ ନାହିଁ।
fonts-tweak-tool
ଗୋଟିଏ ନୂତନ ସାଧନ, fonts-tweak-tool ବ୍ୟବହାରକାରୀମାନଙ୍କୁ ଅକ୍ଷରରୂପ ବିନ୍ୟାସ ବ୍ୟବହାର କରି ପ୍ରତ୍ୟେକ ଭାଷା ପ୍ରତି ପୂର୍ବନିର୍ଦ୍ଧାରିତ ଅକ୍ଷରରୂପଗୁଡ଼ିକୁ ବିନ୍ୟାସ କରିଥାଏ।
21.5. ଭାଷା ନିର୍ଦ୍ଦିଷ୍ଟ ପରିବର୍ତ୍ତନଗୁଡ଼ିକ ଆରବୀ
Paktype ରୁ ନୂତନ ଆରବିକ ଅକ୍ଷରରୂପଗୁଡ଼ିକ Red Hat Enterprise Linux 7.0 ରେ ଉପଲବ୍ଧ: paktype-ajrak, paktype-basic-naskh-farsi, paktype-basic-naskh-sindhi, paktype-basic-naskh-urdu, ଏବଂ paktype-basic-naskh-sa.
ଚାଇନୀଜ
WQY Zenhei ଅକ୍ଷରରୂପ ବର୍ତ୍ତମାନ ସରଳିକୃତ ଚାଇନିଜ ପାଇଁ ଏକ ପୂର୍ବନିର୍ଦ୍ଧାରିତ ଅକ୍ଷରରୂପ।
ସରଳିକୃତ ଚାଇନିଜ ପାଇଁ ପୂର୍ବନିର୍ଦ୍ଧାରିତ ଯନ୍ତ୍ରକୁ Red Hat Enterprise Linux 6 ରେ ବ୍ୟବହୃତ ibus-pinyin ରୁ ibus-libpinyin କୁ ପରିବର୍ତ୍ତନ କରାଯାଇଛି।
ଭାରତୀୟ
ନୂତନ ଲୋହିତ ଦେବନାଗରୀ ଅକ୍ଷରରୂପ ପୂର୍ବରୁ ଥିବା ପୃଥକ ଲେହିତ ଅକ୍ଷରରୂପଗୁଡ଼ିକୁହିନ୍ଦି, କାଶ୍ମିରୀ, କଙ୍କଣୀ, ମୈଥିଲି, ମରାଠୀ, ଏବଂ ନେପାଳୀ ପାଇଁ ପରିବର୍ତ୍ତିତ ହୋଇଥାଏ। ଭବିଷ୍ୟତରେ ଆବଶ୍ୟକ ହେବାକୁ ଥିବା ଏହି ଭାଷାଗୁଡ଼ିକ ପାଇଁ କୌଣସି ଏକ ନିର୍ଦ୍ଦିଷ୍ଟ ବର୍ଣ୍ଣକୁ ଲୋହିତ ଦେବନାଗରୀରେ ଅପନ ଟାଇପ ଫଣ୍ଟ locl ଟ୍ୟାଗଗୁଡ଼ିକରେ ନିୟନ୍ତ୍ରିତ ହୋଇପାରିବ।
ନୂତନ ଅକ୍ଷରରୂପ ପ୍ୟାକେଜଗୁଡ଼ିକୁ gubbi-fonts ଏବଂ navilu-fonts କନ୍ନଡ ଭାଷା ପାଇଁ ଯୋଗ କରାଯାଇଛି।
ଜାପାନୀ
IPA ଅକ୍ଷରରୂପଗୁଡ଼ିକ ବର୍ତ୍ତମାନ ପୂର୍ବନିର୍ଦ୍ଧାରିତ ଭାବରେ ସ୍ଥାପିତ ହୋଇନାହିଁ
ibus-kkc, Kana Kanji ବାର୍ତ୍ତାଳାପ, ହେଉଛି libkkc କୁ ବ୍ୟବହାର କରୁଥିବା ଏକ ନୂତନ ପୂର୍ବନିର୍ଦ୍ଧାରିତ ଜାପାନିଜ ନିବେଶ ପଦ୍ଧତି ଯନ୍ତ୍ର। ଏହା ibus-anthy, anthy, ଏବଂ kasumi କୁ ପରିବର୍ତ୍ତନ କରିଥାଏ।
କୋରୀୟାନ
ନାନୁମ ଅକ୍ଷରରୂପକୁ ପୂର୍ବନିର୍ଦ୍ଧାରିତ ଭାବରେ ବର୍ତ୍ତମାନ ବ୍ୟବହାର ହୋଇଥାଏ।
ନୂଆ ଭାଷା ସଂକେତଗୁଡିକ
Red Hat Enterprise Linux 7.0 ନୂତନ ଭାଷା ସଂକେତଗୁଡ଼ିକୁ ସହାୟତା କରିଥାଏ, କଙ୍କଣି (kok_IN) ଏବଂ ପୁସ୍ତ (ps_AF).
ଅଧ୍ଯାୟ 22. ସମର୍ଥନ କ୍ଷମତା ଏବଂ ପରିଚାଳନା ABRT 2.1
Red Hat Enterprise Linux 7.0 ସ୍ୱୟଂଚାଳିତ ତୃଟି ଖବରକାରୀ ସାଧନ (ABRT) 2.1 ସହିତ ପ୍ରକାଶିତ ହୋଇଛି ଯେଉଁଥିରେଉନ୍ନତ ବ୍ୟବହାରକାରୀ ଅନ୍ତରାପୃଷ୍ଠ ଏବଂ uReports କୁ ପଠାଇବାର ସାମର୍ଥ୍ୟ, ଯନ୍ତ୍ର କାର୍ଯ୍ୟକାରୀ ପାଇଁ ଉପଯୁକ୍ତ ହାଲୁକା ଅଜ୍ଞାତ ସମସ୍ୟା ବିବରଣୀକୁ ଦର୍ଶାଇଥାଏ ଯେପରିକି କ୍ରାସ ପରିସଂଖ୍ୟାନ। ମନେରଖନ୍ତୁ ଯେ ଯେତେ ସମ୍ଭବ ସଫ୍ଟୱେର ତୃଟି ସନ୍ଧାନ କରିବା ପାଇଁ, ABRT କୁ Red Hat Enterprise Linux 7.0 ରେ ପୂର୍ବନିର୍ଦ୍ଧାରିତ ସ୍ୱୟଂଚାଳିତ ଭାବରେ Red Hat ରେ ଖବର କରିବା ପାଇଁ ଅନ୍ତର୍ଭୁକ୍ତ କରାଯାଇଛି।
ସହାୟତା ପ୍ରାପ୍ତ ଭାଷା ସେଟକୁ Java ଏବଂ Ruby ସହିତ ABRT 2.1 ରେ ବୃଦ୍ଧି କରାଯାଇଛି।
ସଂଶୋଧନ ଇତିହାସ ସଂଶୋଧନ 0.0-0.8.2 Mon Mar 24 2014 Manoj Giri
Updated Odia Translations
ସଂଶୋଧନ 0.0-0.8.1 Tue Mar 11 2014 Chester Cheng
ଅନୁବାଦ ଫାଇଲଗୁଡ଼ିକ XML ଉତ୍ସ 0.0-0.7 ସହିତ ସନ୍ତୁଳିତ ଥାଏ
ସଂଶୋଧନ 0.0-0.8 Thu Dec 11 2013 ଏଲିସ୍କା ସ୍ଲୋବୋଡ଼ୋଭା
Red Hat Enterprise Linux 7.0 ବିଟା ପ୍ରକାଶନ ଟିପ୍ପଣୀର ପ୍ରକାଶନ।